କନକ ବ୍ୟୁରୋ : ହୋଣ୍ଡା କାର କିଣିବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ଏହା ନିହାତି ଭାବରେ ଖୁସି ଖବର । କାରଣ ଚଳିତ ମାସରେ ହୋଣ୍ଡା ଦେଉଛି ବମ୍ପର ଅଫର । କାର୍ କିଣିଲେ ଆପଣ ପାଇପାରିବେ ଅଢେଇ ଲକ୍ଷ ଟଙ୍କାର ରିହାତି । ତେବେ ଏପରି ଦମଦାର ଅଫର କେବଳ ସେପ୍ଟେମ୍ବର ମାସରେ ଦିଆଯିବ ବୋଲି କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Advertisment

ହୋଣ୍ଡା କାର କିଣନ୍ତୁ, ଅଢେଇ ଲକ୍ଷ ରିହାତି ପାଆନ୍ତୁ
ମାତ୍ର କିଛି ଦିନ ପାଇଁ କମ୍ପାନୀ ଦେଉଛି ବମ୍ପର ଅଫର

କ୍ଷତି ସହିଲା, ଅଢେଇ ଲକ୍ଷ ପର୍ଯ୍ୟନ୍ତ ଅଫର ଦେଲା

ତେବେ ମିଳିଥିବା ସୂଚନା ଅନୁସାରେ, ଅଗଷ୍ଟ ମାସରେ ହୋଣ୍ଡା କମ୍ପାନୀର କାର୍୍ ବିକ୍ରିରେ ମାନ୍ଦାବସ୍ଥା ଦେଖାଯାଇଥିଲା । କିନ୍ତୁ ଏହି ସମୟ ମଧ୍ୟରେ ମାରୁତି ସୁଜୁକି, ହୁଣ୍ଡାଇ ମୋଟର୍ସ, ଟାଟା ମୋଟର୍ସ ପରି ଆଗଧାଡିର କମ୍ପାନୀ ଭଲ ପ୍ରଦର୍ଶନ କରିଥିଲେ । ଅନ୍ୟ କମ୍ପାନୀ ତୁଳନାରେ ହୋଣ୍ଡା କମ୍ପାନୀର ବିକ୍ରିରେ ଅହେତୁକ ମାନ୍ଦାବସ୍ଥା ଦେଖାଦେଇଥିଲା । ଯାହାଦ୍ୱାରା କମ୍ପାନୀକୁ ଅନେକ କ୍ଷତି ସହିବାକୁ ପଡିଥିଲା । ତେବେ କାରର ବିକ୍ରି ବଢାଇବାକୁ କମ୍ପାନୀ ପକ୍ଷରୁ ଦିଆଯାଉଛି ଏମିତି ଜବରଦସ୍ତ ବମ୍ପର ଅଫର ।

ବିକ୍ରି କମିବାରୁ ଜବରଦସ୍ତ ଅଫର ଦେଉଛି କମ୍ପାନୀ

ହୋଣ୍ଡା କାର ଅଗଷ୍ଟ ମାସରେ ଘରୋଇ ବଜାରରେ ୭, ୫୦୯ କାର ବିକ୍ରି କରିଛି । ଯାହାକି ଗତ ବର୍ଷ ଅଗଷ୍ଟ ତୁଳନାରେ ୯.୪୩ ପ୍ରତିଶତ କମ୍ ରହିଛି । ତେଣୁ ବଜାରର ଅବସ୍ଥାକୁ ଦୃଷ୍ଟିରେ ରଖି , ବର୍ତ୍ତମାନ ସମୟରେ କମ୍ପାନୀ କାର ଉପରେ ୨.୫୦ ଲକ୍ଷ ଟଙ୍କାର ରିହାତି ଦେଉଛି ।
କେଉଁ କାରରେ ଉପରେ ମିଳୁଛି କେତେ ରିହାତି ?

ବଜାରରେ ସବୁଠାରୁ ଅଧିକ ବିକ୍ରି ହେଉଥିବା ହୋଣ୍ଡା ଆମେଜ ଉପରେ କମ୍ପାନି ୨୭ ହଜାର ଟଙ୍କାର ରିହାତି ମିଳୁଛି । ବର୍ତମାନ ସମୟରେ ବଜାରରେ ଏହି କାରର ମୂଲ୍ୟ

୬ ଲକ୍ଷରୁ ୯ ଲକ୍ଷ ପର୍ଯ୍ୟନ୍ତ ରହିଛି । ଠିକ ସେହିପରି ଭାବରେ ଡଜ-ଠ ର ଉଭୟ ପେଟ୍ରୋଲ ଓ ଡିଜେଲ ମଡେଲ ଉପରେ ୨୦ ହଜାର ଟଙ୍କାର ରିହାତି ମିଳୁଛି । ଏହାସହ ସବୁଠାରୁ ବଡ ରିହାତି ମିଳୁଛି ହୋଣ୍ଡାର ସିବିକ୍ ମଡେଲ ଉପରେ । ତେବେ ଏହି ମଡେଲର ପେଟ୍ରୋଲ ଗାଡି ଉପରେ ୧ ଲକ୍ଷ ଟଙ୍କାର ରିହାତି ମିଳୁଥିବା ବେଳେ ଡିଜେଲ ମଡେଲ ଉପରେ କମ୍ପାନି ପକ୍ଷରୁ ଅଢେଇ ଲକ୍ଷ ଟଙ୍କାର ରିହାତି ମିଳୁଛି । ବର୍ତମାନ ସମୟରେ ଏହି ମଡେଲର ବଜାରର ମୂଲ୍ୟ ପାଖାପାଖି ୧୭ ଲକ୍ଷରୁ ୨୨ ଲକ୍ଷ ପର୍ଯ୍ୟନ୍ତ ରହିଛି ।

ତେବେ ବିଭିନ୍ନ ସ୍ଥାନରେ ରିହାତିର ମୂଲ୍ୟ ଅଲଗା ରହିଥିବା ନେଇ କମ୍ପାନୀ ସ୍ପଷ୍ଟ କରିଛି । କହିବାକୁ ଗଲେ, କାରରେ ଏପରି ଭାବରେ ଆଉ ଏତେ ମାତ୍ରାରେ ଅଫର ଥିବାରୁ ପ୍ରବଳ ମାତ୍ରାରେ ଗାଡି ବିକ୍ରି ହେବ ବୋଲି କମ୍ପାନୀ ଆଶା ରଖିଛି । ତେବେ ଆପଣ ବି ଯଦି କାର କିଣିବା ପାଇଁ ଇଚ୍ଛା ରଖିଛନ୍ତି ତେବେ ଡେରି ନକରି ତୁରନ୍ତ ନିକଟସ୍ଥ ଡିଲରଙ୍କ ସହ ଯୋଗାଯୋଗ କରନ୍ତୁ ଆଉ କାର କିଣି ଅଢେଇ ଲକ୍ଷ ପର୍ଯ୍ୟନ୍ତ ରିହାତି ପାଆନ୍ତୁ ।