କନକ ବ୍ୟୁରୋ : ରାଏବରେଲୀ ନାଁରେ ସୋନିଆ ଗାନ୍ଧୀଙ୍କ ଭାବପ୍ରବଣ ଚିଠି । ରାଜସ୍ଥାନରୁ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ ପରେ ସୋନିଆ ପାରମ୍ପରିକ ଆସନ ରାଏବରେଲୀରୁ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ । ଏହାକୁ ନେଇ ରାଏବରେଲୀ ବାସିନ୍ଦାଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖିଛନ୍ତି ।୧୯୯୮ ମସିହାରୁ ୨୦୨୨ ମସିହା ପର୍ଯ୍ୟନ୍ତ ପ୍ରାୟ ୨୨ ବର୍ଷ ଧରି କଂଗ୍ରେସ ସଭାପତି ଥିବା ସୋନିଆ ଗାନ୍ଧୀ ପାଂଚଥର ଲୋକସଭା ସାଂସଦ ହୋଇଛ୍ତି । ଚଳିବତବର୍ଷ ସେ ପ୍ରଥମ ଥର ପାଇଁ ରାଜ୍ୟସଭାରୁ ପ୍ରତିିନିଧିତ୍ୱ କରିବେ । ତେବେ ପାରମ୍ପାରିକ ଲୋକସଭା ଆସନ ରାଏବରେଲୀ ନିଜ ଝିଅ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପାଇଁ ଛାଡୁଥିବା କୁହାଯାଉଛି । ଏହା ଭିତରେ ଚିଠି ଲେଖି ରାଏବରେଲୀରୁ ନିର୍ବାଚନ ଲଢ଼ିବେନି ବୋଲି କହିଛନ୍ତି ସୋନିଆ ।
ରାଏବରେଲୀ ନାଁରେ ସୋନିଆ ଗାନ୍ଧୀଙ୍କ ଭାବପ୍ରବଣ ଚିଠି । କହିଲେ ଅସୁସ୍ଥତା ପାଇଁ ଆଉ ଲଢ଼ିବେନି ଲୋକସଭା ନିର୍ବାଚନ
/kanak/media/post_attachments/wp-content/uploads/2024/02/31-10.jpg)