ସଚେତନ ହେଉଛି ଓଡିଶା…କରୋନା ମୁକାବିଲା ପାଇଁ ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ଲୋକେ

518

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । କେନ୍ଦ୍ରପଡା ଜିଲ୍ଲା ଗରଦପୁର ବ୍ଲକ ପଦ୍ମପୁର ପଂଚାୟତର ଭାଟପଡା ଗାଁର ରାସନ୍ ବ୍ୟବସୟୀ ଅଭୟ କୁମାର ମଙ୍ଗରାଜ ନିଆରା ଢଙ୍ଗରେ କରୋନା ଭାଇରସ୍ ର ସଚେତନତା ସୃଷ୍ଟି କରିବା ପାଇଁ ପ୍ରୟାସ କରିଛନ୍ତି ।

ମାସ୍କ ନାହିଁ ତ ରାସନ ନାହିଁ, ମାସ୍କ ପିନ୍ଧନ୍ତୁ କରୋନା ରୋକନ୍ତୁ ଏବଂ ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ପରି ସଚେତନତା ବାର୍ତା ଲେଖି ନିଜ ଦୋକାନ ଆଗରେ ଲଗାଇଛନ୍ତି । ଯାହା ଫଳରେ ରାସନ ସାମଗ୍ରି ନେବାକୁ ଆସୁଥିବା ଗାଁ ଲୋକେ ସଚେତନ ହେବା ସହିତ ସାମାଜିକ ଦୂରତା ରକ୍ଷା କରୁଛନ୍ତି ।

ସେପଟେ, କରୋନା ମୁକାବିଲାରେ ଯୋଦ୍ଧା ପାଲଟିଛନ୍ତି ଡାକ୍ତର, ପୁଲିସ ଓ ସଫେଇ କର୍ମଚାରୀ । ଆଉ ସଫେଇ କର୍ମଚାରୀଙ୍କୁ ସେମାନଙ୍କ କାର୍ଯ୍ୟରେ ଉତ୍ସାହିତ କରିବାକୁ ଆଗେଇ ଆସିଛନ୍ତି କୋଣାର୍କ ବିଜ୍ଞାପିତ ଅଚଂଳ ପରିଷଦର ଅଗ୍ରଣୀ ସ୍ୱଂୟସହାୟକ ଗୋଷ୍ଠୀର ମହିଳା । କୋଣାର୍କ ଏନଏସିର ୪୦ ଜଣ ସଫେଇ କର୍ମଚାରୀଙ୍କ ପାଦ ଧୋଇବା ସହ ମୁହଁରେ ମାସ୍କ ପିନ୍ଧି ରନ୍ଧା ଖାଦ୍ୟ ଦେଇ ଉତ୍ସାହିତ କରିଛନ୍ତି ।