ସହଯୋଗ କରୁନାହିଁ ଅଷ୍ଟ୍ରେଲିଆର ହସ୍ପିଟାଲ୍। ବାପାଙ୍କୁ ଫେରାଇ ଆଣିବାକୁ ଝିଅର କରୁଣ ନିବେଦନ।

254

କନକ ବ୍ୟୁରୋ: ହୃଦଘାତ ଶିକାର ବାପାଙ୍କୁ ଭୁବନେଶ୍ୱର ଫେରାଇ ଆଣିବା ପାଇଁ ନିବେଦନ କରିଛନ୍ତି ଝିଅ ସ୍ମିତା ସାମଲ । ଗୋଟିଏ ପଟେ ଲାଇଫ୍ ସପୋର୍ଟ ସିଷ୍ଟମ ଖୋଲି ଦେବାକୁ କହୁଛନ୍ତି ସିଡନୀ ସ୍ଥିତ ରୟାଲ୍ ପ୍ରିନ୍ସ ଆଲ୍ଫ୍ରେଡ୍ ହସପିଟାଲ କର୍ତୃପକ୍ଷ । ଅନ୍ୟପଟେ ଓଡ଼ିଶାକୁ କିପରି ଅଣା ଯାଇପାରିବ, ଏ ନେଇ ମଧ୍ୟ ସହଯୋଗ କରୁନାହିଁ ଅଷ୍ଟ୍ରେଲିଆର ଏହି ହସପିଟାଲ୍ । ଏ ନେଇ ପଦକ୍ଷେପ ନେବାକୁ ବୈଦେଶିକ ମନ୍ତ୍ରାଳୟ, ଭାରତୀୟ ଦୂତାବାସ ଏବଂ ଓଡ଼ିଶା ସରକାରଙ୍କୁ ଅନୁରୋଧ କରିଛନ୍ତି ସ୍ମିତା ।

ଅଷ୍ଟ୍ରେଲିଆ ବୁଲି ଯାଇଥିବା ବେଳେ ହୃଦଘାତର ଶିକାର ହୋଇ ସିଡନୀ ସ୍ଥିତ ରୟାଲ୍ ପ୍ରିନ୍ସ ଆଲ୍ଫ୍ରେଡ୍ ହସପିଟାଲରେ ଜୀବନ ସଂଘର୍ଷ କରୁଛନ୍ତି ସୁବାସ ଚନ୍ଦ୍ର ସାମଲ । କୋମାରେ ଥିବାରୁ ତାଙ୍କୁ ଲାଇଫ୍ ସପୋର୍ଟ ସିଷ୍ଟମରେ ରଖାଯାଇଛି । ଏହାକୁ ହଟାଇ ଦେଲେ କ’ଣ ହେବ କହିବା ମୁସ୍କିଲ । ଦୁଇ ଦିନ ପରେ ତାଙ୍କୁ ଆଉ ଲାଇଫ୍ ସପୋର୍ଟ ସିଷ୍ଟମରେ ରଖାଯାଇ ପାରିବନାହିଁ ବୋଲି କହିବା ପରେ ପରିବାର ଲୋକଙ୍କ ମୁଣ୍ଡରେ ଚଡ଼କ ପଡିଛି । ଭୁବନେଶ୍ୱର ଫେରାଇ ଆଣି ଚିକତ୍ସା କରିବାକୁ ଚାହୁଁଛନ୍ତି ପରିବାର । କିନ୍ତୁ ଏଥିରେ ରହିଛି ଦୁଇଟି ପ୍ରତିବନ୍ଧକ । ଅଷ୍ଟ୍ରେଲିଆ ହସପିଟାଲର ଅନୁମତି ଏବଂ ଏୟାର ଲିଫ୍ଟିଂ ପାଇଁ ଆବଶ୍ୟକ ୪୦ ଲକ୍ଷ ଟଙ୍କା । ଅଷ୍ଟ୍ରେଲିଆରେ ପ୍ରତିଦିନ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବାରୁ ଯାହା କିଛି ସଞ୍ଜୟ ଥିଲା ଶେଷ ହୋଇଯାଇଛି । ସହୃଦୟ ବ୍ୟକ୍ତିଙ୍କ ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି ସ୍ମିତା ।

ବାପାଙ୍କୁ ବଞ୍ଚାଇବା ପାଇଁ ସ୍ମିତାଙ୍କ ଏହି ସଂଗ୍ରାମରେ ଯଦି ଆପଣ ସହାୟତା କରିବାକୁ ଚାହୁଁଛନ୍ତି, ତେବେ
SMITA SAMAL
KOTAK MAHINDRA BANK
AC. NO : 0113049842
IFSC : KKBK0000493
MOBILE NO : 93379 55059ରେ ଆର୍ଥିକ ସହଯୋଗ କରିପାରିବେ । ଆପଣଙ୍କ ଏହି ସହାୟତା ଜଣଙ୍କୁ ନୂଆ ଜୀବନ ଦେଇପାରିବ ।