କନକ ବ୍ୟୁରୋ : ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଡ୍ୟୁଟିରେ ଯାଉଥିବା ସୁରକ୍ଷାକର୍ମୀଙ୍କ ବସ୍ ଦୁର୍ଘଟଣା ଗ୍ରସ୍ତ । ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ୬ ଜଣଙ୍କ ଗୁରୁତରଙ୍କୁ ନବରଙ୍ଗପୁର ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ଗୃହରକ୍ଷୀମାନେ ନବରଙ୍ଗପୁରରୁ କୋଷାଗୁମୁଡାକୁ ଯାଉଥିଲେ ।

Advertisment

ଆସନ୍ତା ୨୦ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଥିବାରୁ ନିର୍ବାଚନ ଡ୍ୟୁଟି ପାଇଁ ନବରଙ୍ଗପୁର ପୁଲିସ ରିଜର୍ଭ କାର୍ଯ୍ୟାଳୟରୁ ୩୬ ଜଣ ଗ୍ରାମରକ୍ଷୀଙ୍କୁ ନେଇ ଏକ ବସ୍ ଓଡି-୦୫କେ-୦୧୦୫ କୋଷାଗୁମୁଡ଼ା ବ୍ଲକ୍ ଅଭିମୁଖେ ବାହାରିଥିଲା। ବସ୍‌ଟି ପାପଡ଼ାହାଣ୍ଡି ଦେଇ କୋଷାଗୁମୁଡ଼ା ଅଭିମୁଖେ ଯାଉଥିବା ସମୟରେ ପାପଡ଼ାହାଣ୍ଡି ବ୍ଲକର ସୋରିଷପଦର ନିକଟରେ ଥିବା ଏକ ବୁଲାଣିରେ ଡ୍ରାଇଭର ଭାରସାମ୍ୟ ହରାଇବାରୁ ବସଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା ।

ଫଳରେ ବସ୍ ତଳେ ୩ ଜଣ ଗ୍ରାମରକ୍ଷୀ ଚାପି ହୋଇଯିବାରୁ ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ସ୍ଥାନୀୟ ବାସିନ୍ଦା, ପାପଡ଼ାହାଣ୍ଡି ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଆ‌ହତ ମାନଙ୍କୁ ଉଦ୍ଧାର କରି ପାପଡ଼ାହାଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା।