ଭାରତରେ ଇତିହାସ ରଚିଲା ହୋଣ୍ଡା କମ୍ପାନୀ ! ମାତ୍ର ୧୮ ବର୍ଷ ମଧ୍ୟରେ ବିକ୍ରି କଲା ୪ କୋଟିରୁ ଅଧିକ ଦୁଇଚକିଆ ଜାନ ।

Advertisment
ଭାରତରେ ଇତିହାସ ରଚିଲା ହୋଣ୍ଡା କମ୍ପାନୀ ! ମାତ୍ର ୧୮ ବର୍ଷ ମଧ୍ୟରେ ବିକ୍ରି କଲା ୪ କୋଟିରୁ ଅଧିକ ଦୁଇଚକିଆ ଜାନ ।

http://schollenandcompany.com

ଭାରତରେ ଇତିହାସ ରଚିଲା ହୋଣ୍ଡା କମ୍ପାନୀ ! ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ୪ କୋଟି ବିକ୍ରି ମାଇଲଖୁଣ୍ଟ ହାସଲ କରିଛି। ଭାରତର ଏକମାତ୍ର ଦୁଇ ଚକିଆ ଯାନ କଂପାନି ଭାବେ ହୋଣ୍ଡା ମାତ୍ର ୧୮ ବର୍ଷର କମ ସମୟ ଭିତରେ ୪ କୋଟି ବିକ୍ରି ସ୍ତର ହାସଲ କରିଛି। ଭାରତରେ କାରବାର କରିବାର ୧୧ ବର୍ଷ ପରେ ହୋଣ୍ଡା ୧୦ ନିୟୁତ ବିକ୍ରି ସ୍ତର ହାସଲ କରିଛି।
ତିନି ଗୁଣା ଅଧିକ ବେଗରେ ଆଗକୁ ବଢ଼ି ପରବର୍ତି ୧୦ ନିୟୁତ ଗ୍ରାହକଙ୍କୁ ତିନି ବର୍ଷ ଭିତରେ ହାସଲ କରିଥିଲା । ପ୍ରଥମ ୧୪ ବର୍ଷରେ ୨୦ ନିୟୁତ ଗ୍ରାହକଙ୍କ ସହ ଯୋଡି ହେବାରେ କଂପାନି ସଫଳ ହୋଇଥିଲା। ହୋଣ୍ଡା ଗାଡ଼ିର ଚାହିଦା ବହୁତ ବଢ଼ିଯିବାରୁ ପରବର୍ତି ୪ ବର୍ଷ ଭିତରେ କଂପାନି ଏହାର ଅନ୍ୟ ୨୦ ନିୟୁତ ଗ୍ରାହକଙ୍କୁ ସାମିଲ କରିପାରିଛି ।
ଏହି ସଫଳତା ବିଷୟରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡର ସିଇଓ କହିଛନ୍ତି ଯେ, ଏତେ କମ୍ ସମୟ ଭିତରେ ହୋଣ୍ଡା ବ୍ରାଣ୍ଡ୍ ଉପରେ ଭଲ ପାଇବା ଓ ବିଶ୍ୱାସ ପ୍ରକଟ କରିଥିବା ୪ କୋଟି ଗ୍ରାହକଙ୍କ ପାଇଁ ଆମେ ଗର୍ବିତ। ଆରମ୍ଭରୁ ହୋଣ୍ଡା ନିୟୁତାଧିକ ଗ୍ରାହକଙ୍କୁ ଉଚ୍ଚ ମାନର ଅଭିନବ ଉତ୍ପାଦ ଜରିଆରେ ଖୁସି ପହଂଚାଇବାର ଆହ୍ଵାନ ନେଇ ଆଗକୁ ବଢ଼ିଥିଲା ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe