ଖୋଲୁଛି ରାଣି ମହୁମାଛି ଅଚ୍ଚର୍ନାଙ୍କ ଗୁମର : ରାଜନେତା, ବିଲଡର, ବ୍ୟବସାୟୀଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚା; ଦିଲ୍ଲୀପ ରାୟଙ୍କ ସହ ଫଟୋ ଭାଇରାଲ

ଖୋଲୁଛି ରାଣି ମହୁମାଛି ଅଚ୍ଚର୍ନାଙ୍କ ଗୁମର : ରାଜନେତା, ବିଲଡର, ବ୍ୟବସାୟୀଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚା; ଦିଲ୍ଲୀପ ରାୟଙ୍କ ସହ ଫଟୋ ଭାଇରାଲ

କନକ ବ୍ୟୁରୋ : ଫିଟୁଛି ଅର୍ଚ୍ଚନା ନାଗଙ୍କ ଗୁମର । ଧିରେ ଧିରେ ପଦାକୁ ଆସୁଛି ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ ଅର୍ଚ୍ଚନାଙ୍କ କଳା କାରନାମାର ଗୁମର । ରାଜନେତାଙ୍କଠୁ ଆରମ୍ଭ କରି ବ୍ୟବସାୟୀ, ଶିଳ୍ପପତି ସମସ୍ତଙ୍କ ସହ ସମ୍ପର୍କ ରଖି ଅଚ୍ଚର୍ନା ଲାଭ ଉଠାଉଥିଲେ । କାହାଣୀ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲିଥିବାବେଳେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ସବୁଦଳ ଦୋଷ ଲଦିବା ଆରମ୍ଭ କରିଦେଇଛନ୍ତି । ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି । । ଛାତ୍ର କଂଗ୍ରେସ ପ୍ରେସମିଟ କରି କହିଛି, ଏହି ଘଟଣାର ଏସଆଇଟି ତଦନ୍ତ କରାଯାଉ ।

ଅର୍ଚ୍ଚନା ମାମଲାରେ ରାଜନୀତିର ରଙ୍ଗ ଲାଗିଥିବା ବେଳେ ଗୋଟିଏ ପରେ ଗୋଟିଏ ରାଜନେତାଙ୍କ ସହ ଅର୍ଚ୍ଚନାଙ୍କ ଫଟୋ ଏବେ ଭାଇରାଲ ହେଉଛି । ଅର୍ଚ୍ଚନାଙ୍କ ସହ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଜଣାଶୁଣା ଉଦ୍ୟୋଗପତି ଦିଲ୍ଲୀପ ରାୟଙ୍କ ଏକ ଫୋଟୋ ସାମ୍ନାକୁ ଆସିଛି । ଫଟୋରେ ଦିଲ୍ଲୀପ ରାୟଙ୍କ ସହ ଅର୍ଚ୍ଚନା ଅଛନ୍ତି । ପୂୁର୍ବରୁ କନକ, ଜୁଏଲ, ସୂର୍ଯ୍ୟ ପାତ୍ର, ଜଗନ୍ନାଥ ସାରକା, କୈଳାସ କୁଳେଶିକା, ରେମୁଣାର ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ରେଳବାଇ ଓ ପୁଲିସ ଅଧିକାରୀଙ୍କ ସହ ଫଟୋ ସାମ୍ନାକୁ ଆସିଥିଲା ।

ତେବେ ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିବା ସହ ସିବିଆଇ ତଦନ୍ତ ଦାବି କରିଛି ବିଜେପି ମହିଳା ମୋର୍ଚ୍ଚା । ଏହାର ଜବାବ ରଖି ବିଜେଡି କହିଛି, ଉତ୍ତର ଦେବା ଲୋକ ଆଜି ପ୍ରଶ୍ନକର୍ତା ସାଜିଛନ୍ତି । ପଶ୍ଚିମ ଓଡିଶାର ଜଣେ ତୁଙ୍ଗ ନେତାଙ୍କ ଫଟୋ ସାମ୍ନାକୁ ଆସିଛି । ପ୍ରଥମେ ତାର ଉତର ଦିଅନ୍ତୁ ବୋଲି କହିଛନ୍ତି ଦଳର ମୁଖପାତ୍ର ଲେନିନ ମହାନ୍ତି । ସେପଟେ ଛାତ୍ର କଂଗ୍ରେସ ପ୍ରେସମିଟ କରି କହିଛି, ଏସଆଇଟି ତଦନ୍ତ କରି ପୂରା ଘଟଣାର ପର୍ଦ୍ଦାଫାଶ କରାଯାଉ ।

ସେପଟେ ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାର ପ୍ରଥମ ଶୁଣାଣି ହୋଇଛି । ସୁରକ୍ଷା ଦୃଷ୍ଟିରୁ ଝାରପଡା ଜେଲରୁ ତାଙ୍କୁ ଭିସିରେ ହାଜର କରିଛି ପୁଲିସ । ପ୍ରଥମ ଦିନରେ ନିଜ ଓକିଲଙ୍କ ପରିଚୟ ସ୍ପଷ୍ଟ କରିଛନ୍ତି ଅର୍ଚ୍ଚନା ନାଗ । କୋର୍ଟରେ ଶୁଣାଣି ବେଳେ ଅର୍ଚ୍ଚନାଙ୍କୁ ସଂପୂର୍ଣ୍ଣ ନିର୍ଦ୍ଦୋଷ ବୋଲି କହିଛନ୍ତି ତାଙ୍କ ଓକିଲ । ସେପଟେ ଖଣ୍ଡଗିରି ଥାନାରେ ଯୁବତୀ କରିଥିବା ଏତଲାରୁ ସାଂଘାତିକ ତଥ୍ୟ ମିଳିଛି । ଅର୍ଚନାଙ୍କ ନାଁରେ ୧୬ଟି ଦଫା ଲଗାଇଛି ପୋଲିସ । ଅର୍ଚ୍ଚନାଙ୍କ ପାଇଁ ଏହି ଷୋହଳ ଦଫା ଅଡୁଆ ସୃଷ୍ଟି କରିବ ବୋଲି କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe