କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅଂଚଳରେ ମହୁମାଛି ଆତଙ୍କ । ମହୁମାଛି ଆକ୍ରମଣରେ ଜଣେ ମୃତ, ୩ ଜଣ ଗୁରୁତର । ଗୁରୁତରଙ୍କୁ ବର୍ତମାନ ଚମ୍ପୁଆ ଡାକ୍ତରଖାନାରେ ଭର୍ତି କରାଯାଇଛି । ମୃତକ ଯୋଡା ବ୍ଲକ ତିତିରବିଲ୍ ଗାଁର ବାସୁମତୀ ସର୍ଦ୍ଦାର ବୋଲି ଜଣାପଡିଛି । ଜଙ୍ଗଲକୁ ଘାସ କାଟିବାକୁ ଯାଇଥିବା ସମୟରେ ସମସ୍ତଙ୍କୁ ଆକ୍ରମଣ କରିଥିଲା ମହୁମାଛି ।
ଘଟଣା ସ୍ଥଳରୁ ୩ ଜଣ ଦୌଡି ଯାଇ ନିଜକୁ ବଂଚାଇ ନେଇଥିଲେ । ବସୁମତି ସର୍ଦ୍ଦାର ଦୌଡି ନପାରିବାରୁ ମହୁମାଛିଙ୍କ ଆକ୍ରମଣର ଶିକାର ହୋଇ ଜୀବନ ହରାଇଛନ୍ତି । ୩ ଗୁରୁତରଙ୍କର ବର୍ତମାନ ଚମ୍ପୁଆ ଡାକ୍ତରଖାନାରେ ଚିକିତ୍ସା ଚାଲିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/image2-scaled.jpg)