ଠକିଦେଲା ୱେବସାଇଟ ! ଫୋନରେ ସ୍ୱିମିଙ୍ଗ୍ ପୁଲ୍ ଦେଖି ହୋଟେଲ୍ କରିଥିଲେ ବୁକ୍ ହୋଟେଲରେ ପହଞ୍ଚି ଉଡିଗଲା ହୋସ୍ । 

36

ଅନେକ ଥର ଆପଣ ବିଭିନ ୱେବସାଇଟରେ ଚମକଦାର ଏବଂ ଆକର୍ଷଣୀୟ ଫଟୋ ଦେଖି ଉତ୍ସାହିତ ହୋଇପଡନ୍ତି ଏବଂ ଯେତେବେଳେ ବାସ୍ତବରେ ଉକ୍ତ ଦ୍ରବ୍ୟକୁ ଦେଖନ୍ତି ଆପଣଙ୍କ ଉସବାହ ବିଶାଦରେ ପରିଣତ ହୋଇଥାଏ । ଏପରି ପରିସ୍ଥିତି ଉପୁଜେ ନିଜକୁ ଠକାମୀର ଶିକାର ହେଲା ଭଳି ମଧ୍ୟ ଲାଗେ ।ଏଭଳି ଅବିକଳ ଘଟଣା ଅଛି ଟ୍ୱିଟର ୟୁଜର ଜେନି କେର୍ସୋଙ୍କ ସହ । ଜେନି ୱେବସାଇଟରେ ଭିଏତନାମାର ଏକ ହୋଟେଲର ଆକର୍ଷଣୀୟ ସ୍ୱିମିଙ୍ଗ୍ ପୁଲ୍ ଦେଖି ହୋଟେଲ୍ ବୁକ୍ କରିନେଇଥିଲେ । କିନ୍ତୁ ବାସ୍ତବରେ ସେ ଯେତେବେଳେ ହୋଟେଲକୁ ଯାଇ ସ୍ୱିମିଙ୍ଗ୍ ପୁଲ୍ ଦେଖିଲେ ସେତେବେଳେ ତାଙ୍କର ହୋସ୍ ଉଡିଗଲା ।

ବାସ୍ତବରେ ୱେବସାଇଟରେ ଦର୍ଶାଯାଇଥିବା ସ୍ୱିମିଙ୍ଗ୍ ପୁଲ୍ ଏକ ହଟ୍ ଟବ୍ ଯାହାକୁ ୱେବସାଇଟ ତରଫରୁ ଏକ ପୁଲ୍ ଭଳି ଦେଖାଯାଇଥିଲା । ହୋଟେଲ୍ ମାନେଜମେଣ୍ଟ୍ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଏଭଳି ମାର୍ଗ ଅବଲମ୍ବନ କରିବା ପ୍ରକ୍ରିୟାକୁ ଜେନି ଅସନ୍ତୋଷତାର ଭାବ କହିଛନ୍ତି । ଜେନି ତୁରନ୍ତ ଅନ୍ୟ ଲୋକଙ୍କୁ ସତର୍କ କରିବା ପାଇଁ ଏହି ଫଟୋକୁ ଟ୍ୱିଟରରେ ପୋଷ୍ଟ କରିଥିଲେ ଯାହା ପରେ ଭାଇରାଲ୍ ହୋଇଥିଲା ।