ପାକିସ୍ତାନରେ ଅନର କିଲିଙ୍ଗ: ଝିଅ ସହ ୭ଜଣଙ୍କୁ ଜିଅନ୍ତା ପୋଡିଲା ବାପା

ପାକିସ୍ତାନରେ ଅନର କିଲିଙ୍ଗ: ଝିଅ ସହ ୭ଜଣଙ୍କୁ ଜିଅନ୍ତା ପୋଡିଲା ବାପା

କନକ ବ୍ୟୁରୋ: ପାକିସ୍ତାନରେ ଅନର କିଲିଂ। ଇଚ୍ଛା ବିରୋଧରେ ଝିଅ ବିବାହ କରିଥିବାରୁ ପରିବାରର ୭ଜଣଙ୍କୁ ଜିଅନ୍ତା ଜାଳିଦେଲା ବାପା। ୨୦୨୦ରେ ଝିଅ ପରିବାରର ଇଚ୍ଛା ବିରୋଧରେ ବିବାହ କରିଥିଲେ। ଏନେଇ ଉଭୟ ବାପା ଓ ଭାଇ ନିଜ ଘରେ ନିଆଁ ଲଗାଇଦେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଅଭିଯୁକ୍ତ ବାପା ଓ ଭାଇଙ୍କ ନାଁ ମଞ୍ଜୁର ହୁସେନ ଏବଂ ସବିର ହୁସେନ ବୋଲି ଜଣାପଡ଼ିଛି। ମଞ୍ଜୁର ନିଜର ଦୁଇ ଝିଅ ଫୌଜିଆ ବିବି ଏବଂ ଖୁରସିଦ ମାଇଙ୍କୁ ଜିଅନ୍ତା ଜାଳି ହତ୍ୟା କରିଛନ୍ତି।

ଫୌଜିଆଙ୍କ ସ୍ବାମୀ ମେହବୁବ ଅହମଦଙ୍କ କହିବା ମୁତାବକ, ୨୦୨୦ରେ ଫୌଜିଆ ମଞ୍ଜୁରଙ୍କ ଇଚ୍ଛା ବିରୋଧରେ ମୋତେ ବିବାହ କରିଥିଲେ। ଏନେଇ ପ୍ରତିଶୋଧ ପରାୟଣ ହୋଇ ମଞ୍ଜୁର ଫୌଜିଆଙ୍କୁ ହତ୍ୟା କରିଛନ୍ତି। ମଞ୍ଜୁର ନିଆଁ ଲଗାଇଥିବା ଘରେ ଫୌଜିଅ‌ା, ମୋ ପୁଅ, ଫୌଜିଅ‌ାଙ୍କ ଭଉଣୀ ଖୁରସିଦ ମାଇ, ତାଙ୍କ ସ୍ବାମୀ ଏବଂ ତାଙ୍କର ୪ଜଣ ସନ୍ତାନ ଥିଲେ। ମୁଁ କାମରେ ବାହାରକୁ ଯାଇଥିବା ବେଳେ ଏଭଳି ଘଟଣା ଘଟିଥିଲା। ଫେରିବା ସମୟରେ ମଞ୍ଜୁର ହୁସେନ ଏବଂ ସବିର ହୁସେନକୁ ଖସି ପଳାଉଥିବାର ଦେଖିଥିଲି। ତେବେ ମେହବୁବ ଅହମଦଙ୍କ ଅଭିଯୋଗ ପରେ ଏ‌ବେ ମଞ୍ଜୁର ହୁସେନ ଏବଂ ସବିର ହୁସେନଙ୍କୁ ଖୋଜିବା ଆରମ୍ଭ କରିଛି ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe