ଅନେକ ଥର ଆପଣ ବିଭିନ ୱେବସାଇଟରେ ଚମକଦାର ଏବଂ ଆକର୍ଷଣୀୟ ଫଟୋ ଦେଖି ଉତ୍ସାହିତ ହୋଇପଡନ୍ତି ଏବଂ ଯେତେବେଳେ ବାସ୍ତବରେ ଉକ୍ତ ଦ୍ରବ୍ୟକୁ ଦେଖନ୍ତି ଆପଣଙ୍କ ଉସବାହ ବିଶାଦରେ ପରିଣତ ହୋଇଥାଏ । ଏପରି ପରିସ୍ଥିତି ଉପୁଜେ ନିଜକୁ ଠକାମୀର ଶିକାର ହେଲା ଭଳି ମଧ୍ୟ ଲାଗେ ।
ଏଭଳି ଅବିକଳ ଘଟଣା ଅଛି ଟ୍ୱିଟର ୟୁଜର ଜେନି କେର୍ସୋଙ୍କ ସହ । ଜେନି ୱେବସାଇଟରେ ଭିଏତନାମାର ଏକ ହୋଟେଲର ଆକର୍ଷଣୀୟ ସ୍ୱିମିଙ୍ଗ୍ ପୁଲ୍ ଦେଖି ହୋଟେଲ୍ ବୁକ୍ କରିନେଇଥିଲେ । କିନ୍ତୁ ବାସ୍ତବରେ ସେ ଯେତେବେଳେ ହୋଟେଲକୁ ଯାଇ ସ୍ୱିମିଙ୍ଗ୍ ପୁଲ୍ ଦେଖିଲେ ସେତେବେଳେ ତାଙ୍କର ହୋସ୍ ଉଡିଗଲା ।
ବାସ୍ତବରେ ୱେବସାଇଟରେ ଦର୍ଶାଯାଇଥିବା ସ୍ୱିମିଙ୍ଗ୍ ପୁଲ୍ ଏକ ହଟ୍ ଟବ୍ ଯାହାକୁ ୱେବସାଇଟ ତରଫରୁ ଏକ ପୁଲ୍ ଭଳି ଦେଖାଯାଇଥିଲା । ହୋଟେଲ୍ ମାନେଜମେଣ୍ଟ୍ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଏଭଳି ମାର୍ଗ ଅବଲମ୍ବନ କରିବା ପ୍ରକ୍ରିୟାକୁ ଜେନି ଅସନ୍ତୋଷତାର ଭାବ କହିଛନ୍ତି । ଜେନି ତୁରନ୍ତ ଅନ୍ୟ ଲୋକଙ୍କୁ ସତର୍କ କରିବା ପାଇଁ ଏହି ଫଟୋକୁ ଟ୍ୱିଟରରେ ପୋଷ୍ଟ କରିଥିଲେ ଯାହା ପରେ ଭାଇରାଲ୍ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/05/Website.jpg)