କରୋନା କାଳରେ ଭଲ କାମ କରିଥିବା ପୋଲିସ ଅଫିସରଙ୍କୁ ପୁରସ୍କୃତ : ପୋଲିସ ସେବା ଭବନରେ ପୁରସ୍କୃତ କଲେ ପୋଲିସ ଡିଜି ଅଭୟ 

111

କନକ ବ୍ୟୁରୋ : କରୋନା ସମୟରେ ଭଲ କାମ କରିଥିବା ପୋଲିସ ଅଫିସରଙ୍କୁ ପୋଲିସ ସେବା ଭବନରେ ପୁରସ୍କୃତ କରାଯାଇଛି । ଏହା ସହ କରୋନା ସମୟରେ ସହିଦ ହୋଇଥିବା କିଛି ପୋଲିସ ଅଫିସରଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି । କରୋନା ମହାମାରୀ ସମୟରେ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଲକ୍ଡ଼ାଉନ ଏବଂ ସଟଡ଼ାଉନ୍ ସମୟରେ ପୋଲିସ ଅଧିକାରୀ ମାନେ ଦିନ ରାତି ଏକ କରି ସେମାନଙ୍କ କର୍ତବ୍ୟ କରିଥିଲେ ।

ସେମାନଙ୍କୁ ଉତ୍ସାହିତ କରିବା ପାଇଁ ଆଜି ପୋଲିସ ସେବା ଭବନରେ ପୁରସ୍କୃତ କରାଯାଇଛି । ସେହିପରି ୨୦୨୦-୨୧ ବର୍ଷ ପାଇଁ ୮୩ଜଣ ପୋଲିସ ଅଧିକାରୀଙ୍କୁ ଆରକ୍ଷୀ ମହାନିର୍ଦ୍ଦେଶକ ପଦକ ମିଳିଛି । ଆଜି ପୋଲିସ ଭବନରେ ଆୟୋଜିତ  ଏହି ଉତ୍ସବରେ ପୋଲିସ ଡ଼ିଜି ଅଭୟ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ । ୮୩ଜଣଙ୍କ ମଧ୍ୟରୁ କରୋନାରେ ସହୀଦ ହୋଇଥିବା ୧୭ଜଣ ପୋଲିସ ଅଧିକାରୀଙ୍କୁ ପ୍ରଶଂସା ପତ୍ର ଦିଆଯାଇଛି । ସହୀଦ ପୋଲିସ ଅଧିକାରୀଙ୍କ ପରିବାର ଲୋକ ଏହି ସମ୍ମାନ ଗ୍ରହଣ କରିଥିଲେ ।