ବଲାଙ୍ଗୀରରେ ହୋର୍ଡିଂ ଦୁର୍ନୀତି! ବର୍ଷ ବର୍ଷ ଧରି ବିନା ଟେଣ୍ଡରରେ ଗୋଟିଏ ସଂସ୍ଥା ନେଇଛି ହୋର୍ଡିଂ କାମ, ୫ ଲକ୍ଷ ବଦଳରେ ଦେଉଛି ୧ ଲକ୍ଷ ଟଙ୍କା

ବଲାଙ୍ଗୀରରେ ହୋର୍ଡିଂ ଦୁର୍ନୀତି! ବର୍ଷ ବର୍ଷ ଧରି ବିନା ଟେଣ୍ଡରରେ ଗୋଟିଏ ସଂସ୍ଥା ନେଇଛି ହୋର୍ଡିଂ କାମ, ୫ ଲକ୍ଷ ବଦଳରେ ଦେଉଛି ୧ ଲକ୍ଷ ଟଙ୍କା

କନକ ବ୍ୟୁରୋ : ବଢି ବଢି ଚାଲିଛି ବଲାଙ୍ଗିର ସହର । ସହରର ବିଭିନ୍ନ ସ୍ଥାନରେ ସରକାରୀ, ବେସରକାରୀ ବିଜ୍ଞାପନ ପାଇଁ ମ୍ୟୁନିସିପାଲଟି ତରଫରୁ ହୋଡିଂ ବ୍ୟବସ୍ଥ।। କରାଯାଇଛି । ଏହି ହୋଡିଂ ଲଗାଇବା ପାଇଁ ଟେଣ୍ଡର କରାଯାଏ । ପ୍ରତି ବର୍ଷ ୫ ଲକ୍ଷ ଟଙ୍କା ଦେବାର ନୀୟମ ରହିଛି । ହେଲେ ବଲାଙ୍ଗିର ମ୍ୟୁନିସିପାଲଟିରେ ଦୀର୍ଘ ବର୍ଷ ଧରି ଜଣକୁ ବିନା ଟେଣ୍ଡରରେ ହୋଡିଂ କାମ ଦିଆଯାଉଛି । ଅନୁକମ୍ପା ଦେଖାଇ ପାଂଚ ଲକ୍ଷ ବଦଳରେ ଏକ ଲକ୍ଷ ଟଙ୍କା ନିଆଯାଉଛି । ହୋଡିଂ ଲଗାଇ ସଂପର୍କୃତ ଠିକାଦାର ମାଲେମାଲ ହେଉଥିବା ବେଳେ ପ୍ରଶାସନ ରାଜସ୍ୱ ହରାଉଛି ବୋଲି ଅଭିଯୋଗ ହୋଇଛି ।

ବଲାଙ୍ଗିର ପୌରପାଳିକାରେ ଦୁର୍ନିତି କଥାକୁ ନେଇ ବାରମ୍ବାର ପ୍ରଶାସନ ବିରୋଧର ରଣହୁଙ୍କାର ଦେଇଛନ୍ତି ବିରୋଧୀ । ତଥାପି କେହି ଶୁଣୁ ନାହାନ୍ତି । ନୂତନ ଭାବେ ଦାୟିତ୍ୱ ନେଇଥିବା ବଲାଙ୍ଗୀର ପୌର କାର୍ଯ୍ୟାଳୟର କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି, ହୋଡିଂରୁ ଅତ୍ମସାତ ହୋଇଥିବା ଅର୍ଥ ଆଦାୟ କରାଯିବ । ନୂତନ ଟେଣ୍ଡର ଡାକି ହୋଡିଂ କାମ ଦିଆଯିବ ।

ଲୋକଙ୍କ ଝାଲବୁହା ପରିଶ୍ରମର ପଇସା ସରକାରଙ୍କ ଅଖିରେ ଧୁଳି ଦେଇ ଅସାଧୁ କର୍ମଚାରୀଙ୍କ ହାତକୁ ଚାଲି ଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe