କନକ ବ୍ୟୁରୋ: ମାଟି ତଳୁ ବାହାରିଲା ପୁଳା ପୁଳା ଟଙ୍କା । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଦେବଗଡ ଜିଲ୍ଳାରେ । ସମ୍ବଲପୁର ଶୀଲା ଟାୱାର ହୋଟେଲରୁ ଚୋରି ହୋଇଥିବା ଏକ ମାମଲାର ତଦନ୍ତ କରୁ କରୁ ଦେବଗଡର ଏହି ସ୍ଥାନରେ ପହଁଚିଥିଲା ପୁଲିସ । ଆଉ ମାଟି ଖୋଳିବା ପରେ ଯାହା ଦେଖିବାକୁ ମିଳିଥିଲା ତାହା ଆପଣଙ୍କ ସାମନାରେ । ଏକ ଅଖା ଭିତରେ ୩୨ ଲକ୍ଷ ୧୦ ହଜାର ଟଙ୍କା ଭର୍ତି କରି ମାଟି ତଳେ ପୋତି ଦେଇଥିଲେ ଲୁଟେରା । ସେହି ଟଙ୍କାକୁ ଜବତ କରିଛି ପୁଲିସ ।
ସବୁଠାରୁ ବଡ କଥା ହେଉଛି, ଏହି ଲୁଟ କୌଣସି ବାହାର ଲୋକ କରିନଥିଲେ । ବରଂ ଯେଉଁମାନେ ସେହି ହୋଟେଲରେ କାମ କରୁଥିଲେ ସେହିମାନେ ହିଁ କଳାକନା ବୁଲାଇଥିଲେ । ଆଉ ଏ ହେଉଛନ୍ତି ସେହିମାନେ ଯେଉଁମାନଙ୍କୁ ଲୁଟ୍ କରିବା ଅଭିଯୋଗରେ ଗିରଫ କରିଛି ପୁଲିସ । ସମ୍ବଲପୁର ଏସପିଙ୍କ କହିବା ଅନୁସାରେ ଗିରଫ ଅଭିଯୁକ୍ତମାନେ ହୋଟେଲରେ କାମ କରୁଥିଲେ । ଲୁଟ୍ କରିବା ପାଇଁ ୪ଦିନ ପୂର୍ବରୁ ଏମାନେ ଯୋଜନା କରିଥିଲେ । ହୋଟେଲରେ କାମ କରୁଥିବା ସମୟରେ ସିସିଟିଭିରେ କଏଦ ହୋଇଥିବା ସେମାନଙ୍କ କାର୍ଯ୍ୟକଳାପକୁ ଲକ୍ଷ୍ୟ କରି ସେମାନଙ୍କୁ ସନ୍ଦେହ କରିଥିଲା ପୁଲିସ ।
ତେବେ ହୋଟେଲରୁ ୩୯ ଲକ୍ଷ ଲୁଟ୍ ହୋଇଥିବା ଅଭିଯୋଗ ହୋଇଥିଲା । ହେଲେ, ୩୨ଲକ୍ଷ ଟଙ୍କା ମିଳିଥିବାବେଳେ ବାକି ଟଙ୍କା କେଉଁଠି ଅଛି ସେନେଇ ତଦନ୍ତ କରାଯାଉଥିବା ଏସ୍ପି ସୂଚନା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/04/vlcsnap-2022-04-20-21h13m18s710.png)