ପ୍ରଥମେ ଆଜିର ତିଥି ଓ ପର୍ବଦିବସ ବିଷୟରେ ଜାଣିବା । ଅଦ୍ୟ କାର୍ତ୍ତିକ କୃଷ୍ଣ ୧୦ମୀ ଦିବା ୧୦:୩୫ ଗତେ ୧୧ଶୀ ତିଥି । କର୍କଟ ଚନ୍ଦ୍ର ଦିବା ୧୨:୪୩ ଗତେ ସିଂହ ଚନ୍ଦ୍ର । ଅଶ୍ଳେଷା ଦିବା ୧୨:୪୩ ଗତେ ମଘା ନକ୍ଷତ୍ର । ଆଜି ଚାତୁର୍ମାସ୍ୟା ଗୁରୁବାର ବ୍ରତ, ମାସାନ୍ତ ଓ ବିଶ୍ୱ ଖାଦ୍ୟ ଦିବସ । ଆଜିର ନିଷିଦ୍ଧ ଖାଦ୍ୟ ହେଉଛି କଳମଶାଗ ଦିବା ୧୦:୩୫ ଗତେ ଶିମ୍ବ ଓ ଆମିଷ ।
ଏବେ ଆସନ୍ତୁ ମେଷ ରାଶି ପାଖକୁ ଯିବା ।
ମେଷ: ଆଜି ଆପଣଙ୍କ ପାଇଁ ଶୁଭ ଓ ଅଶୁଭ ମିଶ୍ର ଫଳ ମିଳିବ । ଭୟର ବାତାବରଣ ସହ ମାନସିକ ଅଶାନ୍ତି ସୃଷ୍ଟି ହୋଇପାରେ । ନୂତନ କାର୍ଯ୍ୟରେ ହାତ ଦିଅନ୍ତୁ ନାହିଁ । କିନ୍ତୁ ଯେଉଁ କାମର ଦାୟିତ୍ବ ନେଇଛନ୍ତି ତାକୁ ନିଷ୍ଠାର ସହ କରନ୍ତୁ ଏବଂ ଆପଣଙ୍କ ଉପରୁ ଲୋକଙ୍କ ଭରସା ତୁଟିବାକୁ ଦିଅନ୍ତୁ ନାହିଁ । କଥାରେ ଖିଲାପ କରନ୍ତୁ ନାହିଁ । ଯାତ୍ରାରେ ଓ କାର୍ଯ୍ୟରେ ବିଘ୍ନ ଉପୁଜିପାରେ । ନୂତନ କାର୍ଯ୍ୟରେ ହାତ ନ ଦେଇ ପୁରାତନ କାର୍ଯ୍ୟକୁ ନିଷ୍ଠାର ସହ ସମ୍ପାଦନ କରନ୍ତୁ । ଇଷ୍ଟ ମନନଶୀଳ ରହନ୍ତୁ, ସବୁ ଅଶୁଭ ପରିସ୍ଥିତିକୁ ଏଡ଼ାଇପାରିବେ ।
ଏବେ ଆସନ୍ତୁ ବୃଷ ରାଶି ପାଖକୁ ଯିବା ।
ବୃଷ: କାର୍ଯ୍ୟରେ ସଫଳତା ମିଳିବ । ଗୃହକୁ ବନ୍ଧୁ-ଅତିଥିଙ୍କ ଆଗମନ ଘଟିପାରେ । ଉତ୍ତମ ପାନଭୋଜନ ଓ ବସ୍ତ୍ର-ଆଭୂଷଣରେ ସୁଖୀ ହେବେ । ବାଣିଜ୍ୟ-ବ୍ୟବସାୟରେ ଉନ୍ନତି ହେବ । ଅଳ୍ପଦୂର ଯାତ୍ରା ଓ ବକେୟା ଅର୍ଥଲାଭ ଯୋଗ ଅଛି । ସ୍ବାମୀ ବା ସ୍ତ୍ରୀ ସହ ସମ୍ବନ୍ଧ ଭଲ ରହିବ । ପରିବାରରେ ସୁଖଶାନ୍ତିର ବାତାବରଣ ଖେଳିବ । ଭାଇଠାରୁ ଓ ବନ୍ଧୁବର୍ଗରୁ ସହଯୋଗ ମିଳିବ । ମଧ୍ୟାହ୍ନ ଗତେ ସ୍ଥିତିରେ କିଛିଟା ପରିବର୍ତ୍ତନ ଅନୁଭବ କରିପାରନ୍ତି । ଆର୍ଥିକ କାରବାରରେ ସତର୍କତା ଅବଲମ୍ବନୀୟ । କିନ୍ତୁ ଯେଉଁ କାମର ଦାୟିତ୍ବ ନେଇଛନ୍ତି ତାକୁ ନିଷ୍ଠାର ସହ କରନ୍ତୁ ଏବଂ ଆପଣଙ୍କ ଉପରୁ ଲୋକଙ୍କ ଭରସା ତୁଟିବାକୁ ଦିଅନ୍ତୁ ନାହିଁ । କଥାରେ ଖିଲାପ କରନ୍ତୁ ନାହିଁ । ସବୁକିଛି ଭଲ ହେବ ।
ଏବେ ଆସନ୍ତୁ ମିଥୁନ ରାଶି ପାଖକୁ ଯିବା ।
ମିଥୁନ ସ୍ବାସ୍ଥ୍ୟ ଓ ଅର୍ଥ ଲାଗି କେତେକ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇପାରେ । ଖର୍ଚ୍ଚ ବଢ଼ିପାରେ । ଅପମାନଜନକ ପରିସ୍ଥିତି ଉପୁଜିପାରେ । କାର୍ଯ୍ୟକ୍ଷେତ୍ରରେ ବାଧାବିଘ୍ନର ସମ୍ମୁଖୀନ ହେବେ । କିନ୍ତୁ ମଧ୍ୟାହ୍ନ ଗତେ କାର୍ଯ୍ୟରେ ସଫଳତା ମିଳିବ । ଗୃହକୁ ବନ୍ଧୁ-ଅତିଥିଙ୍କ ଆଗମନ ଘଟିପାରେ । ଉତ୍ତମ ପାନଭୋଜନ ଓ ବସ୍ତ୍ର-ଆଭୂଷଣରେ ସୁଖୀ ହେବେ । ବାଣିଜ୍ୟ-ବ୍ୟବସାୟରେ ଉନ୍ନତି ହେବ । ଅଳ୍ପଦୂର ଯାତ୍ରା ଓ ବକେୟା ଅର୍ଥଲାଭ ଯୋଗ ଅଛି । ସ୍ବାମୀ ବା ସ୍ତ୍ରୀ ସହ ସମ୍ବନ୍ଧ ଭଲ ରହିବ । ପରିବାରରେ ସୁଖଶାନ୍ତିର ବାତାବରଣ ଖେଳିବ । ଭାଇଠାରୁ ଓ ବନ୍ଧୁବର୍ଗରୁ ସହଯୋଗ ମିଳିବ ।
ଏବେ ଆସନ୍ତୁ କର୍କଟ ରାଶି ପାଖକୁ ଯିବା ।
କର୍କଟ: ଉତ୍ତମ ପାନ-ଭୋଜନରେ ଆପ୍ୟାୟିତ ହେବେ । ବସ୍ତ୍ର-ଆଭୂଷଣ ପ୍ରାପ୍ତି ଓ ବନ୍ଧୁମିଳନ ଯୋଗ ଅଛି । ଭାଗ୍ୟୋଦୟ ହେବାର ସମ୍ଭାବନା ଅଛି । ଦିନଟି ସବୁ ଦୃଷ୍ଟିରୁ ଭଲରେ କଟିଲେ ମଧ୍ୟ କଳହ, ମକଦ୍ଦମା, ଦୂରଯାତ୍ରା, ଯାନବାହନ ଓ ପଶୁକ୍ରୟ ଆଦି ପାଇଁ ସମୟ ଅନୁକୂଳ ନୁହେଁ । ତେଣୁ ଏ ଦିଗରୁ ସାବଧାନତା ଅବଲମ୍ବନୀୟ । ମଧ୍ୟାହ୍ନ ଗତେ ସ୍ବାସ୍ଥ୍ୟ ଓ ଅର୍ଥ ଲାଗି କେତେକ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇପାରେ । ଖର୍ଚ୍ଚ ବଢ଼ିପାରେ । ଅପମାନଜନକ ପରିସ୍ଥିତି ଉପୁଜିପାରେ । କାର୍ଯ୍ୟକ୍ଷେତ୍ରରେ ବାଧାବିଘ୍ନର ସମ୍ମୁଖୀନ ହେବେ । ଶୁଭ କର୍ମର ଶୁଭ ଓ ଅଶୁଭ କର୍ମର ଅଶୁଭ ଫଳ ନିଜ ଉଦ୍ୟମ ଅନୁଯାୟୀ ମିଳିବ । ସତ୍ଚିନ୍ତା ଓ ସତ୍କର୍ମରେ ନିବିଷ୍ଟ ରହିବା ଆବଶ୍ୟକ । ଅନିୟନ୍ତ୍ରିତ କ୍ରୋଧ ଉପରେ ଅଙ୍କୁଶ ରଖନ୍ତୁ ।
ଏବେ ଆସନ୍ତୁ ସିଂହ ରାଶି ପାଖକୁ ଯିବା ।
ସିଂହ: ଖର୍ଚ୍ଚବାର୍ଚ୍ଚରେ ନିୟନ୍ତ୍ରଣ ରଖିବା ଆବଶ୍ୟକ । ନୂତନ ଦ୍ରବ୍ୟ କ୍ରୟ ବା ସତ୍କାର୍ଯ୍ୟରେ ଦାନ କରିପାରନ୍ତି । ଦୂରଯାତ୍ରା ଯୋଗ ଅଛି । ମଧ୍ୟାହ୍ନ ଗତେ ଉତ୍ତମ ପାନ-ଭୋଜନରେ ଆପ୍ୟାୟିତ ହେବେ । ବସ୍ତ୍ର-ଆଭୂଷଣ ପ୍ରାପ୍ତି ଓ ବନ୍ଧୁମିଳନ ଯୋଗ ଅଛି । ଭାଗ୍ୟୋଦୟ ହେବାର ସମ୍ଭାବନା ଅଛି । ଦିନଟି ସବୁ ଦୃଷ୍ଟିରୁ ଭଲରେ କଟିଲେ ମଧ୍ୟ କଳହ, ମକଦ୍ଦମା, ଦୂରଯାତ୍ରା, ଯାନବାହନ ଓ ପଶୁକ୍ରୟ ଆଦି ପାଇଁ ସମୟ ଅନୁକୂଳ ନୁହେଁ । ତେଣୁ ଏ ଦିଗରୁ ସାବଧାନତା ଅବଲମ୍ବନୀୟ ।
ଏବେ ଆସନ୍ତୁ କନ୍ୟା ରାଶି ପାଖକୁ ଯିବା ।
କନ୍ୟା: ଅନେକ ଶୁଭଫଳ ପାଇବେ । ମନର ଆଶା ପୂରଣ ହେବ । ବ୍ୟବସାୟ-ବାଣିଜ୍ୟ ଓ ଶିଳ୍ପୋଦ୍ୟୋଗରେ ପୁଞ୍ଜିନିବେଶ ଲାଭଜନକ ହେବ । ଆର୍ଥିକ ଲାଭ ଓ ଉନ୍ନତିର ସମ୍ଭାବନା ରହିଛି । ଅଟକିରହିଥିବା ଅର୍ଥ ମିଳିବା ଅସମ୍ଭବ ନୁହେଁ । ବନ୍ଧୁ-ପରିଜନରେ ଆନନ୍ଦ ଉପଭୋଗ କରିବାର ସୁଯୋଗ ମିଳିପାରେ । ଭାଇ ଓ ବନ୍ଧୁ ମହଲରୁ ସହଯୋଗ ପାଇବେ । ମଧ୍ୟାହ୍ନ ଗତେ ଦୂରଯାତ୍ରା, ଅର୍ଥ ବ୍ୟୟ ଘଟିପାରେ । ଖର୍ଚ୍ଚବାର୍ଚ୍ଚରେ ନିୟନ୍ତ୍ରଣ ରଖିବା ଆବଶ୍ୟକ । ନୂତନ ଦ୍ରବ୍ୟ କ୍ରୟ ବା ସତ୍କାର୍ଯ୍ୟରେ ଦାନ କରିପାରନ୍ତି । ଇଷ୍ଟକାର୍ଯ୍ୟରେ ନିବିଷ୍ଟ ରୁହନ୍ତୁ, ଅଶୁଭ ପରିସ୍ଥିତିକୁ ଏଡ଼ାଇପାରିବେ ।
ଏବେ ଆସନ୍ତୁ ତୁଳା ରାଶି ପାଖକୁ ଯିବା ।
ତୁଳା: କାର୍ଯ୍ୟସିଦ୍ଧି ହେବ ଓ ମନର ଆଶା ପୂରଣ ହେବ । କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିବେ । ଶିଳ୍ପୋଦ୍ୟୋଗ ଓ ବ୍ୟବସାୟରେ ସଫଳତା ମିଳିବ । ଆର୍ଥିକ କାରବାରରେ ଲାଭ ଯୋଗ ରହିଛି । ଆର୍ଥିକ ଲାଭ ଓ ଉନ୍ନତିର ସମ୍ଭାବନା ରହିଛି । ଅଟକିରହିଥିବା ଅର୍ଥର ପୁନରାବର୍ତ୍ତନ ଅସମ୍ଭବ ନୁହେଁ । ବନ୍ଧୁ-ପରିଜନରେ ଆନନ୍ଦ ଉପଭୋଗ କରିବାର ସୁଯୋଗ ମିଳିପାରେ । ଭାଇ ଓ ବନ୍ଧୁ ମହଲରୁ ସହଯୋଗ ପାଇବେ । ବେକାର ଯୁବକମାନେ ନୂତନ ଚାକିରି ପାଇଁ ଚେଷ୍ଟା କରିପାରନ୍ତି । ପ୍ରତିଯୋଗିତାମୂଳକ ପରୀକ୍ଷାରେ ନିଜର ପାରଦର୍ଶିତା ପ୍ରଦର୍ଶନ କରିପାରିବେ ।
ଏବେ ଆସନ୍ତୁ ବିଛା ରାଶି ପାଖକୁ ଯିବା ।
ବିଛା: ଉଦାସ ଉଦାସ ଲାଗିବ । ଅସୁସ୍ଥତା, ମାନସିକ ଅବସାଦ, ଆବଦ୍ଧ ଯୋଗ, ବିଷମ ପରିସ୍ଥିତି ଓ ଆର୍ଥିକ ସମସ୍ୟା ଭିତରଦେଇ ଗତି କରିବାକୁ ପଡ଼ିପାରେ । ସ୍ବାସ୍ଥ୍ୟ ଚିନ୍ତା ଘାରିବ । ବ୍ୟବସାୟ-ବାଣିଜ୍ୟ ବା ଶିଳ୍ପ କାରବାରରେ କିଛି ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିପାରେ । ଦୂରଯାତ୍ରା ସ୍ପୃହଣୀୟ ନୁହେଁ । ପେଟ ଗୋଳମାଳ ସହ ପାଗ ପରିବର୍ତ୍ତନଜନିତ ସମସ୍ୟା ଦେଖାଦେଇପାରେ । ମଧ୍ୟାହ୍ନ ଗତେ କାର୍ଯ୍ୟସିଦ୍ଧି ହେବ ଓ ମନର ଆଶା ପୂରଣ ହେବ । କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିବେ । ଶିଳ୍ପୋଦ୍ୟୋଗ ଓ ବ୍ୟବସାୟରେ ସଫଳତା ମିଳିବ । ଆର୍ଥିକ କାରବାରରେ ଲାଭ ଯୋଗ ରହିଛି ।
ଏବେ ଆସନ୍ତୁ ଧନୁ ରାଶି ପାଖକୁ ଯିବା ।
ଧନୁ: ଅଷ୍ଟମ ଚନ୍ଦ୍ର ହେତୁ ସାବଧାନତା ଅବଲମ୍ବନୀୟ । ଅବାଞ୍ଛିତ ଘଟଣା, ଦୁର୍ଘଟଣା, ଅସୁସ୍ଥତା, ପେଟ ଗୋଳମାଳ, ମାନସିକ ଅବସାଦ, ପାରିବାରିକ ସମସ୍ୟା, ଅର୍ଥହାନି ଆଦି ଦେଖାଦେଇପାରେ । କଳହ, ବିବାଦ, ଦୂରଯାତ୍ରା, ମାଲିମକଦ୍ଦମାରୁ ଦୂରରେ ରହନ୍ତୁ । ଇଷ୍ଟ ମନନଶୀଳ ହୋଇ ଚଳନ୍ତୁ । କୌଣସି ନୂତନ କାର୍ଯ୍ୟରେ ହାତ ଦିଅନ୍ତୁ ନାହିଁ । ମଧ୍ୟାହ୍ନ ଗତେ ଉଦାସ ଉଦାସ ଲାଗିବ । ଅସୁସ୍ଥତା, ମାନସିକ ଅବସାଦ, ଆବଦ୍ଧ ଯୋଗ, ବିଷମ ପରିସ୍ଥିତି ଓ ଆର୍ଥିକ ସମସ୍ୟା ଭିତରଦେଇ ଗତି କରିବାକୁ ପଡ଼ିପାରେ । ସ୍ବାସ୍ଥ୍ୟ ଚିନ୍ତା ଘାରିବ । ବ୍ୟବସାୟ-ବାଣିଜ୍ୟ ବା ଶିଳ୍ପ କାରବାରରେ କିଛି ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିପାରେ । ଦୂରଯାତ୍ରା ସ୍ପୃହଣୀୟ ନୁହେଁ । ପେଟ ଗୋଳମାଳ ସହ ପାଗ ପରିବର୍ତ୍ତନଜନିତ ସମସ୍ୟା ଦେଖାଦେଇପାରେ ।
ଏବେ ଆସନ୍ତୁ ମକର ରାଶି ପାଖକୁ ଯିବା ।
ମକର: ସୁଖସମ୍ପଦ ଲାଭ ହେବ । ପରିବାରରେ ବା ବନ୍ଧୁମେଳରେ ସୁଖାଦ୍ୟ ଭୋଜନର ସମ୍ଭାବନା ରହିଛି । ଯାନବାହନରେ ସୁଖ ପାଇବେ । ବନ୍ଧୁମିଳନ, ଅତିଥିସେବା, ବ୍ୟବସାୟିକ ଉନ୍ନତି ଆଦି ଯୋଗ ଅଛି । ଯେକୌଣସି ସୂତ୍ରରୁ ଅର୍ଥପ୍ରାପ୍ତି ଘଟିପାରେ । ନିଜର କୃତିତ୍ବ ପାଇଁ ସମ୍ମାନିତ ହେବେ । କିନ୍ତୁ ମଧ୍ୟାହ୍ନ ଗତେ ଅଷ୍ଟମ ଚନ୍ଦ୍ର ହେତୁ ସାବଧାନତା ଅବଲମ୍ବନୀୟ । ଅବାଞ୍ଛିତ ଘଟଣା, ଦୁର୍ଘଟଣା, ଅସୁସ୍ଥତା, ପେଟ ଗୋଳମାଳ, ମାନସିକ ଅବସାଦ, ପାରିବାରିକ ସମସ୍ୟା, ଅର୍ଥହାନି ଆଦି ଦେଖାଦେଇପାରେ । କଳହ, ବିବାଦ, ଦୂରଯାତ୍ରା, ମାଲିମକଦ୍ଦମାରୁ ଦୂରରେ ରହନ୍ତୁ । ଇଷ୍ଟ ମନନଶୀଳ ହୋଇ ଚଳନ୍ତୁ । କୌଣସି ନୂତନ କାର୍ଯ୍ୟରେ ହାତ ଦିଅନ୍ତୁ ନାହିଁ ।
ଏବେ ଆସନ୍ତୁ କୁମ୍ଭ ରାଶି ପାଖକୁ ଯିବା ।
କୁମ୍ଭ: ଆର୍ଥିକ କାରବାରରେ ଲାଭ ମିଳିବ । ରୋଗମୁକ୍ତି, ଋଣ ସୂତ୍ରରେ ବା ବକେୟା ଅର୍ଥ ପ୍ରାପ୍ତି ଆଦି ଘଟିପାରେ । ବ୍ୟବସାୟ-ବାଣିଜ୍ୟରେ ଉନ୍ନତି ଘଟିବ । ଚାକିରି କ୍ଷେତ୍ରରେ ଉପଯୁକ୍ତ ମର୍ଯ୍ୟାଦା ମିଳିବ । ପରିଶ୍ରମର ମନୋବାଞ୍ଛିତ ଫଳ ମିଳିବ । ମଧ୍ୟାହ୍ନ ଗତେ ସୁଖସମ୍ପଦ ଲାଭ ହେବ । ପରିବାରରେ ବା ବନ୍ଧୁମେଳରେ ସୁଖାଦ୍ୟ ଭୋଜନର ସମ୍ଭାବନା ରହିଛି । ଯାନବାହନରେ ସୁଖ ପାଇବେ । ବନ୍ଧୁମିଳନ, ଅତିଥିସେବା, ବ୍ୟବସାୟିକ ଉନ୍ନତି ଆଦି ଯୋଗ ଅଛି । ଯେକୌଣସି ସୂତ୍ରରୁ ଅର୍ଥପ୍ରାପ୍ତି ଘଟିପାରେ । ନିଜର କୃତିତ୍ବ ପାଇଁ ସମ୍ମାନିତ ହେବେ ।
ଏବେ ଆସନ୍ତୁ ମୀନ ରାଶି ପାଖକୁ ଯିବା ।
ମୀନ: ଦୁଃଖ, ଯାତନା ସହ ମାନସିକ ଉଦ୍ବେଗ ଦେଖାଦେଇପାରେ । ଦୀନତା, ରୋଗ, ଶୋକ, ଘେରିଧରିବ । ଯାତ୍ରାରେ ଓ କାର୍ଯ୍ୟରେ ବିଘ୍ନ ଉପୁଜିବ । ନୂତନ କାର୍ଯ୍ୟରେ ହାତ ନ ଦେଇ ପୁରାତନ କାର୍ଯ୍ୟକୁ ନିଷ୍ଠାର ସହ ସମ୍ପାଦନ କରନ୍ତୁ । ଇଷ୍ଟ ମନନଶୀଳ ରହନ୍ତୁ, ସବୁ ଅଶୁଭ ପରିସ୍ଥିତିକୁ ଏଡ଼ାଇପାରିବେ । ତେବେ ମଧ୍ୟାହ୍ନ ଗତେ ପରିସ୍ଥିତି ବଦଳିପାରେ । ଆର୍ଥିକ କାରବାରରେ ଲାଭ ମିଳିବ । ରୋଗମୁକ୍ତି, ଋଣ ସୂତ୍ରରେ ବା ବକେୟା ଅର୍ଥ ପ୍ରାପ୍ତି ଆଦି ଘଟିପାରେ । ବ୍ୟବସାୟ-ବାଣିଜ୍ୟରେ ଉନ୍ନତି ଘଟିବ । ଚାକିରି କ୍ଷେତ୍ରରେ ଉପଯୁକ୍ତ ମର୍ଯ୍ୟାଦା ମିଳିବ । ପରିଶ୍ରମର ମନୋବାଞ୍ଛିତ ଫଳ ମିଳିବ ।