ସିନେମା ଷ୍ଟାଇଲରେ ଚାଲିଥିଲା କ୍ୟାସିନୋ । ସିଲ୍ ହେଲା ପେଣ୍ଟାଗନ ହୋଟେଲ, ସୁନ୍ଦରୀ ଯୁବତୀ ବାଣ୍ଟୁଥିଲେ ମଦ । ଜୁଆ ଖେଳରେ ମାତିଥିଲେ ସୁନା ବ୍ୟବସାୟୀ, ବିଲଡର ଓ ରାଜଧାନୀର ହାଇପ୍ରୋଫାଇଲ ଲୋକ ।

298

କନକ ବ୍ୟୁରୋ : ସିଲ୍ ହେଲା ରାଜଧାନୀର ପେଣ୍ଟାଗନ ହୋଟେଲ । ଗତକାଲି ସପ୍ତାହନ୍ତ ସଟଡାଉନରେ କଳ୍ପନା ଛକର ପେଣ୍ଟାଗନ ହୋଟେଲରେ ବେଧଡକ ଚାଲୁଥିଲା ଜୁଆ ଖେଳ, ଜମୁଥିଲା ମଦର ଆସର । ବିନା ଭୟରେ ଜୁଆ ଖେଳୁଥିଲେ ଏକାଧିକ ବ୍ୟକ୍ତି । ସୁନ୍ଦରୀ ଯୁବତୀମାନେ ଜୁଆଡିଙ୍କୁ କାର୍ଡ ଟୋକନ ଓ ମଦ ବାଣ୍ଟୁଥିଲେ ।

ଶେଷରେ ସିଲ ହେଲା ଭୁବନେଶ୍ୱରର ପେଣ୍ଟାଗନ ହୋଟେଲ । ଶନିବାର ଦିନ ସପ୍ତାହନ୍ତ ସଟଡାଉନରେ କଳ୍ପନା ଛକର ପେଣ୍ଟାଗନ ହୋଟେଲରେ ବେଧଡକ ଚାଲୁଥିଲା କ୍ୟାସିନୋ ଓ ଜୁଆ ଖେଳ । ସଟଡାଉନ ଯୋଗୁଁ ସାରା ସହର ଅଟକି ଯାଇଥିବାବେଳେ ସିନେମା ଷ୍ଟାଇଲରେ ଏଠାରେ କ୍ୟାସିନୋ ଚାଲିଥିଲା ।

ସଟଡାଉନର ଫାଇଦା ଉଠାଇ ଏଠାରେ ଜମା ହୋଇଥିଲେ ବିଲଡର, ସୁନା ବ୍ୟବସାୟୀ ଓ ସହରର କିଛି ହାଇପ୍ରୋଫଇଲ ଲୋକ । ସୁନ୍ଦରୀ ଯୁବତୀମାନେ ଜୁଆଡିଙ୍କୁ କାର୍ଡ ଟୋକନ ଓ ମଦ ବାଣ୍ଟୁଥିଲେ । ପୁଲିସ ଚଢାଉ କରି ୧୩ଜଣ ଜୁଆଡି ଓ ତିନି ଜଣ ଯୁବତୀଙ୍କୁ ଗିରଫ କରିଛି ।

ଘଟଣାସ୍ଥଳରୁ ଜୁଆରେ ବ୍ୟବହୃତ ବିପୁଳ ପରିମାଣର କଏନ, ତାସ, ଟଙ୍କା ଜବତ ହୋଇଛି । ୧୮ଟି ମୋବାଇଲ ଫୋନ, ୨ଲକ୍ଷ ୫୩ ହଜାର ଟଙ୍କା, ତାସ ସହ ବିପୁଳ ପରିମାଣର ଜୁଆ ଖେଳରେ ବ୍ୟବହୃତ କଏନ ଜବତ କରିଛି । ଭୁବନେଶ୍ୱରରେ ଏଭଳି ଘଟଣା ପ୍ରଥମ ବୋଲି କୁହାଯାଉଛି ।