ଗରମ ଚା’ ପିଇବା ସ୍ୱାସ୍ଥ୍ୟ ପାଇଁ ହୋଇପାରେ କ୍ଷତିକାରକ ! ହୋଇପାରେ କ୍ୟାନ୍ସର ଭଳି ସାଙ୍ଘାତିକ ରୋଗ ।

52

ସାଧାରଣତଃ ଲୋକମାନେ ଚା’ ପିଇବାକୁ ବେଶ ପସନ୍ଦ କରନ୍ତି । ସକାଳୁ ଉଠିଲେ ଚା’ ପିଇବା ଲୋକମାନଙ୍କର ଏକ ପୁରୁଣା ଅଭ୍ୟାସ । ତେବେ ଏହି ଭଳି କ୍ଷେତ୍ରରେ ଯଦି ଚା’ ଥଣ୍ଡା ହୋଇଯାଏ ତେବେ ପିଇବାକୁ ଭଲ ଲାଗିନଥାଏ । କିନ୍ତୁ ଏକ ରିସର୍ଚ୍ଚରୁ ଜଣାପଡିଛି ଯଦି ଆପଣ ମଦ ପିଉଛନ୍ତି ତେବେ ଗରମ ଚା’ ପିଇବା ଅନୁଚିତ । କାରଣ ଗରମ ଚା’ ପିଇବା ଦ୍ୱାରା ଗଳାର ନଳୀରେ କ୍ୟାନ୍ସର ହେବାର ଆସଙ୍କା ରହିଥାଏ । ରିସର୍ଚ୍ଚରେ କୁହାଯାଇଛି କି, ଏହା କରିବା ଦ୍ୱାରା କ୍ୟାନ୍ସରର ଆଶଙ୍କା ୫ଗୁଣା ବଢିଯାଇଥାଏ । ମଦ ଏବଂ ସିଗାରେଟ ସେବନ କରିବା ଦ୍ୱାରା କ୍ୟାନ୍ସର ହେଉଥିବା କଥା ବୈଜ୍ଞାନିକମାନେ ପୂର୍ବରୁ ପ୍ରମାଣିତ କରିସାରିଛନ୍ତି କିନ୍ତୁ ଏବେ ମଦ ଏବଂ ସିଗାରେଟ ସୂଚିରେ ବୈଜ୍ଞାନିକମାନେ ଗରମ ଚା’କୁ ଯୋଡିଦେଇଛନ୍ତି ।

ଡ. ସକିଂଗ ୟୁଙ୍କ କହିବା ଅନୁସାରେ, ରିସର୍ଚ୍ଚ ଟିମ ଦୁଇଜଣ ଲୋକଙ୍କୁ ନେଇ ପରିକ୍ଷା ଆରମ୍ଭ କରିଥିଲେ । ଏହି ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ କମ ଗରମ ଚା’ ପିଇବା ସହ ପ୍ରତିଦିନ ୧୫ ଗ୍ରାମ ମଦ ପିଉଥିଲା । ସେହିବଳି ଅନ୍ୟ ବ୍ୟକ୍ତି ଜଣକ ଅତ୍ୟଧିକ ଗରମ ଚା’ ପିିବା ସହ ପ୍ରତିଦିନ ୧୫ଗ୍ରାମ ମଦ ପିଉଥିଲା । ତେବେ ଏହି ଦୁଇ ବ୍ୟକ୍ତିଙ୍କୁ ନେଇ କରାଯାଇଥିବା ରିସର୍ଚ୍ଚରେ ଜଣାପଡିଥିଲା ଅଧିକ ଗରମ ଚା’ ପିଉଥିବା ଲୋକକୁ ଗଳାରେ କ୍ୟାନ୍ସର ହେବାର ଆଶଙ୍କା ବେଶ ଅଧିକ ରହୁଛି । ଏହି ରୋଗ ବହୁତ ସାଂଘାତିକ ହୋଇଥାଏ । ଏଥିରେ ଲୋକମାନଙ୍କ ବଞ୍ଚିବାର କ୍ଷମତା ଖୁବ କମ ଥାଏ ।