ଡାକ୍ତରଖାନାରେ ଅନ୍ଧାରୀ ଚିକତ୍ସା : ବିଦ୍ୟୁତ ନଥିବାରୁ ଟର୍ଚ୍ଚ ମାରି ରୋଗୀଙ୍କ ଚିକତ୍ସା କରୁଛନ୍ତି ନର୍ସ

କୋରାପୁଟ ବୈପାରୀଗୁଡା ମୁଖ୍ୟ ଚିକିତ୍ସାଳୟରେ ବାରମ୍ବାର ହେଉଛି ପାୱାରକଟ

88

କନକ ବ୍ୟୁରୋ : ଡାକ୍ତରଖାନାରେ ଅନ୍ଧାରୀ ଚିକତ୍ସା । ଅନ୍ଧାରରେ କରାଯାଉଛି ଗର୍ଭବତୀଙ୍କ ଚିକିତ୍ସା । କୋରାପୁଟ ବୈପାରୀଗୁଡା ମୁଖ୍ୟ ଚିକିତ୍ସାଳୟରେ ବାରମ୍ବାର ହେଉଛି ପାୱାରକଟ୍ । ପ୍ରତ୍ୟେକ ଦିନ ୪ରୁ ୫ ଘଂଟା ଲାଇନ୍ ଯାଉଛି । ଫଳରେ ଟର୍ଚ୍ଚ ମାରି ଚିକତ୍ସା କରାଯାଉଛି । ତାହା ପୁଣି ନର୍ସ ଚିକିତ୍ସା କରୁଛନ୍ତି । ଡାକ୍ତରଖାନାରେ ଡାକ୍ତର ନଥିବାରୁ ନର୍ସ ଚିକତ୍ସା କରୁଛନ୍ତି ।

ବିଦ୍ୟୁତ୍ ଚାଲିଗଲେ ବିକଳ୍ପ ବ୍ୟବସ୍ଥା ନ ଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଫ୍ୟାନ ବନ୍ଦ ହୋଇଯାଉଥିବାରୁ ମଶାରେ ହନ୍ତସନ୍ତ ହେଉଛନ୍ତି ରୋଗୀ । ବୈପାରୀଗୁଡ଼ା ବ୍ଲକର ମୁଖ୍ୟ ଚିକିତ୍ସାଳୟରେ ଏଭଳି ଅବ୍ୟବସ୍ଥା ପ୍ରଶାସନର ଅବହେଳାକୁ ପଦର୍ଶନ କରୁଛି । ମେଡିକାଲରେ ସବୁ ବ୍ୟବସ୍ଥା ଥିଲେ ମଧ୍ୟ କର୍ମଚାରୀଙ୍କ ଅବହେଳା ଯୋଗୁ ଏଭଳି ସମସ୍ୟା ଦେଖାଯାଉଛି କହିଛନ୍ତି ଲୋକେ ।