ପାଟି ଖୋଲା ରଖି ଶୋଇଥିଲେ ଯୁବତୀ, ହଠାତ୍ ବନ୍ଦ ହୋଇଗଲା ନିଶ୍ୱାସ । ଅପରେସନ୍ ପରେ ଯୁବତୀଙ୍କ ପାଟିରୁ ବାହାରିଲା ଏମିତି କିଛି, ଯାହା ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ !

2,392

କନକ ବ୍ୟୁରୋ: ମୁହଁ ଖୋଲା କରି ଶୋଇବାର ଫଳ କେତେ ଯେ ଭୟଙ୍କର ହେଇପାରେ ତାହାର ଏକ ଉଦାହରଣ ଏବେ ସାମ୍ନାକୁ ଆସିଛି । ଋଷର ଏହି ଘଟଣା ଆପଣଙ୍କୁ ଚମକେଇ ଦେବ । ଆପଣ କେବେ କଳ୍ପନା ବି କରିନଥିବେ କି ଏମିତି ବି ହେଇପାରେ । ଜଣେ ମହିଳା ମୁହଁ ଖୋଲାକରି ଶୋଇଥିବା ବେଳେ ତାଙ୍କ ମୁହଁରେ ଏକ ସାପ ପଶିଯାଇଥିଲା । ହୁଏତ ଏହି ଘଟଣା ଟି ଆପଣଙ୍କୁ ଅଜବ ଲାଗିପାରେ, ହେଲେ ଏପରି ଘଟଣା ଏବେ ସାମ୍ନାକୁ ଆସିଛି କି କିପରି ଜଣେ ମହିଳା ମୁହଁ ଖୋଲାକରି ଶୋଇବା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେଲା । ତାଙ୍କ ମୁହଁ ଭିତରେ ପଶିଗଲା ଏକ ୪ ଫୁଟ ଲମ୍ବର ସାପ, ଯେତବେଳେ ତାଙ୍କୁ ନିଶ୍ୱାସ ନେବାରେ କଷ୍ଟ ହେଲା ସେତବେଳେ,ସେ ହସ୍ପିଟାଲ ଆସିଲେ ଆଉ ତାଙ୍କର ଚିକିତ୍ସା କରିୂବା ପରେ ଏହି ସାପଟିକୁ କଢାଗଲା । ଆଉ ଚିକିତ୍ସା କରୁଥିବା ଡାକ୍ତର ଏହି ଘଟଣା ଦେଖି ତାଜୁବ କି ଏହା କେମିତି ହେଲା ।

ତେବେ ଘଟଣାଟି କିଛି ଏହିପରି, ଡେଲିମେଲର ଖବର ଅନୁସାରେ ୠଷର ଦାଗେସ୍ତାନର ଲେବାସୀ ଗାଁର ଜଣେ ମହିଳା ନିଜ ଘରର ବଗିଚାରେ ଶୋଇଥିଲେ । ହେଲେ ଏହି ମହିଳାଙ୍କର ଏକ ବଦଭ୍ୟାସ ହେଉଛି କି ସେ ସବୁବେଳେ ନିଜ ମୁହଁ ଖୋଲାକରି ଶୁଅନ୍ତି । ଆଉ ସେ ବଗିଚାରେ ବି ଠିକ ସେମିତି ଶୋଇଥିଲେ, ଆଉ ଏହି ସମୟରେ ଏକ ଚାରିଫୁଟ ଲମ୍ବର ସରୁଆ ସାପ ତାଙ୍କ ମୁହଁ ଭିତରେ ପଶିଗଲା, ତେବେ ସାପଟି ମହିଳାଙ୍କ ପାଟିକୁ ଏକ ଗର୍ତ ଭାବି ସେ ପ୍ରବେଶ କରିଥିଲା, ଆଉ ସିଧା ତଂଟି ଯାଏ ପଳେଇଗଲା, ତେବେ ମହିଳା ଜଣକ କିଛି କରିବା ପୂର୍ବରୁ ହିଁ ସାପ ତାଙ୍କ ତଂଟି ଯାଏ ପଂହଚି ସାରିଥିଲା । ତେବେ ଧୀରେ ଧୀରେ ମହିଳାଙ୍କ ଅବସ୍ଥା ଖରାପ ହେବାରେ ଲାଗିଲା ।

ତାଙ୍କୁ ନିଶ୍ୱାସ-ପ୍ରଶ୍ୱାସ ନେବାରେ କଷ୍ଟ ହେଲା, ଆଉ ତୁରନ୍ତ ମହିଳାଙ୍କୁ ହସ୍ପିଟାଲ ନିଆଗଲା, ଆଉ ଡାକ୍ତର ଯେତବେଳେ ଜାଣିଲେ ମହିଲାଙ୍କ ହାଲ ସେତବେଳେ ତୁରନ୍ତ ତାଙ୍କୁ ଆନାସ୍ତେତିଆ ଦିଆଯାଇ ଆଂରଭ ହେଲା ଚିକିତ୍ସା । ହେଲେ କେମିତି କଢାଯିବ ସାପ ତାହାହିଁ ଥିଲା ମୁଖ୍ୟ ଚିନ୍ତା, ତେବେ ମହିଲାଙ୍କ ମୁହଁରେ ଭିଡିଓ କ୍ୟାମେରା ଓ ଲାଇଟ ଥିବା ପାଇବ ଭର୍ତି କରିଥିଲେ ଯାହାଦ୍ୱାରା ସାପଟିର ସ୍ଥିତି ସଂପର୍କରେ ଜାଣିହେବ ଏବଂ ସାପଟି ଶରୀରର କେତେ ଭିତରକୁ ଯାଇଛି ତାହା ବି ଜାଣିହେବ । ତେବେ ସୌଭାଗ୍ୟ ବସତ ଡାକ୍ତର ସେହି ପାଇପରେ ହିଁ ସାପକୁ ଧରି ନେଲେ ଆଉ ତାପରେ ଧୀରେ ଧୀରେ ସାପଟିକୁ ତାଙ୍କ ମୁହଁରୁ କଢାଗଲା । ଦୀର୍ଘ ସମୟର ଅକ୍ଲାନ୍ତ ପରିଶ୍ରମ ପରେ ଶେଷରେ ସାପଟିକୁ କଢାଯାଇ ପାରିଲା ।

ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏହି ଭିଡିଓ । ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ମହିଳାଙ୍କ ପାଟିରୁ କେମିତି ସାପ କଢା ଯାଉଛି ତାର ଚିତ୍ର ପୁରା ଦେଖିବାକୁ ମିଳିଛି । କେମିତି ସାପଟିକୁ କାଢିବାକୁ ଡାକ୍ତର ତଥା ମେଡିକାଲ ଷ୍ଟାଫ ପୂରା ପ୍ରୟାସ କରୁଛନ୍ତି କେମିତି ସାପଟିକୁ ବାହାର କରିବା ପରେ ଏତେ ଲମ୍ବା ସାପଟିକୁ ଦେଖି ପୁରା ଷ୍ଟାଫ ଏକ ପାଦ ପଛକୁ ହଟିଯାଇଥିଲେ, ସମସ୍ତଙ୍କ ମୁହଁରେ ଭୟ ବେଶ ବାରି ହେଇଯାଉଥିଲା ।

ଆଉ ଏହି ଘଟଣା ପରେ ଦାଗେସ୍ତାନ ପ୍ରଶାସନ ଲଗାଇଛି କଟକଣା । ଘର ବାହାରେ କେହି ଶୋଇପାରିବେ ନାହିଁ ବୋଲି ପ୍ରଶାସନ କଟକଣା ଲଗାଇଛି କାରଣ ଏହି ସମୟରେ ଉକ୍ତ ଅଚଂଳରେ ସାପ ବାହାରୁଥିବା ବା ସର୍ପଦଂଶନର ଖବର ଯେହେତୁ ସାମ୍ନାକୁ ଆସୁଛି ସେଥିପାଇଁ ପ୍ରଶାସନ ଏମିତି କଟକଣା ଲଗାଇଛି । କାରଣ ଏହା ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ ।