କନକ ବ୍ୟୁରୋ : ବ୍ଲାକମେଲ କୁଇନ୍ ଅର୍ଚ୍ଚନା ନାଗଙ୍କ ଏକ ହ୍ୱାଟସ୍ଆପ୍ ଚାଟ୍ ସାମ୍ନାକୁ ଆସିଛି । ଏହି ହ୍ୱାଟସ୍ଆପ୍ ଚାଟ୍ କନକ ନ୍ୟୁଜ୍ ହାତରେ ଲାଗିଛି । ଏଥିରେ ଅର୍ଚ୍ଚନା ନାଗ ଜଣେ ଯୁବତୀଙ୍କୁ ମନାଇବାକୁ ଚେଷ୍ଟା କରୁଛନ୍ତି । ତାଙ୍କ ଉପରେ ଭରସା କରିବା ପାଇଁ କହିଛନ୍ତି । ଏହାର ଉତରରେ ଯୁବତୀ ଜଣଙ୍କ କହିଛନ୍ତି ବିଶ୍ୱାସ କଲେ କିଛି ମିଳେନି, କେବଳ ଧୋକା ମିଳେ । ଏଥିରେ ଯୁବତୀ ଜଣଙ୍କ ଜଣେ ‘ସାର୍’ଙ୍କ କଥା କହିଛନ୍ତି । ‘ସାର’ଙ୍କୁ ସାହାଯ୍ୟ ମାଗୁଛନ୍ତି ହେଲେ ସେ କୌଣସି ଉତ୍ତର ଦେଉନଥିବା କହୁଛନ୍ତି । ସେଥିପାଇଁ ସେ ଦୁଃଖିତ ବୋଲି କହୁଛନ୍ତି ଅର୍ଚ୍ଚନା ।
ଏହା ସହ କହୁଛନ୍ତି, ତୁମେ ତାଙ୍କୁ ସାହାଯ୍ୟ କର, ତୁମ ଭବିଷ୍ୟତ ସଜାଡି ହୋଇଯିବ । ଏହା ପରେ ଯୁବତୀ ଜଣଙ୍କ ଏକ ସର୍ତ ରଖିଛନ୍ତି । ତାଙ୍କ ବିନା ଅନୁମତିରେ ତାଙ୍କ ରୁମକୁ କେହି ଯାଇପାରିବେ ନାହିଁ । ନଚେତ୍ ତାଙ୍କଠାରୁ ଖରାପ କେହି ହେବେ ନାହିଁ ବୋଲି କହିଛନ୍ତି ଯୁବତୀ ଜଣଙ୍କ । ଏହା ମଧ୍ୟ କହିଛନ୍ତି ଯେ, ଯିଏ ଆପଣଙ୍କୁ ପଠାଇଥିଲେ, ସିଧା ତାଙ୍କ ଘରକୁ ଯିବି । ଏହି ଚାଟ୍ରେ ଯୁବତୀ ଜଣଙ୍କ କହୁଥିବା ‘ସାର’ ଜଣଙ୍କ କିଏ ? କାହା ଘରକୁ ସିଧାସଳଖ ଯିବା କଥା କହୁଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ତେବେ ଏହି ହ୍ୱାଟସ୍ଆପ୍ ଚାଟ୍ରୁ ଜଣାପଡ଼ୁଛି ଯୁବତୀଙ୍କ ମନରେ ବିଶ୍ୱାସ ଜନ୍ମାଇ ତାଙ୍କୁ ହନି ଟ୍ରାପ୍ ପାଇଁ ଅର୍ଚ୍ଚନା ପ୍ରସ୍ତୁତ କରୁଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/thgnbyjhn.jpg)