ଆଜି କେମିତି କଟିବ ଆପଣଙ୍କ ଦିନ? ଜାଣନ୍ତୁ...

Advertisment

ଆଜି ପୌଷ କୃଷ୍ଣ ୮ମୀ ଦିବା ୨:୫୭:୦୭ ଗତେ ୯ମୀ ତିଥି । ସିଂହ ଚନ୍ଦ୍ର ଦିବା ୧୦:୨୧ ଗତେ କନ୍ୟା ଚନ୍ଦ୍ର । ଉରାଫାଲ୍‌ଗୁନୀ ନିଶାନ୍ତ ୫:୫୦:୧୫ ଗତେ ହସ୍ତା ନକ୍ଷତ୍ର ।

ଆଜି ପୌଷ କୃଷ୍ଣ ୮ମୀ ଦିବା ୨:୫୭:୦୭ ଗତେ ୯ମୀ ତିଥି । ସିଂହ ଚନ୍ଦ୍ର ଦିବା ୧୦:୨୧ ଗତେ କନ୍ୟା ଚନ୍ଦ୍ର । ଉରାଫାଲ୍‌ଗୁନୀ ନିଶାନ୍ତ ୫:୫୦:୧୫ ଗତେ ହସ୍ତା ନକ୍ଷତ୍ର ।

19

Horoscope Photograph: (Kanak News)

ପ୍ରଥମେ ଆଜିର ତିଥି ଓ ପର୍ବଦିବସ ବିଷୟରେ ଜାଣିବା । ଆଜି ପୌଷ କୃଷ୍ଣ ୮ମୀ ଦିବା ୨:୫୭:୦୭ ଗତେ ୯ମୀ ତିଥି । ସିଂହ ଚନ୍ଦ୍ର ଦିବା ୧୦:୨୧ ଗତେ କନ୍ୟା ଚନ୍ଦ୍ର । ଉରାଫାଲ୍‌ଗୁନୀ ନିଶାନ୍ତ ୫:୫୦:୧୫ ଗତେ ହସ୍ତା ନକ୍ଷତ୍ର । ଆଜି ପଠାଣି ସାମନ୍ତ ଓ ବାଇକୋଳି ଜୟନ୍ତୀ- ସାମନ୍ତ ଚନ୍ଦ୍ରଶେଖର ସ୍ମୃତି ପରିଷଦ ପକ୍ଷରୁ ଗୀତଗୋବିନ୍ଦ ସଦନରେ ସ୍ମୃତିସଭା । ଆଜିର ନିଷିଦ୍ଧ ଖାଦ୍ୟ: ନଡ଼ିଆ, ଆମିଷ ଦିବା ୦୨:୫୭:୦୭ ଗତେ ଲାଉ । 
..
ମେଷ: ଦୁଃଖ, ଯାତନା ସହ ମାନସିକ ଉଦ୍‌ବେଗ ଦେଖାଦେଇପାରେ । ଦୀନତା, ରୋଗ, ଶୋକ, ଘେରିଧରିବ । ଯାତ୍ରାରେ ଓ କାର୍ଯ୍ୟରେ ବିଘ୍ନ ଉପୁଜିବ । ନୂତନ କାର୍ଯ୍ୟରେ ହାତ ନ ଦେଇ ପୁରାତନ କାର୍ଯ୍ୟକୁ ନିଷ୍ଠାର ସହ ସମ୍ପାଦନ କରନ୍ତୁ । ମଧ୍ୟାହ୍ନ ଗତେ ଆର୍ଥିକ କାରବାରରେ ଲାଭ ମିଳିବ । ରୋଗମୁକ୍ତି, ଋଣ ସୂତ୍ରରେ ବା ବକେୟା ଅର୍ଥ ପ୍ରାପ୍ତି ଆଦି ଘଟିପାରେ । ବ୍ୟବସାୟ-ବାଣିଜ୍ୟରେ ଉନ୍ନତି ଘଟିବ । ଚାକିରି କ୍ଷେତ୍ରରେ ଉପଯୁକ୍ତ ମର୍ଯ୍ୟାଦା ମିଳିବ । ପରିଶ୍ରମର ମନୋବାଞ୍ଛିତ ଫଳ ମିଳିବ । 
..
ବୃଷ: ଭୟର ବାତାବରଣ ସହ ମାନସିକ ଅଶାନ୍ତି ସୃଷ୍ଟି ହୋଇପାରେ । ନୂତନ କାର୍ଯ୍ୟରେ ହାତ ଦିଅନ୍ତୁ ନାହିଁ । କିନ୍ତୁ ଯେଉଁ କାମର ଦାୟିତ୍ବ ନେଇଛନ୍ତି ତାକୁ ନିଷ୍ଠାର ସହ କରନ୍ତୁ ଏବଂ ଆପଣଙ୍କ ଉପରୁ ଲୋକଙ୍କ ଭରସା ତୁଟିବାକୁ ଦିଅନ୍ତୁ ନାହିଁ । କଥାରେ ଖିଲାପ କରନ୍ତୁ ନାହିଁ । ମଧ୍ୟାହ୍ନ ଗତେ ଦୁଃଖ, ଯାତନା ସହ ମାନସିକ ଉଦ୍‌ବେଗ ଦେଖାଦେଇପାରେ । ଦୀନତା, ରୋଗ, ଶୋକ, ଘେରିଧରିବ । ଯାତ୍ରାରେ ଓ କାର୍ଯ୍ୟରେ ବିଘ୍ନ ଉପୁଜିବ । ନୂତନ କାର୍ଯ୍ୟରେ ହାତ ନ ଦେଇ ପୁରାତନ କାର୍ଯ୍ୟକୁ ନିଷ୍ଠାର ସହ ସମ୍ପାଦନ କରନ୍ତୁ । ଇଷ୍ଟ ମନନଶୀଳ ରହନ୍ତୁ, ସବୁ ଅଶୁଭ ପରିସ୍ଥିତିକୁ ଏଡ଼ାଇପାରିବେ । 
..
ମିଥୁନ: କାର୍ଯ୍ୟରେ ସଫଳତା ମିଳିବ । ଗୃହକୁ ବନ୍ଧୁ-ଅତିଥିଙ୍କ ଆଗମନ ଘଟିପାରେ । ଉତ୍ତମ ପାନଭୋଜନ ଓ ବସ୍ତ୍ର-ଆଭୂଷଣରେ ସୁଖୀ ହେବେ । ବାଣିଜ୍ୟ-ବ୍ୟବସାୟରେ ଉନ୍ନତି ହେବ । ଅଳ୍ପଦୂର ଯାତ୍ରା ଓ ବକେୟା ଅର୍ଥଲାଭ ଯୋଗ ଅଛି । ସ୍ବାମୀ ବା ସ୍ତ୍ରୀ ସହ ସମ୍ବନ୍ଧ ଭଲ ରହିବ । ପରିବାରରେ ସୁଖଶାନ୍ତିର ବାତାବରଣ ଖେଳିବ । ଭାଇଠାରୁ ଓ ବନ୍ଧୁବର୍ଗରୁ ସହଯୋଗ ମିଳିବ । ମଧ୍ୟାହ୍ନ ଗତେ ଭୟର ବାତାବରଣ ସହ ମାନସିକ ଅଶାନ୍ତି ସୃଷ୍ଟି ହୋଇପାରେ । ନୂତନ କାର୍ଯ୍ୟରେ ହାତ ଦିଅନ୍ତୁ ନାହିଁ । କିନ୍ତୁ ଯେଉଁ କାମର ଦାୟିତ୍ବ ନେଇଛନ୍ତି ତାକୁ ନିଷ୍ଠାର ସହ କରନ୍ତୁ ଏବଂ ଲୋକଙ୍କ ଭରସା ଅତୁଟ ରହିବ । କଥାରେ ଖିଲାପ କରନ୍ତୁ ନାହିଁ । 
..
କର୍କଟ: ସ୍ବାସ୍ଥ୍ୟ ଓ ଅର୍ଥ ଲାଗି କେତେକ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇପାରେ । ଖର୍ଚ୍ଚ ବଢ଼ିପାରେ । ଅପମାନଜନକ ପରିସ୍ଥିତି ଉପୁଜିପାରେ । କାର୍ଯ୍ୟକ୍ଷେତ୍ରରେ ବାଧାବିଘ୍ନର ସମ୍ମୁଖୀନ ହେବେ । ଅନିୟନ୍ତ୍ରିତ କ୍ରୋଧ ଉପରେ ଅଙ୍କୁଶ ରଖନ୍ତୁ । ମଧ୍ୟାହ୍ନ ଗତେ କାର୍ଯ୍ୟରେ ସଫଳତା ମିଳିବ । ଗୃହକୁ ବନ୍ଧୁ-ଅତିଥିଙ୍କ ଆଗମନ ଘଟିପାରେ । ଉତ୍ତମ ପାନଭୋଜନ ଓ ବସ୍ତ୍ର-ଆଭୂଷଣରେ ସୁଖୀ ହେବେ । ବାଣିଜ୍ୟ-ବ୍ୟବସାୟରେ ଉନ୍ନତି ହେବ । ଅଳ୍ପଦୂର ଯାତ୍ରା ଓ ବକେୟା ଅର୍ଥଲାଭ ଯୋଗ ଅଛି । ସ୍ବାମୀ ବା ସ୍ତ୍ରୀ ସହ ସମ୍ବନ୍ଧ ଭଲ ରହିବ । ପରିବାରରେ ସୁଖଶାନ୍ତିର ବାତାବରଣ ଖେଳିବ । ଭାଇଠାରୁ ଓ ବନ୍ଧୁବର୍ଗରୁ ସହଯୋଗ ମିଳିବ । 

ଆଜିର ଦିନଟି ଆପଣଙ୍କର କିପରି କଟିବ, ଜାଣନ୍ତୁ ଆଜିର ରାଶିଫଳରୁ ଶୁଭ-ଅଶୁଭ ଖବର


..
ସିଂହ: ଉତ୍ତମ ପାନ-ଭୋଜନରେ ଆପ୍ୟାୟିତ ହେବେ । ବସ୍ତ୍ର-ଆଭୂଷଣ ପ୍ରାପ୍ତି ଓ ବନ୍ଧୁମିଳନ ଯୋଗ ଅଛି । ଭାଗ୍ୟୋଦୟ ହେବାର ସମ୍ଭାବନା ଅଛି । କିନ୍ତୁ କଳହ, ମକଦ୍ଦମା, ଦୂରଯାତ୍ରା, ଯାନବାହନ ଓ ପଶୁକ୍ରୟ ଆଦି ପାଇଁ ସମୟ ଅନୁକୂଳ ନୁହେଁ । ତେଣୁ ଏ ଦିଗରୁ ସାବଧାନତା ଅବଲମ୍ବନୀୟ । ମଧ୍ୟାହ୍ନ ଗତେ ସ୍ବାସ୍ଥ୍ୟ ଓ ଅର୍ଥ ଲାଗି କେତେକ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇପାରେ । ଖର୍ଚ୍ଚ ବଢ଼ିପାରେ । ଅପମାନଜନକ ପରିସ୍ଥିତି ଉପୁଜିପାରେ । କାର୍ଯ୍ୟକ୍ଷେତ୍ରରେ ବାଧାବିଘ୍ନର ସମ୍ମୁଖୀନ ହେବେ । ସତ୍‌ଚିନ୍ତା ଓ ସତ୍‌କର୍ମରେ ନିବିଷ୍ଟ ରହିବା ଆବଶ୍ୟକ । ଅନିୟନ୍ତ୍ରିତ କ୍ରୋଧ ଉପରେ ଅଙ୍କୁଶ ରଖନ୍ତୁ । 


..
କନ୍ୟା: ବୃଥା ଭ୍ରମଣ, ଅଯଥା ବ୍ୟୟ ଓ ଅର୍ଥହାନି ଘଟିପାରେ । ଖର୍ଚ୍ଚବାର୍ଚ୍ଚରେ ନିୟନ୍ତ୍ରଣ ରଖିବା ଆବଶ୍ୟକ । ନୂତନ ଦ୍ରବ୍ୟ କ୍ରୟ ବା ସତ୍‌କାର୍ଯ୍ୟରେ ଦାନ କରିପାରନ୍ତି । ଇଷ୍ଟକାର୍ଯ୍ୟରେ ନିବିଷ୍ଟ ରୁହନ୍ତୁ, ଅଶୁଭ ପରିସ୍ଥିତିକୁ ଏଡ଼ାଇପାରିବେ । ମଧ୍ୟାହ୍ନ ଗତେ ଉତ୍ତମ ପାନ-ଭୋଜନରେ ଆପ୍ୟାୟିତ ହେବେ । ବସ୍ତ୍ର-ଆଭୂଷଣ ପ୍ରାପ୍ତି ଓ ବନ୍ଧୁମିଳନ ଯୋଗ ଅଛି । ଭାଗ୍ୟୋଦୟ ହେବାର ସମ୍ଭାବନା ଅଛି । ଦିନଟି ସବୁ ଦୃଷ୍ଟିିରୁ ଭଲରେ କଟିଲେ ମଧ୍ୟ କଳହ, ମକଦ୍ଦମା, ଦୂରଯାତ୍ରା, ଯାନବାହନ ଓ ପଶୁକ୍ରୟ ଆଦି ପାଇଁ ସମୟ ଅନୁକୂଳ ନୁହେଁ ।  
..
ତୁଳା: ଅନେକ ଶୁଭଫଳ ପାଇବେ । ମନର ଆଶା ପୂରଣ ହେବ । ବ୍ୟବସାୟ-ବାଣିଜ୍ୟ ଓ ଶିଳ୍ପୋଦ୍ୟୋଗରେ ପୁଞ୍ଜିନିବେଶ ଲାଭଜନକ ହେବ । ଆର୍ଥିକ ଲାଭ ଓ ଉନ୍ନତିର ସମ୍ଭାବନା ରହିଛି । ଅଟକିରହିଥିବା ଟଙ୍କା ଫେରି ପାଇବେ । ବନ୍ଧୁ-ପରିଜନରେ ଆନନ୍ଦ ଉପଭୋଗ କରିବାର ସୁଯୋଗ ମିଳିପାରେ । ଭାଇ ଓ ବନ୍ଧୁ ମହଲରୁ ସହଯୋଗ ପାଇବେ । ମଧ୍ୟାହ୍ନ ଗତେ ବୃଥା ଭ୍ରମଣ, ଅଯଥା ବ୍ୟୟ ଓ ଅର୍ଥହାନି ଘଟିପାରେ । ଖର୍ଚ୍ଚବାର୍ଚ୍ଚରେ ନିୟନ୍ତ୍ରଣ ରଖିବା ଆବଶ୍ୟକ । ନୂତନ ଦ୍ରବ୍ୟ କ୍ରୟ ବା ସତ୍‌କାର୍ଯ୍ୟରେ ଦାନ କରିପାରନ୍ତି । ଇଷ୍ଟକାର୍ଯ୍ୟରେ ନିବିଷ୍ଟ ରୁହନ୍ତୁ, ଅଶୁଭ ପରିସ୍ଥିତିକୁ ଏଡ଼ାଇପାରିବେ । 
..
ବିଛା: କାର୍ଯ୍ୟସିଦ୍ଧି ହେବ ଓ ମନର ଆଶା ପୂରଣ ହେବ । କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିବେ । ଶିଳ୍ପୋଦ୍ୟୋଗ ଓ ବ୍ୟବସାୟରେ ସଫଳତା ମିଳିବ । ଆର୍ଥିକ କାରବାରରେ ଲାଭ ଯୋଗ ରହିଛି । ମଧ୍ୟାହ୍ନ ଗତେ ଅନେକ ଶୁଭଫଳ ପାଇବେ । ମନର ଆଶା ପୂରଣ ହେବ । ବ୍ୟବସାୟ-ବାଣିଜ୍ୟ ଓ ଶିଳ୍ପୋଦ୍ୟୋଗରେ ପୁଞ୍ଜିନିବେଶ ଲାଭଜନକ ହେବ । ଆର୍ଥିକ ଲାଭ ଓ ଉନ୍ନତିର ସମ୍ଭାବନା ରହିଛି । ବନ୍ଧୁ-ପରିଜନରେ ଆନନ୍ଦ ଉପଭୋଗ କରିବାର ସୁଯୋଗ ମିଳିପାରେ । ଭାଇ ଓ ବନ୍ଧୁ ମହଲରୁ ସହଯୋଗ ପାଇବେ । 
..
ଧନୁ: ଉଦାସ ଉଦାସ ଲାଗିବ । ଅସୁସ୍ଥତା, ମାନସିକ ଅବସାଦ, ଆବଦ୍ଧ ଯୋଗ, ବିଷମ ପରିସ୍ଥିତି ଓ ଆର୍ଥିକ ସମସ୍ୟା ଭିତରଦେଇ ଗତି କରିବାକୁ ପଡ଼ିପାରେ । ସ୍ବାସ୍ଥ୍ୟ ଚିନ୍ତା ଘାରିବ । ବ୍ୟବସାୟ-ବାଣିଜ୍ୟ ବା ଶିଳ୍ପ କାରବାରରେ କିଛି ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିପାରେ । ଦୂରଯାତ୍ରା ଭଲ ନୁହେଁ । ପେଟ ଗୋଳମାଳ ସହ ପାଗ ପରିବର୍ତ୍ତନଜନିତ ସମସ୍ୟା ଦେଖାଦେଇପାରେ । ମଧ୍ୟାହ୍ନ ଗତେ କାର୍ଯ୍ୟସିଦ୍ଧି ହେବ ଓ ମନର ଆଶା ପୂରଣ ହେବ । କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିବେ । ଶିଳ୍ପୋଦ୍ୟୋଗ ଓ ବ୍ୟବସାୟରେ ସଫଳତା ମିଳିବ । ଆର୍ଥିକ କାରବାରରେ ଲାଭ ଯୋଗ ରହିଛି । 


..
ମକର: ଅଷ୍ଟମ ଚନ୍ଦ୍ର ହେତୁ ସାବଧାନତା ଅବଲମ୍ବନୀୟ । କଳହ, ବିବାଦ, ଦୂରଯାତ୍ରା, ମାଲିମକଦ୍ଦମାରୁ ଦୂରରେ ରହନ୍ତୁ । ଇଷ୍ଟ ମନନଶୀଳ ହୋଇ ଚଳନ୍ତୁ । କୌଣସି ନୂତନ କାର୍ଯ୍ୟରେ ହାତ ଦିଅନ୍ତୁ ନାହିଁ । ମଧ୍ୟାହ୍ନ ଗତେ ଉଦାସ ଉଦାସ ଲାଗିବ । ଅସୁସ୍ଥତା, ମାନସିକ ଅବସାଦ, ଆବଦ୍ଧ ଯୋଗ, ବିଷମ ପରିସ୍ଥିତି ଓ ଆର୍ଥିକ ସମସ୍ୟା ଭିତରଦେଇ ଗତି କରିବାକୁ ପଡ଼ିପାରେ । ସ୍ବାସ୍ଥ୍ୟ ଚିନ୍ତା ଘାରିବ । ବ୍ୟବସାୟ-ବାଣିଜ୍ୟ ବା ଶିଳ୍ପ କାରବାରରେ କିଛି ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିପାରେ । ଦୂରଯାତ୍ରା ସ୍ପୃହଣୀୟ ନୁହେଁ । ପେଟ ଗୋଳମାଳ ସହ ପାଗ ପରିବର୍ତ୍ତନଜନିତ ସମସ୍ୟା ଦେଖାଦେଇପାରେ । 
..
କୁମ୍ଭ: ସୁଖସମ୍ପଦ ଲାଭ ହେବ । ପରିବାରରେ ବା ବନ୍ଧୁମେଳରେ ସୁଖାଦ୍ୟ ଭୋଜନର ସମ୍ଭାବନା ରହିଛି । ଯାନବାହନରେ ସୁଖ ପାଇବେ । ବନ୍ଧୁମିଳନ, ଅତିଥିସେବା, ବ୍ୟବସାୟିକ ଉନ୍ନତି ଆଦି ଯୋଗ ଅଛି । ଯେକୌଣସି ସୂତ୍ରରୁ ଅର୍ଥପ୍ରାପ୍ତି ଘଟିପାରେ । ନିଜର କୃତିତ୍ବ ପାଇଁ ସମ୍ମାନିତ ହେବେ । ମଧ୍ୟାହ୍ନ ଗତେ ଅଷ୍ଟମ ଚନ୍ଦ୍ର ହେତୁ ସାବଧାନତା ଅବଲମ୍ବନୀୟ । କଳହ, ବିବାଦ, ଦୂରଯାତ୍ରା, ମାଲିମକଦ୍ଦମାରୁ ଦୂରରେ ରହନ୍ତୁ । ଇଷ୍ଟ ମନନଶୀଳ ହୋଇ ଚଳନ୍ତୁ । କୌଣସି ନୂତନ କାର୍ଯ୍ୟରେ ହାତ ଦିଅନ୍ତୁ ନାହିଁ । 


..
ମୀନ: ଆର୍ଥିକ କାରବାରରେ ଲାଭ ମିଳିବ । ରୋଗମୁକ୍ତି, ଋଣ ସୂତ୍ରରେ ବା ବକେୟା ଅର୍ଥ ପ୍ରାପ୍ତି ଆଦି ଘଟିପାରେ । ବ୍ୟବସାୟ-ବାଣିଜ୍ୟରେ ଉନ୍ନତି ଘଟିବ । ଚାକିରି କ୍ଷେତ୍ରରେ ଉପଯୁକ୍ତ ମର୍ଯ୍ୟାଦା ମିଳିବ । ପରିଶ୍ରମର ମନୋବାଞ୍ଛିତ ଫଳ ମିଳିବ । ମଧ୍ୟାହ୍ନ ଗତେ ସୁଖସମ୍ପଦ ଲାଭ ହେବ । ପରିବାରରେ ବା ବନ୍ଧୁମେଳରେ ସୁଖାଦ୍ୟ ଭୋଜନର ସମ୍ଭାବନା ରହିଛି । ଯାନବାହନରେ ସୁଖ ପାଇବେ । ବନ୍ଧୁମିଳନ, ଅତିଥିସେବା, ବ୍ୟବସାୟିକ ଉନ୍ନତି ଆଦି ଯୋଗ ଅଛି । ଯେକୌଣସି ସୂତ୍ରରୁ ଅର୍ଥପ୍ରାପ୍ତି ଘଟିପାରେ । ନିଜର କୃତିତ୍ବ ପାଇଁ ସମ୍ମାନିତ ହେବେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe