କନକ ବ୍ୟୁରୋ : ହନିଟ୍ରାପ କୁଇନ୍ ଇରାନୀ ପାତ୍ର ଠକେଇ ମାମଲା । ପୋଲିସ ହାତରେ ଲାଗିଛି ସ୍ୱାମୀ ନିଶିକାନ୍ତର ଆକାଉଣ୍ଟ ଟ୍ରାଞ୍ଜାକ୍ସନ । ୩ଜଣଙ୍କ ଠାରୁ ଟଙ୍କା ଆକାଉଣ୍ଟକୁ ଆସିଥିବା ପୋଲିସ ଜାଣିବାକୁ ପାଇଛି । ଗୋଟିଏ ଆକାଉଣ୍ଟରୁ ୩ଲକ୍ଷରୁ ଅଧିକ ଟଙ୍କାର ଟ୍ରାଜାକ୍ସନ ହୋଇଥିବା ପୋଲିସ ଜାଣିବାକୁ ପାଇଛି । ଡାକ୍ତର, ବ୍ୟବସାୟୀ ଓ ଜଣେ ଛାତ୍ରଙ୍କ ନିଶିକାନ୍ତ ଆକାଉଣ୍ଟକୁ ଟଙ୍କା ଆସିଛି । ଆବଶ୍ୟକ ପଡ଼ିଲେ ଅଧିକ ତଦନ୍ତ ପାଇଁ ପୋଲିସ ଇରାନୀକୁ ରିମାଣ୍ଡରେ ଆଣିପାରେ ।

Advertisment

ଦରକାର ପଡ଼ିଲେ ବ୍ଲାକମେଲର ଶିକାର ହୋଇଥିବା ଲୋକଙ୍କ ସହିତ ସେମାନଙ୍କୁ ମୁହାଁମୁହିଁ କରାଯିବ । ଖାଲି ଏତିକି ନୁହେଁ, ପୁଲିସ ସେମାନଙ୍କ ସିଡିଆର ରିପୋର୍ଟ ଠାରୁ ଆରମ୍ଭ କରି ବ୍ୟାଙ୍କ ଆକାଉଣ୍ଟ ତଥ୍ୟକୁ ଯାଞ୍ଚ କରୁଛି । ସମସ୍ତ ଯାଞ୍ଚ ରିପୋର୍ଟ ଆସିବା ପରେ ସିଣ୍ଡିକେଟ୍‌ର ଗୁମର ଖୋଲିବ ବୋଲି ଜଣେ ଅଧିକାରୀ କହିଛନ୍ତି ।  ଗତ ୯ ତାରିଖରେ ଇରାନୀ ଦେହ ଅସୁସ୍ଥଥିବା କହି ଜଣେ ଡ଼ାକ୍ତରଙ୍କୁ ଘରକୁ ଡ଼ାକିବା ପରେ ତାଙ୍କୁ ବ୍ଲାକମେଲ କରି ଓ ମାଡ଼ମାରି ୧ଲକ୍ଷ ଟଙ୍କା ଓ ୯ଲକ୍ଷର ଚେକ୍‌ ନେବା ଘଟଣା ନେଇ ଥାନାରେ ଅଭିଯୋଗ ପରେ ପୁଲିସ ଇରାନୀ, ତା’ ସ୍ବାମୀ ଓ ସହଯୋଗୀକୁ ଗିରଫ କରିଥିଲା ।