କନକ ବ୍ୟୁରୋ : କୋଇଡାରେ ଫୁଟିଲା ଗୁଳି । ଜଣେ ମୃତ, ଜଣେ ଗୁରୁତର । ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ମାଲଦା ସରକାରୀ ଧର୍ମକଣ୍ଟା ନିକଟସ୍ଥ ଢ଼ାବାରେ ଗତକାଲି ରାତିରେ ଏହି ଗୁଳିମାଡ ହୋଇଛି । ରାତି ପ୍ରାୟ ୯ଟା ସମୟରେ ଏହି ଗୁଳିକାଣ୍ଡ ହୋଇଛି । ୫ ଜଣ ଅସାମାଜିକ ଯୁବକ ଢ଼ାବା ମାଲିକ ରମେଶ ଚାତମ୍ବା ଓ ତାଙ୍କ ସହଯୋଗୀ ରାମ ପୂର୍ତ୍ତିକୁ ୪ରୁ୬ ରାଉଣ୍ଡ ଗୁଳି କରିଥିଲେ । ଉଭୟ ଛାତି ଓ ପେଟରେ ଗୁଳି ବାଜିବାରୁ ଦୁହେଁ ବେହୋସ ହୋଇ ତଳେ ପଡ଼ିଯାଇଥିଲେ ।

Advertisment

ପରେ ଦୁର୍ବୃତ୍ତମାନେ ମୋଟର ସାଇକେଲରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଉଭୟଙ୍କୁ ପ୍ରଥମେ ଯୋଡା ହସ୍ପିଟାଲ ନେଇଥିଲେ । ସେଠାରେ ଡାକ୍ତର ରାମ ପୂର୍ତ୍ତିଙ୍କର ମୃତ୍ୟୁ ହୋଇଥିବା ଜଣାପଡିଥିଲା । ଢ଼ାବା ମାଲିକ ରମେଶଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଯୋଡା ହସ୍ପିଟାଲରୁ କଟକ ଏସବିିକୁ ସ୍ଥାନାନ୍ତର କରାଯାଇଛି । କୋଇଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଲୁହା ପଥର ଚୋରା କାରବାରକୁ କେନ୍ଦ୍ରକରି ଗୁଳିକାଣ୍ଡ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି । ଗୁଳିକାଣ୍ଡ ଘଟଣା ପରେ ସ୍ଥାନୀୟ ଅଂଚଳରେ ଭୟର ବାତବାରଣ ସୃଷ୍ଟି ହୋଇଛି ।