ଦୁର୍ଗମ ଅଞ୍ଚଳର ଦେବଦୂତ ଡାକ୍ତର ଶ୍ରୀକାନ୍ତ ପାଢୀ । ଧରାକୋଟର ବିଭିନ୍ନ ବ୍ଳକରେ ବୁଲି ବୁଲି କରୁଛନ୍ତି ଚିକିତ୍ସା । ନିସ୍ୱାର୍ଥପର ସେବା ପାଇଁ ମିଳୁଛି ପ୍ରଶଂସା

199

କନକ ବ୍ୟୁରୋ : ବଣପାହାଡ ଘେରା ଅଞ୍ଚଳରେ ଦେବଦୂତ ପାଲଟିଛନ୍ତି ଡାକ୍ତର । ଯେଉଁଠି ସ୍ୱାସ୍ଥ୍ୟସେବା ଅପହଞ୍ଚ ଯେଉଁଠି ଚିକତ୍ସା ପାଇଁ ଲୋକେ ଡହଳ ବିକଳ ହୁଅନ୍ତି ସେଠି ପହଞ୍ଚିଯାନ୍ତି ଡାକ୍ତର ଜଣକ । ଗଞ୍ଜାମ ଜିଲ୍ଲାର ଶେରଗଡର ହୋମିଓପ୍ୟାଥିକ ଡାକ୍ତର ଶ୍ରୀକାନ୍ତ କୁମାର ପାଢି ଉପାନ୍ତ ଅଞ୍ଚଳରେ ଲୋକଙ୍କ ପାଇଁ ଦେବ ଦୂତ ସାଜିଛନ୍ତି । ଧରାକୋଟ ବ୍ଲକର ସାଆବା, ମାଣିକ୍ୟପୁରରୁ ନେଇ ବଳରାମପୁର ଆଦି ପଞ୍ଚାୟତର ଉପାନ୍ତ ଅଞ୍ଚଳକୁ ଯାଇ ଲୋକଙ୍କ ଚକିତ୍ସା କରୁଛନ୍ତି । ସେଠାରେ ହେଲଥ କ୍ୟାମ୍ପ କରିବା ସହିତ ଲୋକଙ୍କୁ ମାଗଣା ଔଷଧ ଦେଇଥାନ୍ତି । କେବଳ ଧରାକୋଟ ନୁହେଁ ସୋରଡା, ବଡଗଡ ଓ ସାନଖେମୁଣ୍ଡି ଆଦି ଅଞ୍ଚଳର ବିଭିନ୍ନ ଉପାନ୍ତ ଅଞ୍ଚଳରେ ଲୋକଙ୍କ ପାଖେ ବେଶ୍ ପରିଚିତ ଡାକ୍ତର । ପ୍ରତି ସପ୍ତାହରେ ନିଜ ଷ୍ଟାଫ୍ ମାନଙ୍କୁ ନେଇ ଉପାନ୍ତ ଅଞ୍ଚଳ ଯାଇ ବୁଲି ବୁଲି ଚିକତ୍ସା କରିଥାନ୍ତି । ସେଠାରେ ସେମାଙ୍କ ସେବା କରିବା ସହ ରୋଗ ବିଷୟରେ ସଚେତନ ମଧ୍ୟ କରିଥାନ୍ତି ।

ଶେରଗଡରେ ଡାକ୍ତର ପାଢିଙ୍କର ଗୋଟିଏ ହୋମିଓପ୍ୟାଥିକ୍ କ୍ଳିନିକ୍ ରହିଛି । ସେଠାରେ ସେ ଲୋକଙ୍କୁ ସେବା ଯୋଗାଇବା ସହ ଉପାନ୍ତ ଅଞ୍ଚଳରେ ମଧ୍ୟ ଲୋକଙ୍କୁ ଚିକତତ୍ସା ସହ ମାଗଣାରେ ଓøଷଧ ବାଣ୍ଟିଛନ୍ତି । ଯେଉଁ ଗାଁକୁ ଚାଲିଯିବାକୁ ମଧ୍ୟ ଭଲ ରାସ୍ତା ଖଣ୍ଡେ ନଥାଏ ସେହି ଗାଁକୁ ପାଦରେ ଚାଲି ଚାଲି ପାହାଡ ଚଢି ସାଙ୍ଗରେ ସମସ୍ତ ପ୍ରକାର ମେଡିସିନ୍ ଓ ଅନନ୍ୟ ସରଞାମ ନେଇ ସ୍ୱାସ୍ଥ୍ୟ ଅବସ୍ଥା ବୁଝିଥାନ୍ତି । ଆଦିବାସି ଆଧୁସିତ ଅଞ୍ଚଳରେ ଦିର୍ଘ ୨୪ ବର୍ଷ ହେଲା ମାଗଣା ସେବା ଯୋଗାଇ ଆସୁଛନ୍ତି ଡାକ୍ତର । । ସେଥି ପାଇଁ ସେ ବହୁ ସମ୍ନାନର ଅଧିକାରି ବି ହୋଇଛନ୍ତି ।
କୋଭିଡ୍ ସମୟରେ ମଧ୍ୟ ଡକ୍ତର ଜଣକ ମଗଣା ସେବା ଯୋଗାଇଥିବା ବେଳେ ଗାଁ ଲୋକଙ୍କ ଅତିପ୍ରିୟ ହୋଇପାରିଛନ୍ତି ।