କନକ ବ୍ୟୁରୋ : ବାବାଙ୍କ ଠାରୁ ବଳିଗଲେ ତାଙ୍କର ତଥାକଥିତ ଝିଅ ହନିପ୍ରୀତ । ହରିୟାଣା ପୁଲିସକୁ ଭୁଆଁ ବୁଲାଉଛନ୍ତି ବଳାକ୍ରାରୀ ବାବା ରାମରହିମଙ୍କ ପୋଷ୍ୟ କନ୍ୟା ହନିପ୍ରୀତ ଓରଫ ପ୍ରିୟଙ୍କା ତନେଜା । ୬ ଦିନିଆ ରିମାଣ୍ଡରେ ଥିବା ହନିପ୍ରୀତଙ୍କଠାରୁ ସତ ବାହାର କରିବାକୁ ଯାଇ ନୟାନ୍ତ ହେଲେଣି ହରିୟାଣା ପୁଲିସର ସ୍ପେଶାଲ ଟିମ୍ । ପୁଲିସ ହେପାଜତରେ ହନିପ୍ରୀତ ଅଛନ୍ତି ସତ, ହେଲେ କିଛି ଠୋସ ତଥ୍ୟ ମିଳୁନାହିଁ ସ୍ପେଶାଲ୍ ଟିମକୁ । ଘଂଟା ଘଂଟା ପ୍ରଶ୍ନ ପଚାରୁଛି ପୁଲିସ, ହେଲେ ଉତର ନଦେଇ କାନ୍ଦି କାନ୍ଦି ଡ୍ରାମା କରୁଛନ୍ତି ହନିପ୍ରୀତ ।
ହନିପ୍ରୀତଙ୍କ ଚାଲାକି ଆଗରେ ପୁଲିସ ଅସହାୟ । ଏବେ ଲାଇ ଡିଟେକ୍ଟର ଟେଷ୍ଟ କରି ସତ ବାହାର କରିବାକୁ ଯୋଜନା କରୁଛି ସ୍ପେଶାଲ ଟିମ୍ । ଦଙ୍ଗାକୁ କିଏ ଉସୁକାଇଥିଲା? ସେଥିରେ ତାଙ୍କର କି ଭୂମିକା ଥିଲା? ଫେରାର ହୋଇଥିବା ମୋଷ୍ଟ ୱାଂଟେଡ୍ ଏବେ କେଉଁଠି? ଏ ସଂପର୍କରେ ମୁହଁ ଖୋଲୁନାହାନ୍ତି ହନିପ୍ରୀତ । ବରଂ ସେ ନିର୍ଦ୍ଦୋଷ, ତାଙ୍କୁ ଫସାଇ ଦିଆଯାଇଥିବା କହି କଥା ବୁଲାଉଛନ୍ତି ହନିପ୍ରୀତ । କାହା ପାଖକୁ ୱାଟସଅପ୍ରେ ଇଂଟରନ୍ୟାସନାଲ କଲ୍ କରୁଥିଲେ, ସେ ସଂପର୍କରେ ନିରବ ରହୁଛନ୍ତି ହନିପ୍ରୀତ । ପଂଚକୁଳା ଦଙ୍ଗାରେ ପାଂଚ କୋଟିର ଫଣ୍ଡିଂ ନେଇ ମଧ୍ୟ ସେ ପଦଟିଏ କହୁନାହାନ୍ତି । ଆଉ ଯାହା କହୁଛନ୍ତି ପରେ ବଦଳାଇ ଦେଉଛନ୍ତି କଥା । ଗୋଟିଏ ଦିନର ପଚରାଉଚରାରେ କିଛି ବି ତଥ୍ୟ ପାଉନି ପୁଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/vlcsnap-2017-10-05-21h30m50s872.png)