ଇଡିରେ ହାଜର ହେଲେନି ଫିଲ୍ମ ନିର୍ମାତା ଅକ୍ଷୟ ପରିଜା : ପକ୍ଷ ରଖିଲେ ତାଙ୍କ ଓକିଲ ଆକାଶ ଭୁୟାଁ

299

କନକ ବ୍ୟୁରୋ : ଇଡିରେ ହାଜର ହେଲେନି ଫିଲ୍ମ ନିର୍ମାତା ଅକ୍ଷୟ ପରିଜା । ଇଡିରେ ପକ୍ଷ ରଖିଲେ ତାଙ୍କ ଓକିଲ ଆକାଶ ଭୁୟାଁ । ଅକ୍ଷୟ ପରିଜା ନୟାପଲ୍ଲୀ ଥାନାରେ ଦେଇଥିବା ଏତଲା ଆଧାରରେ ଇଡି ତାଙ୍କୁ ହାଜର ହେବା ପାଇଁ ସମନ କରିଥିଲା । କିନ୍ତୁ ସେ ହାଜର ହୋଇ ନାହାଁନ୍ତି । ଅକ୍ଷୟ ପରିଜା ଏତଲାରେ ଦର୍ଶାଇଥିଲେ, ଅର୍ଚ୍ଚନା ନାଗ ଓ ଶ୍ରଦ୍ଧାଞ୍ଜଳି ବେହେରା ତାଙ୍କୁ ବ୍ଲାକମେଲ କରି ଟଙ୍କା ମାଗୁଛନ୍ତି । ଟଙ୍କା ନଦେେଲେ ତାଙ୍କ ସାମାଜିକ ସମ୍ମାନ ନଷ୍ଟ କରିଦେବେ ବୋଲି ଧମକ ଦେଉଛନ୍ତି ।

ଯାହାକୁ ନେଇ ସେ ବିବ୍ରତ ଅଛନ୍ତିି । ଶ୍ରଦ୍ଧାଞ୍ଜଳିଙ୍କ ସହ ତାଙ୍କର ପୂର୍ବରୁ ପରିଚୟ ଥିଲା ଓ ସେ ତାଙ୍କୁ ଫିଲ୍ମରେ ସୁଯୋଗ ଦେବାକୁ ଅନୁରୋଧ କରିଥିଲେ । ଧିରେ ଧିରେ ସମ୍ପର୍କ ବଢ଼ିବା ପରେ ସେ ନିକଟତର ହୋଇଥିଲେ । ଏବଂ ସେମାନଙ୍କର କିଛି ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋ ଅର୍ଚ୍ଚନାଙ୍କ ପାଖରେ ରହିଛି । ଯାହାକୁ ପରବର୍ତ୍ତୀ ସମୟରେ ସେମାନେ ସାମାଜିକ ଗଣମାଧ୍ୟମରେ ଛାଡି ଦେଇଛନ୍ତି । ତେଣୁ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଥାନାକୁ ନିବେଦନ କରିଥିଲେ । ଅର୍ଚ୍ଚନାଙ୍କ ମନି ଲଣ୍ଡରିଂ ମାମଲାର ଖୋଳତାଡ କରୁଛି ଇଡି ।