ଛୋଟ ଛୋଟ କଥାକୁ ଭୁଲିବା ଭଳି ସମସ୍ୟା ଦେଖାଯାଉଛି କି ? ଖାଇବା ରୁଟିନ୍ ସାମିଲ କରନ୍ତୁ ଏହି ଦ୍ରବ୍ୟ ।

101

କେତେକ ଲୋକ ସୋୟାବିନ୍ ଖାଇବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ଏହାର ଉପକାରିତା ସଂପର୍କରେ ଜାଣିଲେ ଯେ କେହି ବି ସୋୟାବିନ୍ ଖାଇବାକୁ ରାଜି ହେବ । ସୋୟାବିନରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍ ଓ କାର୍ବୋହାଇଡ୍ରେଟ ଥାଏ । ଏହାଫଳରେ ନିୟମିତ ଭାବେ ସୋୟାବିନର ସେବନ କରିଲେ ଆପଣଙ୍କର ଉଚ୍ଚ ରକ୍ତଚାପ ହ୍ରାସ ପାଇଥାଏ । ସୋୟାବିନରେ ପ୍ରଚୁର ମାତ୍ରାରେ ଆଇରନ୍ ବି ରହିଛି । ଏହି କାରଣରୁ ଏଥିରେ ଥିବା ଆଇସୋପ୍ଲେବୋନସ ନାମକ ରସାୟନ ପଦାର୍ଥ ଅଷ୍ଟିୟୋପୋରୋସିସ୍ ରୋଗ ହେବାକୁ ଦିଏ ନାହିଁ । ଶରୀରର ବିକାଶ ବା ନଖ ଓ କେଶ ଆଦି ମଧ୍ୟ ଯଦି ବୃଦ୍ଧି ପାଉ ନଥାଏ , ତେବେ ସୋୟାବିନ୍ ଖାଇଲେ ସେଥିରୁ ଲାଭ ମିଳିଥାଏ । ଏହା ସ୍ମରଣ ଶକ୍ତି ବୃଦ୍ଧି ଦିଗରେ ମଧ୍ୟ ସହାୟକ ହୋଇଥାଏ । ତା’ଛଡା ଶରୀରର ଦୁର୍ବଳତା ବି କମ୍ କରିଥାଏ ।ଯଦି ଆପଣଙ୍କୁ ରାତିରେ ନିଦ ଆସେ ନାହିଁ , ତେବେ ସୋୟାବିନ୍ ଖାଆନ୍ତୁ । ଏଥିରେ ଥିବା ମ୍ୟାଗ୍ନେସିୟମ୍ ତାଙ୍କୁ ନିଦ୍ରା ଆଣିବାରେ ସହାୟକ ହେବ । ସୋୟାବିନରେ ଥିବା ଲେସିଥିନ୍ ଲିଭର ପାଇଁ ମଧ୍ୟ ଲାଭଜନକ । ମଧୁମେହ ରୋଗୀମାନଙ୍କ ପାଇଁ ସୋୟାବିନ୍ ତେଲରୁ ପ୍ରସ୍ତୁତ ଖାଦ୍ୟ ଅତ୍ୟଧିକ ଲାଭପ୍ରଦ । ନିଜର ଓଜନ ବୃଦ୍ଧି କରିବାକୁ ମଧ୍ୟ ଅଙ୍କୁରିତ ସୋୟାବିନର ସେବନ ମଧ୍ୟ ଭଲ । ସୋୟାବିନର ଦୁଧ ପିଇବା ଲାଭଜନକ । ଠିକ୍ ସେହିପରି ସୋୟାବିନର ଘୋଳ ଦହି ପିଇଲେ ପେଟରେ ଥିବା କୃମି ନାଶ ହୋଇଥାଏ ।