କରୋନା ଲକ୍ଷଣ ନଥିଲେ ପରୀକ୍ଷା ପାଇଁ ବାଧ୍ୟ କରିପାରିବେ ନାହିଁ ଘରୋଇ ଡାକ୍ତରଖାନା: ତାଗିଦ୍ କଲା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

ଡାଏଲିସିସ୍ ଓ କେମୋ ନେବାପାଇଁ ଆସୁଥିବା ରୋଗୀଙ୍କୁ କରୋନା ପରୀକ୍ଷା ପାଇଁ ବାଧ୍ୟ କରାଯାଉଥିବା ଅଭିଯୋଗ

977

କନକ ବ୍ୟୁରୋ: ରାଜ୍ୟରେ ଘରୋଇ ହସ୍ପିଟାଲ ଗୁଡିକୁ ତାଗିଦ୍ କରିଛନ୍ତି ସରକାର । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି , କରୋନାର ଲକ୍ଷଣ ନଥିଲେ ସାଧାରଣ ରୋଗୀଙ୍କୁ କରୋନା ପରୀକ୍ଷା ପାଇଁ ବାଧ୍ୟ କରାଯାଇପାରିବ ନାହିଁ ।

ନିୟମିତ ଭାବେ ଡାଏଲିସିସ୍ କିଂବା କେମୋ ଥେରାପୀ ପାଇଁ ଆସୁଥିବା ରୋଗୀଙ୍କୁ ଘରୋଇ ଡାକ୍ତରଖାନା ଗୁଡିକ କରୋନା ପରୀକ୍ଷା ପାଇଁ ବାଧ୍ୟ କରୁଥିବା ଅଭିଯୋଗ ହୋଇଥିଲା । ତେବେ ଘରୋଇ ହସ୍ପିଟାଲ ଗୁଡିକ କରୋନା ସନ୍ଦୀଗ୍ଧଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହ ଅନ୍ୟ ରୋଗର ନିୟମିତ ଚିକିତ୍ସା ପୂର୍ବ ପରି ଚାଲୁରଖିବାକୁ କୁହାଯାଇଛି ।