ବଲାଙ୍ଗିର : ବଲାଙ୍ଗିର ଅନର କିଲିଂ ଘଟଣାରେ ଅଭିଯୁକ୍ତ ବାପା ଗିରଫ । ସଇଁତଳା ଥାନା ବଡମାଲରୁ କୈଳାସ ତଅଁଲାକୁ ଗିରଫ କରିଛି ପୋଲିସ । ବଲାଙ୍ଗୀର ଜିଲ୍ଲା ଖୁଂଟ୍ ସମଲେଇ ଗାଁରେ ସମ୍ମାନ ପାଇଁ ନିଜ ଝିଅକୁ ହତ୍ୟା କରିଥିଲା ବାପା । ଅନ୍ୟ ଜାତିର ଜଣେ ଯୁବକକୁ ପ୍ରେମ କରୁଥିବାରୁ ଗତ ୨୪ ତାରିଖରେ ଝିଅର ତଂଟି ଚିପି ହତ୍ୟା କରିବା ସହ ରାସ୍ତା କଡରେ ଫିଙ୍ଗିଦେଇ ଚାଲିଯାଇଥିଲା । ଏନେଇ ଥାନାରେ ମାମଲା ରୁଜୁ ହେବା ପରେ ଫେରାର ହୋଇଯାଇଥିଲା ଅଭିଯୁକ୍ତ ବାପା କୈଳାସ ।
ବଲାଙ୍ଗିର ଅନର କିଲିଂ ଘଟଣା : ଅଭିଯୁକ୍ତ ବାପା ଗିରଫ
/kanak/media/post_attachments/wp-content/uploads/2016/06/vlcsnap-2016-06-03-12h10m04s122.png)