କନକ ବ୍ୟୁରୋ : ଅପରାଧୀମାନେ ରାଜଧାନୀର ବିଭିନ୍ନ ହୋଟେଲ, ଲଜ୍, ଗେଷ୍ଟ୍ହାଉସ୍ରେ ରହି ସହରରେ ଲୁଟ୍, ରାହାଜାନୀ, ହତ୍ୟାକାଣ୍ଡ ଭଳି ସଙ୍ଗିନ ଅପରାଧ ଘଟାଇଛନ୍ତି । ଗ୍ରାହକଙ୍କ ସମ୍ପର୍କରେ ସ୍ଥାନୀୟ ପୁଲିସକୁ ସୂଚନା ଦେବାର ନିୟମ ଥିଲେ ମଧ୍ୟ ଏହାକୁ ଲଜ୍, ଗେଷ୍ଟ୍ହାଉସ୍ କର୍ତ୍ତୃପକ୍ଷ ଅନେକ ସମୟରେ ପ୍ରଦାନ କରିନଥାନ୍ତି । ଫଳରେ ଅପରାଧ ଘଟିଲେ, ପୁଲିସ ଅଡ଼ୁଆରେ ପଡ଼ିଥାଏ । ପ୍ରତିଦିନ ଗ୍ରାହକଙ୍କ ବିବରଣୀ ଦେବାର ନିୟମ ଥିଲେ ମଧ୍ୟ ତାହା ଦିଆଯାଇ ନ ଥାଏ । କିନ୍ତୁ ଏବେ ପ୍ରତ୍ୟେକ ଦିନ ଗ୍ରାହକଙ୍କ ବିବରଣୀ ଦେବା ପାଇଁ କମିସନରେଟ ପୁଲିସ୍ ଏକ ଆପ୍ ତିଆରି କରିଛି । ଏହି ଆପର ନାଁ ‘ସରାଇ ଆପ୍’ ରଖାଯାଇଛି । ଏହାକୁ ହୋଟେଲ, ଲଜ୍ ଓ ଗେଷ୍ଟ୍ହାଉସ୍ କର୍ତ୍ତୃପକ୍ଷ ଡାଉନ୍ଲୋଡ୍ କରିବେ । ସେଥିରେ ପ୍ରତ୍ୟେକ ଦିନ ପରିଚୟପତ୍ର ସହ ଗ୍ରାହକଙ୍କ ବିବରଣୀ ଦାଖଲ କରାଯିବ। ପୁଲିସ ଅଧିକାରୀ ଏହାକୁ ଯାଞ୍ଚ କରିବେ। ଯଦି ସନ୍ଦେହ ହେଲା, ସେମାନଙ୍କୁ ଥାନାକୁ ଡକାଇ ଯାଞ୍ଚ କରିବେ।
ତେବେ ଏହି ବ୍ୟବସ୍ଥା କେତେଦୂର ସଫଳ ହେବ, ତାକୁ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି । କାରଣ ସରାଇ ଆଇନ ନୂଆ ନୁହେଁ, ପୂର୍ବରୁ ମଧ୍ୟ ଏହା ରହିଥିଲା। କିନ୍ତୁ ହୋଟେଲ, ଲଜ୍ ଓ ଗେଷ୍ଟ ହାଉସ୍ କର୍ତ୍ତୃପକ୍ଷ ଗ୍ରାହକଙ୍କ ସମ୍ପର୍କରେ ନିୟମିତ ବିବରଣୀ ଦାଖଲ କରୁନଥିଲେ। ଗତବର୍ଷ ପଟିଆରେ ଏଟିଏମ୍ କାଉଣ୍ଟର୍ରୁ ଲୁଟ୍ ଘଟଣାରେ ଲୁଟେରା ଯେଉଁ ଗେଷ୍ଟ୍ହାଉସ୍ରେ ଲୁଚିଥିଲେ, ସେମାନଙ୍କ ବିବରଣୀ ଦାଖଲ ହୋଇନଥିଲା । ସେହିପରି ୨୦୧୪ରେ ମାଷ୍ଟରକ୍ୟାଣ୍ଟିନର ଏକ ଲଜ୍ରେ ଇଣ୍ଡିଆନ୍ ମୁଜାହିଦ୍ଦିନର ଦୁଇ ଜଣ ସଦସ୍ୟ ମାସେ କାଳ ଲୁଚି କଟକ ଓ ପୁରୀ ବୁଲିଥିଲେ। ଦିଲ୍ଲୀରେ ଧରାପଡ଼ିବା ପରେ ଏହି କଥା ଜଣାପଡ଼ିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/facade_1_VITS_Hotel_Bhubaneshwar_mfarea_1_qql7ly.jpg)