କନକ ବ୍ୟୁରୋ : ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଗିରଫ । ମାନବ ଚାଲାଣ ଅଭିଯୋଗରେ ଜଗବନ୍ଧୁ ଚାନ୍ଦଙ୍କୁ ଖଣ୍ଡଗିରି ପୋଲିସ ଗିରଫ କରିଛି । ଜଗବନ୍ଧୁ ଗିରଫ ନେଇ ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି । ଜଗବନ୍ଧୁଙ୍କ ନାଁରେ ମାନବ ଚାଲାଣ ଦଫା ୩୭୦ ଲାଗିଛି । ସ୍ତ୍ରୀଙ୍କ ସହ ମିଶି ଅପରାଧିକ ଷଡଯନ୍ତ୍ର କରିଥିବା ଅଭିଯୋଗ ପୋଲିସ ତାଙ୍କୁ ଗିରଫ କରିଛି ।

Advertisment

ସକାଳୁ କମିଶନରେଟ ପୋଲିସର ସ୍ୱତନ୍ତ୍ର ଟିମ୍ ଉଠାଇ ଆଣିଥିଲା । ଅର୍ଚ୍ଚନାଙ୍କ ମାମଲାର ମାଷ୍ଟରମାଇଣ୍ଡ କୁହାଯାଉଥିବା ଜଗବନ୍ଧୁଙ୍କ ଘରୁକୁ ଯାଇ ସେଠାରେ ପଚରାଉଚରା ପୋଲିସ କରିଥିଲା । ପୂର୍ବରୁ ପ୍ରାଥମିକ ପଚରାଉଚରା ପରେ ଜଗବନ୍ଧୁଙ୍କୁ ଛାଡ଼ି ଦିଆଯାଇଥିଲା । ଏକ ଅଣ୍ଡରଟେକିଂ ଲେଖି ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ପୋଲିସ ଛାଡ଼ିଥିଲା । କିନ୍ତୁ ଆଜି ଦ୍ୱିତୀୟ ଥର ପାଇଁ ପଚରାଉଚରା କରିଥିଲା ପୋଲିସ । ଦେହ ଅସୁସ୍ଥ ଥିବା କହି ଜଗବନ୍ଧୁ ତଦନ୍ତ ପରିସରଭୁକ୍ତ ହେଉନଥିଲା ।

ବ୍ଲାକମେଲିଂ ଓ ହନିଟ୍ରାପ୍ ଅଭିଯୋଗରେ ଏବେ ଅର୍ଚ୍ଚନା ଜେଲରେ ଅଛନ୍ତି । ଆଇପିସିର ଦଫା ୩୭୦ ଅର୍ଥାତ୍ ବେଆଇନ ମାନବ ଚାଲାଣ ଭଳି ୧୬ଟି ସଙ୍ଗୀନ୍ ଦଫାରେ ଝାରପଡା ଜେଲରେ ଅର୍ଚ୍ଚନା ନାଗ ଅଛନ୍ତି । ଅର୍ଚ୍ଚନାଙ୍କ ନାରେ ଯେଉଁ ଦଫା ଲାଗିଛି ସମାନ ସଙ୍ଗୀନ ଦଫା ଜଗବନ୍ଧୁଙ୍କ ନାରେ ମଧ୍ୟ ରହିଛି ।