ଓଡ଼ିଶାରେ ଦିଲ୍ଲୀ ଭଳି ଦୃଶ୍ୟ : କୋଭିଡ ପରୀକ୍ଷା କରାଇନଥିବାରୁ ରୋଗୀକୁ ମିଳିଲାନି ହସ୍ପିଟାଲରେ ବେଡ

ରାସ୍ତା ଉପରେ ଗାଡ଼ି ଭିତରେ ଲାଗିଲା ଅକ୍ସିଜେନ

208

କନକ ବ୍ୟୁରୋ : ଓଡିଶାରେ ଦିଲ୍ଳୀ ଭଳି ଦୃଶ୍ୟ । ରାସ୍ତା ଉପରେ ଗାଡି ଭିତରେ ଗୁରୁତର ରୋଗୀଙ୍କୁ ଲାଗିଲା ଅମ୍ଳଜାନ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋଦ ରାଜଧାନୀ ଭୁବନେଶ୍ୱରରେ । ସ୍ୱାସ୍ଥ୍ୟ ଖରାପ ହେବାରୁ ନିରାକାରପୁରରୁ ଜଣେ ରୋଗୀ ଭୁବନେଶ୍ୱର ଆସିଥିଲେ । ତାଙ୍କୁ ପ୍ରଥମେ ଏମ୍ସ ଓ ପରେ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ ସମ୍ପର୍କୀୟ । କିନ୍ତୁ କୋଭିଡ୍ ପରୀକ୍ଷା ହୋଇନଥିବାରୁ ଡାକ୍ତରଖାନା କର୍ତୁପକ୍ଷ ଫେରାଇ ଦେଇଥିବା ଅଭିଯୋଗ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ ।

ଏପଟେ ରୋଗୀଙ୍କର ଅମ୍ଳଜାନ ସ୍ତର କମିବା ସହ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଥିଲା । ଏପରିକି ଅକ୍ସିଜେନ ଲେବଲ ୭୦ରେ ପହଁଚି ଯାଇଥିଲା । ଏହି ଖବର ପାଇ ଦେବଦୂତ ସାଜି ପହଁଚିଥିଲେ ଶିଖ୍ ଏଡର ସଦସ୍ୟ ସତବୀର । ତାଙ୍କ ସହାୟତାରେ ଗାଡି ଭିତରେ ରୋଗୀଙ୍କୁ ଅମ୍ଳଜାନ ଲଗାଯାଇଥିଲା । ତେବେ କୋଭିଡ୍ ରିପୋର୍ଟ ନଥିଲେ ବି ହସ୍ପିଟାଲରେ ଆଡମିସନ ପାଇଁ ସରକାର ନିୟମ ଆଣିଥିଲେ ବି କାହିଁକି ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ କର୍ତୁପକ୍ଷ ଫେରାଇ ଦେଲେ ତାକୁ ନେଇ ପ୍ରଶ୍ନ ଉଠିଛି । ଡାକ୍ତରଖାନାରେ ଶଯ୍ୟା ନଥିଲେ ମେଡିକାଲ କର୍ତୁପକ୍ଷ ଏଭଳି ଅକ୍ସିଜେନ ଦେବାର ବ୍ୟବସ୍ଥା କରିବାକୁ ଶିଖ୍ ଏଡ୍ ନିବେଦନ କରିଛି ।