ଗରମ କ୍ଷୀର ସହ ଗୁଡ ମିଶାଇ ପିଅନ୍ତୁ ! ମିଳିବ ଅନେକ ଫାଇଦା

194

ଶରୀର ନିମନ୍ତେ କ୍ଷୀର ଅତ୍ୟଧିକ ଫଳପ୍ରଦ ଅଟେ । କିନ୍ତୁ ଗରମ କ୍ଷୀର ପିଇବାଦ୍ୱାରା ଅନେକ ଫାଇଦା ମିଳିଥାଏ । କ୍ଷୀରରେ ଔଷଧୀୟ ଉପାଦାନ ରହିଥିବା ଖୁବ୍ କମ ଲୋକଙ୍କୁ ଜଣା ଏବଂ ଏହି ଗରମ କ୍ଷୀର ସହ ଯଦି ଗୁଡ ମିଶାଇ ପିଆଯାଏ ତେବେ ଏହା କୌଣସି ଔଷଧ ଠାରୁ ମଧ୍ୟ କମ କାମ କରିନଥାଏ । ଏଭଳି କରିବା ଦ୍ୱାରା ଏହା ଶରୀରର ଓଜନକୁ ନିୟନ୍ତ୍ରଣ ରଖିଥାଏ ଓ ଏଥିସହିତ ଆପଣଙ୍କ ଚେହେରାରେ ଅଧିକ ଚମକ ମଧ୍ୟ ଆସିଥାଏ । ଗରମ କ୍ଷୀର ସହ ଗୂଡ ମିଶାଇ ଖାଇବା ଦ୍ୱାରା କଣ ସବୁ ଫାଇଦା ମିଳିଥାଏ ତାହା ଜାଣିଛନ୍ତି କି ?

ଯଦି ଆପଣ କ୍ଷୀର ସହ ଚିନି ମିଶାଇ ପିଉଛନ୍ତି ତେବେ ଏ ଅଭ୍ୟାସ ଛାଡନ୍ତୁ ଏହା ବଦଳରେ ଗୁଡକୁ ବ୍ୟବହାର କରନ୍ତୁ । ଏପରି କରିବାଦ୍ୱାରା ଆପଣଙ୍କ ଓଜନ ଉପରେ ନିୟନ୍ତ୍ରଣ ରହିଥାଏ । ଯେଉଁକାରଣରୁ ଆପଣଙ୍କୁ ମୋଟାପଣ ପାଇଁ ଚିନ୍ତା ରହିବନାହିଁ । ଯଦି ଆପଣ ଅତ୍ୟଧିକ କ୍ଲାନ୍ତ ଅନୁଭବ କରୁଛନ୍ତି ତେବେ ଗରମ କ୍ଷୀର ସହ ଗୂଡ ନିଶ୍ଚିତ ସେବନ କରନ୍ତୁ । ଏହା ଆପଣଙ୍କ କ୍ଲାନ୍ତି ଦୂର କରିଥାଏ । ଗରମ କ୍ଷୀର ସହ ଗୂଡ ମିଶ୍ରିତ ପାନୀୟ କେଶ ପାଇଁ ମଧ୍ୟ ବହୁ ଉପଯୋଗୀ ହୋଇଥାଏ ।

ଯଦି ମହିଳାଙ୍କ ମଧ୍ୟରେ ଋତସ୍ରାବ ସମୟରେ ଅତ୍ୟଧିକ ପେଟ ବ୍ୟଥା ହୁଏ ତେବେ ମଧ୍ୟ ଏହି ମିଶ୍ରଣକୁ ପିଇବାଦ୍ୱାରା ଯନ୍ତ୍ରଣାରୁ ଉପଶମ ମିଳିଥାଏ । ଏବଂ ଋତୁସ୍ରାବ ହେବାର ୧ସପ୍ତାହ ପୂର୍ବେ ୧ଚାମଚ ଗୂଡ ପ୍ରତିଦିନ ସେବନ କରନ୍ତୁ । ଏହାଦ୍ୱାରା ଆପଣଙ୍କୁ ଏହି କଷ୍ଟରୁ ପୂର୍ଣ୍ଣମାତ୍ରାରେ ସୁଫଳ ମିଳିଥାଏ । ଗୂଡ ଖାଇବାଦ୍ୱାରା ଆଣ୍ଠୁଗଣ୍ଠି ଜନିତ ବ୍ୟଥାରୁ ମଧ୍ୟ ଉପଶମ ମିଳିଥାଏ । ଯଦି ଆପଣ ପ୍ରତିଦିନ ଗୂଡର ଛୋଟ ଅଂଶ ଅଦାସହ ମିଶାଇ ଖାଇବେ ଆଣ୍ଠୁଗଣ୍ଠି ମଜଭୁତ ହେବ ଏବଂ ବ୍ୟଥା ହେବାଭଳି ଗମ୍ଭୀର ସମସ୍ୟାରୁ ମଧ୍ୟ ମୁକ୍ତି ମିଳିବ ।