ଚିନ୍ତା ବଢାଉଛି କୋଭିଡ୍-୧୯ ସଂକ୍ରମଣ: ବଦଳିପାରେ କରୋନାର ହଟସ୍ପଟ; ବିହାର, ଓଡିଶା, ଉତ୍ତର ପ୍ରଦେଶ ଓ ଉତ୍ତରପୂର୍ବାଂଚଳ ରାଜ୍ୟକୁ ନେଇ ବିଶେଷଜ୍ଞଙ୍କ ଚିନ୍ତା

ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

400

କନକ ବ୍ୟୁରୋ: ବିଶେଷଜ୍ଞଙ୍କ ମତରେ କରୋନାର ହଟସ୍ପଟ୍ ବଦଳିବା ସମ୍ଭାବନା ରହିଛି । ବିଭିନ୍ନ ସ୍ଥାନରେ ବଢୁଥିବା ସଂକ୍ରମଣ ଏଭଲି ସମ୍ଭାବନା ସୃଷ୍ଟି କରିଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ବର୍ତମାନ ସୋଲାପୁର, ଥାଣେ, ନାସିକ, ପାଲଘର, ସୁରଟ, ଦକ୍ଷିଣ କନ୍ନଡର କଂଟେନମେଂଟ ଅଂଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେରୁ ଅଧିକ ରହିଛି । ଅନ୍ୟପଟେ ଆଣ୍ଡାମାନ-ନିକୋବର, ଲକ୍ଷାଦୀପ, ଗୋଆ, ଆନ୍ଧ୍ର ପ୍ରଦେଶ ଓ ପୁଡୁଚେରୀ ପରି ସ୍ଥାନରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।

ହିସାବ ଅନୁସାରେ ଏସବୁ ସ୍ଥାନରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯୦ରୁ ୨୪୯ ମଧ୍ୟରେ ରହୁଛି । ଜୁଲାଇ ୩୦ ଅନୁସାରେ ସକ୍ରୀୟ ଆକ୍ରାନ୍ତ ହିସାବରେ ପୁନେ, ବାଙ୍ଗାଲୁର. ଥାଣେ, ମୁମ୍ବାଇ, ଚେନ୍ନାଇ, ପୂର୍ବ ଗୋଦାବରୀ ଜିଲ୍ଲା ସର୍ବାଧିକ ଆକ୍ରାନ୍ତ ତାଲିକାରେ ରହିଥିଲେ । କିନ୍ତୁ ଧିରେ ଧିରେ ସ୍ଥିତିରେ ପରିବର୍ତନ ଆସୁଛି । ଅନ୍ୟ ରାଜ୍ୟ ତଥା ଜିଲ୍ଲାର ସଂକ୍ରମଣରେ ବୃଦ୍ଧି ପାଉଛି । ଫଳରେ ହଟ୍ସ୍ପଟ ତାଲିକାରେ ଅନ୍ୟ ଜିଲ୍ଲାଗୁଡିକ ନାଁ ଆଗାମୀ ଦିନରେ ଆସିବା ସମ୍ଭାବନା ବଢିଛି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚା ହେଉଛି । ବିହାର, ଓଡିଶା, ପୂର୍ବ ଉତର ପ୍ରଦେଶ ଓ ଉତର-ପୂର୍ବାଂଚଳ ରାଜ୍ୟଗୁଡିକରେ ସଂକ୍ରମଣ ବୃଦ୍ଧିର ଆଶଙ୍କା ବଢିଛି ।

ତେବେ ଏହି ସବୁ ରାଜ୍ୟରେ କୋଭିଡ ପରୀକ୍ଷା ବୃଦ୍ଧି କରାଯାଉ ନଥିବା ଜଣେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅଧିକାରୀ ସୂଚନା ଦେଇଥିବା ଉଲ୍ଲେଖ ରହିଛି । ଏପରିକି ପରୀକ୍ଷା ସଂଖ୍ୟା ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଥିଲେ ମଧ୍ୟ ତାହା କରାଯାଉ ନଥିବା ଏଥିରେ ଉଲ୍ଲେଖ ରହିଛି । ତେବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଅନୁସାରେ ଦେଶରେ କଂଟାନମେଂଟ ରଣନୀତି ଯୋଗୁଁ ଦେଶକୁ ବହୁତ ଲାଭ ହୋଇଛି । ୫୦ ପ୍ରତିଶତ ୩ଟି ରାଜ୍ୟରୁ ଆସୁଥିବା ବେଳେ ଅବଶିଷ୍ଟ ୩୨ ପ୍ରତିଶତ ଅନ୍ୟ ୭ଟି ରାଜ୍ୟରେ ଚିହ୍ନଟ ହୋଇଛନ୍ତି ।