ଭାରତକୁ ବିମାନ ଚଳାଚଳ ବନ୍ଦ କଲା ହଙ୍ଗକଙ୍ଗ : ୨୦ ଏପ୍ରିଲରୁ ୨ ସପ୍ତାହ ପର୍ଯ୍ୟନ୍ତ ଲାଗିବ କଟକଣା

କରୋନାର ନୂଆ ଷ୍ଟ୍ରେନ ଚିହ୍ନଟ ପରେ ନିଷ୍ପତି ନେଲା ପ୍ରଶାସନ

116

କନକ ବ୍ୟୁରୋ : ଭାରତରୁ ହଙ୍ଗକଙ୍ଗ, ଉଡିବନି ବିମାନ । ଏପ୍ରିଲ ୨୦ରୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ବିମାନ ଚଳାଚଳକୁ ବାତିଲ କରିଛି ହଙ୍ଗକଙ୍ଗ ପ୍ରଶାସନ । ହଙ୍ଗକଙ୍ଗରୁ ରବିବାର ଚିହ୍ନଟ ହୋଇଥିବା ୩୦ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୯ଟି ଦେଶ ବାହାରୁ ଆସିଥିବା କରୋନାର ନୂଆ ଷ୍ଟ୍ରେନ୍ ଚିହ୍ନଟ ହେବା ପରେ ଏହି ନିଷ୍ପତି ନିଆଯାଇଥିବା କୁହାଯାଇଛି ।

ସଂକ୍ରମିତଙ୍କ ନିକଟରୁ କରୋନାର ନୂଆ ଷ୍ଟ୍ରେନ୍ ଏନପାଇଭଜିରୋୱାନୱାଇ ଠାବ ହୋଇଛି । ଯାହାକି ଦ୍ରୁତ ଗତିରେ ସଂକ୍ରମିତ କରିଥାଏ । ଭାରତ ସହ ପାକିସ୍ତାନ ଓ ଫିଲିଫାଇନ୍ସରୁ ମଧ୍ୟ ବିମାନ ଚଳାଚଳକୁ ବାତିଲ କରିଛିି ହଙ୍ଗକଙ୍ଗ । ଏହି ତିନି ରାଷ୍ଟ୍ରକୁ ଅତି ବିପଦଜନକ ଦେଶ ତାଲିକାରେ ରଖି ଏଭଳି ନିଷ୍ପତି ନେଇଛି ହଙ୍ଗକଙ୍ଗ । ହଙ୍ଗକଙ୍ଗରୁ ଏବେ ସୁଦ୍ଧା ମୋଟ ୧୧ ହଜାର ୬ଶହ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୨୦୯ ଜଣଙ୍କର ମୃତ୍ୟୁ ହୋଇଛି ।