କନକ ବ୍ୟୁରୋ : ଦାମୀ କାର ଓ ବିଳାସପୂର୍ଣ୍ଣ ଘରର ସଉକ ରଖୁଥିବା ପତି ପତ୍ନୀ ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦଙ୍କ ଆଉ ଏକ ଦାମିକିଆ ଗାଡ଼ିର ଦୃଶ୍ୟ ସାମ୍ନାକୁ ଆସିଛି । ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ନାଁରେ ରହିଥିଲା ହାର୍ଲେ ଡେଭିଡସନ ଗାଡ଼ି । ଏହା ଆଉ ଏକ ଆପାର୍ଟମେଣ୍ଟର ପାର୍କିଂରେ ରଖାଯାଇଛି । ଓଆର ଜିରୋ-ଫାଇଭ ଏୟୁ ୬୧୧୬ ନମ୍ବର ଏହି ଗାଡିଟି ୨୦୧୨, ଏପ୍ରିଲ ୨୪ତାରିଖରେ ରେଜିଷ୍ଟ୍ରେସନ ହୋଇଥିବା ଜଣାପଡିଛି ।
ବଡ଼ବଡ଼ିଆଙ୍କୁ ହନିଟ୍ରାପରେ ଫସାଇ ତାଙ୍କର ଅଶ୍ଲିଳ ଭିଡିଓ ସୁଟ୍ କରିବା ପରେ ଏହାକୁ ନେଇ ବ୍ଲାକମେଲ କରି ମୋଟା ଅଙ୍କର ଟଙ୍କା ଆଦାୟ କରୁଥିଲେ ଅର୍ଚ୍ଚନା । ଏହି ମାମଲାର ସେ ଗିରଫ ହେବା ପରେ ସେ କିପରି ବିଳାସପୂର୍ଣ୍ଣ ଜୀବନଯାପନ କରୁଥିଲେ ତାହା ଦେଖିବାକୁ ମିଳିଥିଲା । ବିଳାସପୂର୍ଣ୍ଣ ଘର ଓ ଦାମି ଗାଡି ରଖିଥିବା ସାମ୍ନାକୁ ଆସିଥିଲା । ଏବେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ହାର୍ଲେ ଡେଭିଡସନର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/4-17.jpg)