ଗୃହବ୍ୟାପାର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଜି କିଷନ ରେଡ୍ଡୀ କହିଛନ୍ତି ଯେ କେନ୍ଦ୍ର ସରକାର ପାକିସ୍ତାନ କର୍ତ୍ତୃପକ୍ଷଙ୍କ ସହ କଥାବାର୍ତ୍ତା କରି ବୈଧ୍ୟ କାଗଜପତ୍ର ନ ଥିବା କାରଣରୁ ପାକିସ୍ତାନରେ ଗିରଫ ହୋଇଥିବା ଦୁଇ ଭାରତୀୟଙ୍କୁ ଭାରତକୁ ଫେରାଇ ଆଣିବାକୁ ଚେଷ୍ଟା କରୁଛନ୍ତି । ଶନିବାର ରେଡ୍ଡୀ କହିଥିଲେ , ଆମେ ପାକିସ୍ତାନ ସରକାର ଏବଂ ପାକିସ୍ତାନରେ ଅବସ୍ଥିତ ଭାରତୀୟ ଦୂତାବାସ, ଉଭୟ ଦେଶର ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ କଥାବାର୍ତ୍ତା କରି ଦୁଇ ବ୍ୟକ୍ତିଙ୍କୁ ଭାରତ ଫେରାଇ ଆଣିବୁ।
ସେ କହିଲେ , ଦୁଇ ମାସ ତଳେ ଆମେ ସୂଚନା ପାଇଲୁ କି, ପ୍ରଶାନ୍ତ ଓ୍ଵାଇନ୍ଧାମ ନାମକ ଜଣେ ୩୧ ବର୍ଷିୟ ହାଇଦ୍ରାବାଦ ବାସିନ୍ଦା ଏବଂ ତାଙ୍କ ସହ ମଧ୍ୟପ୍ରଦେଶର ଅନ୍ୟ ଜଣେ ବ୍ୟକ୍ତି ବୈଧ୍ୟ କାଗଜପତ୍ର ବିନା ପାକିସ୍ତାନରେ ପହଞ୍ଚିଥିଲେ। ପଞ୍ଜାବରେ ଉଭୟଙ୍କୁ ଗିରଫ କରାଯାଇଥିଲା । ତାଙ୍କର ମୁକ୍ତି ନିମନ୍ତେ ସରକାର ସମସ୍ତ ସହାୟତା ଯୋଗାଇ ଦେବେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/11/882457-reddy-new.jpg)
/kanak/media/post_attachments/wp-content/uploads/2019/11/reddynov-300x225.jpg)