ଦୁର୍ଘଟଣାର ଶୀକାର ହୋଇ ଘରେ ପଡ଼ିଛନ୍ତି ଦୀନବନ୍ଧୁ । ଅର୍ଥ ଅଭାବରୁ ହୋଇପାରୁନି ଚିକିତ୍ସା । ବେସାହାରା ପରିବାର, ସରକାର ସାହାଯ୍ୟ କର…

80

କନକ ବ୍ୟୁରୋ: ବୟସର ଅପରାହ୍ନରେ ସାହାରା ଖୋଜୁଛନ୍ତି ନୀଳଗିରି ବ୍ଳକ କାଇଁଶପାଳ ଗାଁର ଦୀନବନ୍ଧୁ । ଆଠମାସ ତଳେ ଦୀନବନ୍ଧୁ ଗାଈ ଚରାଉଥିବା ବେଳେ ଗାଈ ଗୋରୁଙ୍କ ଆକ୍ରମଣର ଶିକାର ହୋଇ ତାଙ୍କ ଡ଼ାହାଣ ଗୋଡ଼ ଖଂଜା ଫାଟିଯାଇଥିଲା । ଭୁଲ ଅସ୍ତ୍ରୋପଚାର ଯୋଗୁଁ ଏବେ ଯନ୍ତ୍ରଣାରେ ଛଟପଟ ହେବାକୁ ପଡ଼ୁଛି । ପୁନର୍ବାର ଅସ୍ତ୍ରୋପଚାର ପାଇଁ ଅର୍ଥ ସାଜିଛି ବାଧକ । ସ୍ତ୍ରୀ ଭାଗମଣୀ ପକ୍ଷାଘାତରେ ଶିକାର ହୋଇ ଆଉ ଚାଲିପାରୁନାହାନ୍ତି । ଘୁଷୁରି ଘୁଷୁରି ଚାଲିବା ସହ ଘରର ସମସ୍ତ କାମ କରୁଛନ୍ତି ।
ବଡ଼ପୁଅ ରୋଗାକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ବେଳେ ସାନ ପୁଅର ଆଖିକୁ ବି ଦେଖାଯାଉନାହିଁ । ପୂରା ପରିବାର ଏକ ପ୍ରକାର ଅସହାୟ ହୋଇପଡ଼ିଛନ୍ତି । ଭାଗ୍ୟକୁ ଆଦରି ଭଗବାନଙ୍କ ଭରସାରେ ଭଙ୍ଗା କୁଡ଼ିଆରେ ପଡ଼ିରହିଛନ୍ତି । ଯେଉଁ ଘରେ ରହୁଛନ୍ତି, ସେ ଘରର କାନ୍ଥ ଫାଟି ଅାଁ କରିଥିବା ବେଳେ ଦିନରେ ସୂର୍ଯ୍ୟ ଓ ରାତିରେ ଚାନ୍ଦ ଦେଖାଯାଉଛି । ଚାଳ ଛପର କରିବାକୁ ପାଖରେ ଟଙ୍କା ନାହିଁ କି ଦେହରେ ବଳ ନାହିଁ । ଏଭଳି ସ୍ଥିତିରେ ସରକାରୀ ସହାୟତା କହିଲେ ୧୫ କିଲୋ ଚାଉଳ ଓ ବାର୍ଦ୍ଧକ୍ୟ ଭତ୍ତା ।

ଦୁଇ ପୁଅ ଓ ଦୁଇ ଝିଅଙ୍କୁ ନେଇ ସୁଖ ଦୁଃଖରେ ଚଳୁଥିଲା ଦୀନବନ୍ଧୁଙ୍କ ପରିବାର । ଦୁଇ ପୁଅ ମନୋଜ ଓ ଚକ୍ରଧର ପଥର ଶିଳ୍ପୀ ଭାବେ ବାହାର ରାଜ୍ୟରେ ରହି କାମ କରୁଥିବା ବେଳେ ବାପା ଦିନ ମଜୁରିଆ ଭାବେ କାମ କରୁଥିଲେ । ହେଲେ ହଠାତ୍ ଯେମିତି ଦୁଃଖର କଳାବାଦଲ ମାଡ଼ିଆସିଥିଲା ଦୀନବନ୍ଧୁଙ୍କ ପରିବାର ଉପରେ । ବଡ଼ପୁଅ ଗୁଜୁରାଟରେ ରହି କାମ କରୁଥିବା ବେଳେ ପଥର ଗୁଣ୍ଡ ଫୁସଫୁସକୁ ଯାଇ ଟିବି ରୋଗରେ ଆକ୍ରାନ୍ତ ହୋଇ ଗତବର୍ଷ ଆରପାରିକୁ ଚାଲିଗଲେ । ସାନ ଭାଇ ଚକ୍ରଧର ମଧ୍ୟ ଦୁଇଟି ଆଖି ହରାଇଲେ । ତେବେ ଅସହାୟ ହୋଇପଡିଥିବା ଏହି ପରିବାରକୁ କିଛି ସାହାଯ୍ୟ ସହଯୋଗ ମିଳିଲେ ତାଙ୍କର ଚିକିତ୍ସା ହେବା ସହ ପରିବାର ଆର୍ଥିକ ସ୍ଥିତରେ ଉନ୍ନତ୍ତି ଆସିପାରନ୍ତା ।

ନାମ- ଦିନବନ୍ଧୁ ପାତ୍ର
AC/NO- 413100100004489
ODISHA GRAMYA BANK
IFSC CODE-IOBA0ROGB01 ରେସାହାଯ୍ୟକରିପାରିବେ ।