କନକ ବ୍ୟୁରୋ : କରୋନା ସମୟରେ ଭଲ କାମ କରିଥିବା ପୋଲିସ ଅଫିସରଙ୍କୁ ପୋଲିସ ସେବା ଭବନରେ ପୁରସ୍କୃତ କରାଯାଇଛି । ଏହା ସହ କରୋନା ସମୟରେ ସହିଦ ହୋଇଥିବା କିଛି ପୋଲିସ ଅଫିସରଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି । କରୋନା ମହାମାରୀ ସମୟରେ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଲକ୍ଡ଼ାଉନ ଏବଂ ସଟଡ଼ାଉନ୍ ସମୟରେ ପୋଲିସ ଅଧିକାରୀ ମାନେ ଦିନ ରାତି ଏକ କରି ସେମାନଙ୍କ କର୍ତବ୍ୟ କରିଥିଲେ ।
ସେମାନଙ୍କୁ ଉତ୍ସାହିତ କରିବା ପାଇଁ ଆଜି ପୋଲିସ ସେବା ଭବନରେ ପୁରସ୍କୃତ କରାଯାଇଛି । ସେହିପରି ୨୦୨୦-୨୧ ବର୍ଷ ପାଇଁ ୮୩ଜଣ ପୋଲିସ ଅଧିକାରୀଙ୍କୁ ଆରକ୍ଷୀ ମହାନିର୍ଦ୍ଦେଶକ ପଦକ ମିଳିଛି । ଆଜି ପୋଲିସ ଭବନରେ ଆୟୋଜିତ ଏହି ଉତ୍ସବରେ ପୋଲିସ ଡ଼ିଜି ଅଭୟ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ । ୮୩ଜଣଙ୍କ ମଧ୍ୟରୁ କରୋନାରେ ସହୀଦ ହୋଇଥିବା ୧୭ଜଣ ପୋଲିସ ଅଧିକାରୀଙ୍କୁ ପ୍ରଶଂସା ପତ୍ର ଦିଆଯାଇଛି । ସହୀଦ ପୋଲିସ ଅଧିକାରୀଙ୍କ ପରିବାର ଲୋକ ଏହି ସମ୍ମାନ ଗ୍ରହଣ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/27-1.jpg)