କନକ ବ୍ୟୁରୋ: ପୁଣି ହନିଟ୍ରାପରେ ଫଶିଲେ ଭାରତୀୟ ଯବାନ । ସୋସିଆଲ୍ ମିଡ଼ିଆରେ ହେଲୋ ହାଇରୁ ଆରମ୍ଭ ହୋଇଥିବା ଯୁବତୀଙ୍କ ସହ ମିଛ ସମ୍ପର୍କ ପାଇଁ ଦେଶକୁ ଭୁଲିଲେ ଯବାନ । କେବଳ ସେତିକି ନୁହେଁ ଯବାନ୍ ଜଣକ ଯୁବତୀଙ୍କ ପ୍ରରୋଚନାରେ ଭାରତୀୟ ସେନା ବ୍ୟବହାର କରୁଥିବା ଅସ୍ତ୍ରଶସ୍ତ୍ରର ଫଟୋ ପାକିସ୍ତାନକୁ ମଧ୍ୟ ପଠାଇଛନ୍ତି ।
ଗୁଇନ୍ଦା ସୂଚନା ଅନୁଯାୟୀ ଜଣେ ମହିଳା ପାକିସ୍ତାନୀ ଏଜେଂଟ ନିଜକୁ ଜାମ୍ମୁ କାଶ୍ମୀରର ଛାତ୍ରୀ କହି ଯବାନ ସୋମବୀରଙ୍କ ସହ ଘନିଷ୍ଠତା ବଢ଼ାଇଥିଲେ । ଏହାପରେ ଯବାନଙ୍କ ନିକଟରୁ ଭାରତୀୟ ସେନା ବ୍ୟବହାର କରୁଥିବା ଟ୍ୟାଙ୍କ ସଂଖ୍ୟା, ଗୁଳିଗୋଳା, ସାମରିକ ଉପକରଣ, ସେନା ମୁଖ୍ୟାଳୟ ସମ୍ପର୍କରେ ବିସ୍ତୃତ ବିବରଣୀ ହାସଲ୍ କରିବାରେ ସଫଳ ହୋଇଥିଲେ ସଂପୃକ୍ତ ମହିଳା ଏଜେଂଟ୍ ।
ଅଫିସିଆଲ୍ ସିକ୍ରେସି ଆକ୍ଟ ଆଧାରରେ ସୋମବୀରଙ୍କୁ ଗିରଫ କରାଯାଇଥିବା ବେଳେ ଜାନୁଆରୀ ୧୮ ତାରିଖ ପର୍ଯ୍ୟନ୍ତ ହାଜତକୁ ପଠାଇଛନ୍ତି କୋର୍ଟ । ଅନିକା ଚୋପ୍ରା ନାଁରେ ବ୍ୟବହୃତ ଫେକ୍ ଆଇଡ଼ି କରାଚୀରୁ ପରିଚାଳିତ ହେଉଥିବା ଜଣାପଡ଼ିଛି । ଗିରଫ ସୋମବୀର ହରିଆଣାର ବୋଲି ଜଣାପଡ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/01/567.jpg)
/kanak/media/post_attachments/wp-content/uploads/2019/01/som-300x197.jpg)
/kanak/media/post_attachments/wp-content/uploads/2019/01/BSF-jawan-4-750x460-300x184.jpg)