ସାଧାରଣ ଲୋକଙ୍କ ପାଇଁ ଖୁସି ଖବର !ଏଣିକି ଭଡାରେ ମିଳିବ ସ୍କୁଟି, ଜାଣନ୍ତୁ କିଏ ଦବ ଏହି ସୁବିଧା ।

67

ଏଣିକି ବାଙ୍ଗାଲୁରୁ ଏବଂ ହାଇଦ୍ରାବାଦ ଭଳି ଜନଗହଳି ସ୍ଥାନରେ ଯାତାୟତ କରିବା ପାଇଁ କଷ୍ଟ କରିବାକୁ ପଡିବ ନାହିଁ । କାରଣ ଏବେ ହୋଣ୍ଡା କମ୍ପାନୀ ତରଫରୁ ହୋଣ୍ଡା ଆକ୍ଟିଭା ଭଳି ସ୍କୁଟର ଯତାୟତ ପାଇଁ ଭଡାରେ ମିଳିପାରିବ । ବିଭିନ୍ନ ସହରରେ ଦୁଇଚକିଆ ଯାନ ଭଡ଼ାରେ ପ୍ରଦାନ କରୁଥିବା କମ୍ପାନି ଡ୍ରାଇଭଜି ଏବେ ବାଙ୍ଗାଲୋର ଓ ହାଇଦ୍ରାବାଦରେ ହୋଣ୍ଡା ଆକ୍ଟିଭା ଓ କ୍ଲିକ ଗ୍ରାହକମାନଙ୍କୁ ଭଡ଼ାରେ ଯୋଗାଇଦେବ । ଏଥିପାଇଁ ହୋଣ୍ଡା କମ୍ପାନି ଡ୍ରାଇଭଜି ସହିତ ଚୁକ୍ତି କରିଛି ।

ସୂଚନା ଅନୁଯାୟୀ, ହୋଣ୍ଡା ପକ୍ଷରୁ ଏହି ସଂସ୍ଥାକୁ ୩୦୦୦ ସ୍କୁଟର ପ୍ରଦାନ କରାଯାଇଛି ଯାହା ହାଇଦ୍ର୍ରାବାଦ ଓ ବେଙ୍ଗାଲୁରୁରେ ଚଳପ୍ରଚଳ କରିବ। କଂପାନିର ଫ୍ଲିଟରେ ଆକ୍ଟିଭା ୫ଜି ଓ କ୍ଳିକ୍ ଭଳି ସ୍କୁଟରକୁ ସାମିଲ କରାଯାଇଛି । ଡ୍ରାଇଭଜି ଦ୍ୱାରା ଏହି ଦୁଇ ସହରର ଲୋକମାନେ ସୁବିଧାରେ ଗମନାଗମନ କରିପାରିବେ। ଭାରତରେ ଦ୍ରୁତ ସହରୀକରଣ ଓ ସାର୍ବଜନୀନ ଭିତ୍ତିଭୂମି ସୀମିତ ଥିବାରୁ ରାସ୍ତାରେ ପ୍ରବଳ ଭିଡ଼ ହେଉଛି। ତେଣୁ ଦୁଇ ଚକିଆ ସେୟାରଡ୍ ମୋବିଲିଟିର ଲୋକପ୍ରିୟତା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି ।

୨୦୧୪ରେ ଭାରତରେ ୧୦ ସେୟାରଡ୍ ମୋବିଲିଟି ସଂସ୍ଥା ଥିଲେ । ଏବେ ସେମାନଙ୍କ ସଂଖ୍ୟା ୩୦ରେ ପହଞ୍ଚିଲାଣି । ଏଗ୍ରିଗେଟର, ଦୁଇ ଚକିଆ ରେଣ୍ଟାଲ ଓ ସେଲଫ ରାଇଡ୍ ରେଣ୍ଟାଲ ମଡେଲରେ ସେମାନେ କାରବାର କରୁଛନ୍ତି । ଆମେ ହୋଣ୍ଡା ସହିତ ଗାଡ଼ିଚାଳନା ମିସନ୍ ସଫଳ କରିବାରେ ହୋଣ୍ଡା ସହିତ ଯୋଡ଼ି ହୋଇଥିବାରୁ ବହୁତ ଆନନ୍ଦିତ ବୋଲି ଅଶ୍ୱର୍ଯ୍ୟ ସିଂହ, ସିଇଓ ଓ ସହପ୍ରତିଷ୍ଠାତା, ଡ୍ରାଇଭଜି କହିଛନ୍ତି ।