କନକ ବ୍ୟୁରୋ: ରିମାଣ୍ଡରେ ଗଲେ ତିନି ଅଭିଯୁକ୍ତ । ଚଣ୍ଡିଗଡ ବିଶ୍ୱବିଦ୍ୟାଳୟ ଛାତ୍ରୀ ହଷ୍ଟେଲ ଏମଏମସ ଲିକ୍ ଘଟଣାରେ ଏମାନେ ଗିରଫ ହୋଇଛନ୍ତି । ତେବେ କୋର୍ଟ ରୁମରେ ଅଭିଯୁକ୍ତ ଛାତ୍ରୀଙ୍କ ବୟ ଫ୍ରେଣ୍ଡ ସନ୍ନି ମେହେଟା ପୋଲିସ ସହିତ ଯୁକ୍ତିତର୍କ କରୁଥିଲେ । ଏଥିରେ ବିଚାରପତି ସନ୍ନିଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । ପରେ ୭ ଦିନିଆ ରିମାଣ୍ଡରେ ପଠାଇ ଦେଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ହଷ୍ଟେଲରେ କେଉଁ ଉଦ୍ଦେଶ୍ୟରେ ଅନ୍ୟ ଛାତ୍ରୀଙ୍କ ବାଥରୁମ ଭିତରର ଭିଡିଓ ସୁଟିଂ କରୁଥିଲେ । ଏବଂ କେଉଁ କ୍ୟାମେରାରେ ରେକର୍ଡିଂ କରୁଥିଲେ । ଯାହାର ତନାଘନା କରୁଛି ସ୍ଥାନୀୟ ପୋଲିସ ।

Advertisment

ଚଣ୍ଡିଗଡ ବିଶ୍ୱବିଦ୍ୟାଳୟର ହଷ୍ଟେଲରୁ ଲିକ୍ ହୋଇଥିବା ଏମଏମଏସ ଭିଡିଓର ପ୍ରତିବାଦ । ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଶତାଧିକ ଛାତ୍ରଛାତ୍ରୀ ପ୍ରତିବାଦ କରିଛନ୍ତି । ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ତିନି ଜଣଙ୍କୁ ଗିରଫ କରିଛି । ତିନି ଜଣଙ୍କ ମଧ୍ୟରେ ହଷ୍ଟେଲରେ ରହିଥିବା ଜଣେ ଛାତ୍ରୀ ଏବଂ ତାଙ୍କ ବୟଫ୍ରେଣ୍ଡ ଓ ଅନ୍ୟ ଜଣେ ହିମାଚଳପ୍ରଦେଶ ଶିମଲାର ରହିଛନ୍ତି । ଛାତ୍ରୀ ଜଣଙ୍କ ହଷ୍ଟେଲରେ ରହୁଥିବା ୬୦ ଛାତ୍ରୀଙ୍କ ଗାଧୋଇବା ବେଳର ଭିଡିଓ ରେକର୍ଡିଂ କରି ତାଙ୍କ ବୟଫ୍ରେଣ୍ଡକୁ ପଠାଇଥିବା ଅଭିଯୋଗ ହୋଇଛି । ପରିସ୍ଥିତି ଅଣାୟତ ହେଉଥିବା ଦେଖି ଶନିବାର ଯାଏ ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ୱବିଦ୍ୟାଳୟ ବନ୍ଦ ରହିଛି । ସେପଟେ ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ନିର୍ଦ୍ଦେଶକ୍ରମେ ତିନି ମହିଳା ଅଧିକାରୀଙ୍କୁ ନେଇ ଏସଆଇଟି ଟିମ୍ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଛି ।

ଏମଏମଏସ ଲିକ୍ ମାମଲା ସାମ୍ନାକୁ ଆସିବା ପରେ ଅନେକ ଛାତ୍ରୀ ଏବେ ଭୟଭୀତ । ତେବେ କେଉଁ କ୍ୟାମେରା ଜରିଆରେ ଓ କେମିତି ଅଭିଯୁକ୍ତ ଜଣଙ୍କ ଭିଡିଓ ରେକର୍ଡିଂ କରୁଥିଲେ, ତାର ତଦନ୍ତ ଚଳାଇଛି ପୋଲିସ । ତେବେ ସ୍ଥାନୀୟ ଏସପି କହିଛନ୍ତି, ଏହି ମାମଲାରେ ମାତ୍ର ୪ଟି ଭିଡିଓ କ୍ଲିପ୍ ମିଳିଛି । ଏହି ମାମଲାରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ୱାର୍ଡେନ ରାଜବିନ୍ଦର କୌରଙ୍କୁ ନିଲମ୍ବିତ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଶିମଲାରୁ ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ବ୍ଲାକମେଲର । ସେ ବ୍ୟବହାର କରୁଥିବା ମୋବାଇଲ ନମ୍ବର ଟ୍ରୁ କଲର ଆପ୍ସରେ ସ୍ପାମ୍ କଲ୍ ବୋଲି ଉଲ୍ଲେଖ କରୁଛି । ଆଉ ଏହି ନମ୍ବର ଉପରେ ୫୫ ଜଣ ଆପତି ଉଠାଇଛନ୍ତି । ଏପରି ସ୍ଥ୍ିତିରେ ଭିଡିଓ ରେକର୍ଡିଂ ପଛର ଉଦ୍ଦେଶ୍ୟ ସ୍ପଷ୍ଟ ହୋଇପାରିନି ।