ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷଙ୍କ ମୃତ୍ୟୁ ମାମଲା । ପାତ୍ରପଡା ସାଉଥ ସିଟି ହୋଟେଲ ସିଲ୍ କଲା ପୋଲିସ

181

କନକ ବ୍ୟୁରୋ : ଏବେ ବି ସନ୍ଦେହ ଘେରରେ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଷ ଅନୁରାଗ ମୃତ୍ୟୁ । ମୃତ୍ୟୁର କାରଣ ନେଇ ପୁଲିସ ଛାନଭିନ କରୁଛି । ମୃତ୍ୟୁ ପୂର୍ବ ରାତି ୪ଟାରେ ରାଜଧାନୀର ଏକ ହୋଟେଲ ପାଖରେ ଦେଖାଯାଇଥିଲେ ମନିଷ ଅନୁରାଗ । ସେହି ହୋଟେଲରେ ପହଂଚି ପୋଲିସ ଯାଂଚ କରିବା ସହ ହୋଟେଲକୁ ସିଲ୍ କରିଦେଇଛି । ଏହାସହ ସିସିଟିଭି ଫୁଟେଜକୁ ଜବତ କରାଯିବା ସହ ହୋଟେଲର କିଛି କର୍ମଚାରୀଙ୍କୁ ମଧ୍ୟ ପଚରାଉଚରା କରାଯାଉଛି । ମନୀଷଙ୍କୁ ଟ୍ରାପ କରି ହୋଟେଲକୁ ଅଣାଯାଇଥିବା ସନ୍ଦେହ କରାଯାଉଛି । ଗତକାଲି ମନିଷଙ୍କ ମୃତଦେହ ଭୁବନେଶ୍ୱର ଉପକଣ୍ଠ ପାତ୍ରପଡା ପୋଖରୀରୁ ମିଳିଥିଲା ।

ଶନିବାର ରାତି ପ୍ରାୟ ୧୧ଟାରୁ ସେ ନିଖୋଜ ଥିଲେ । ଚନ୍ଦ୍ରଶେଖରପୁର ଶ୍ରୀବିହାର ଅଂଚଳରୁ ମନିଷଙ୍କୁ କେହି ଅପହରଣ କରି ନେଇଥିବା ଇନଫୋସିଟି ଥାନାରେ ଅଭିଯୋଗ କରିଥିଲେ ତାଙ୍କ ପରିବାର ଲୋକ । ତାଙ୍କୁ ଦୁଇ ଯୁବକ ଉଠାଇ ନେବା ସହ ମାରପିଟ୍ କରିଥିଲେ ବୋଲି ଅଭିଯୋଗରେ ଦର୍ଶାଇଥିଲେ । ଏନେଇ ଇନଫୋସିଟି ଥାନା ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବାବେଳେ ପାତ୍ରପଡାରୁ ଠାବ ହୋଇଥିଲା ମନିଷଙ୍କ ମୃତ ଦେହବ । ମନିଷଙ୍କ ମୃତ ଦେହ ମିଳିବା ପରେ ତମାଣ୍ଡୋ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି କମିଶନରେଟ୍ ପୋଲିସ । ମନିଷଙ୍କ ମୃତ୍ୟୁକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି ।