କନକ ବ୍ୟୁରୋ: ହୋଟେଲ୍ ପାର୍କିଂରୁ ଗାଡ଼ି ଚୋରି ହେଲେ ହୋଟେଲ୍ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ନୂଆଦିଲ୍ଲୀର ତାଜ୍ ମହଲ ହୋଟେଲରୁ ୧୯୯୮ରେ ଚୋରି ହୋଇଥିବା ଏକ କାର୍ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଏହି ମାମଲା ଜାତୀୟ ଗ୍ରାହକ ବିବାଦ ସମାଧାନ କମିସନଙ୍କ ନିକଟରେ ପହଞ୍ଚିଥିଲା। କମିସନ କାର୍ ମାଲିକଙ୍କ ସପକ୍ଷରେ ରାୟ ଦେଇଥିଲେ। ଏହା ପରେ ମାମଲାଟି ସୁପ୍ରିମ କୋର୍ଟରେ ପହଞ୍ଚିଥିଲା ଏବଂ ସେଠାରେ ମଧ୍ୟ ମାଲିକଙ୍କୁ ନ୍ୟାୟ ମିଳିଛି।

Advertisment

publive-image source : ThePrint

ବିଚାରପତି ଏମ୍ ଏମ୍ ସନ୍ତନାଗୌଦର ଓ ଅଜୟ ରସ୍ତୋଗି ମାମଲାର ଶୁଣାଣି କରି କହିଛନ୍ତି ଯେ, ହୋଟେଲ୍ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଗାଡ଼ି ଚୋରି ହୋଇଥିଲା। ତେଣୁ ତୁରନ୍ତ ଗାଡ଼ି ମାଲିକଙ୍କୁ ୨ ଲକ୍ଷ ୮୦ ହଜାର ଟଙ୍କାର କ୍ଷତି ପୂରଣ ପ୍ରଦାନ କରିବାକୁ କୋର୍ଟ ହୋଟେଲ୍ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି, ପାର୍କିଂ ସମୟରେ ମାଲିକଙ୍କ ଠାରୁ ଗାଡ଼ି ନେଇ ପାର୍କିଂ ସ୍ଲିପ୍ ଦେବା ପରେ ଯେଉଁ ଅବସ୍ଥାରେ ଗାଡ଼ି ପାର୍କିଂକୁ ଯାଇଥିଲା ସେହି ଅବସ୍ଥା ତାହାକୁ ମାଲିକଙ୍କୁ ଫେରାଇବାର ଦାୟିତ୍ବ ହେଉଛି ହୋଟେଲ୍ କର୍ତ୍ତୃପକ୍ଷଙ୍କର।