ମୋଦୀ ମନ୍ତ୍ରୀମଣ୍ଡଳର ବିଭାଗ ବଣ୍ଟନ । ଅମିତ ଶାହାଙ୍କୁ ଗୃହ, ରାଜନାଥଙ୍କୁ ପ୍ରତିରକ୍ଷା ଏବଂ ନୀତିନଙ୍କୁ ସଡକ ପରିବହନ ମନ୍ତ୍ରାଳୟ ।

943

କନକ ବ୍ୟୁରୋ: ଗତକାଲି ଶପଥ ଗ୍ରହଣ ପରେ, ଆଜି ମୋଦୀ ମନ୍ତ୍ରୀମଣ୍ଡଳର ହେଇଛି ବିଭାଗ ବଣ୍ଟନ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ରିପୋର୍ଟ ମୁତାବକ, ନୀତିନ ଗଡକରୀଙ୍କୁ ପୁଣିଥରେ ସଡକ ପରିବହନ ବିଭାଗର ମନ୍ତ୍ରୀପଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେହିପରି ଅମିତ ଶାହାଙ୍କୁ ପୁଣିଥରେ ସ୍ୱରାଷ୍ଟ୍ର ବିଭାଗ ଏବଂ ରାଜନାଥ ସିଂହଙ୍କୁ ପ୍ରତିରକ୍ଷା ବିଭାଗ ଦାୟିତ୍ୱ ଦିଆଯାଇଥିବା ନେଇ ସୂଚନା ରହିଛି । ଏଥିସହ ଅଜୟ ଟମଟା ଏବଂ ହର୍ଷ ମଲହୋତ୍ରାଙ୍କୁ ସଡକ ପରିବହନ ବିଭାଗର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି ।

କିଏ ହେଲେ କେଉଁ ବିଭାଗର ମନ୍ତ୍ରୀ?

    • ରାଜନାଥ ସିଂହ – ପ୍ରତିରକ୍ଷା ମନ୍ତ୍ରୀ
    • ଅମିତ ଶାହା – ଗୃହ ଓ ସମବାୟ ମନ୍ତ୍ରୀ
    • ନୀତିନ ଗଡକରୀ – ସଡକ ଓ ପରିବହନ ମନ୍ତ୍ରୀ
    • ଜେପି ନଡ୍ଡା – ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ସାର ଓ ରସାୟନ ବିଭାଗ ମନ୍ତ୍ରୀ
    • ଶିବରାଜ ସିଂହ ଚୌହାନ – କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ, ଗ୍ରାମ ଉନ୍ନୟନ ବିଭାଗ ମନ୍ତ୍ରୀ
    • ନିର୍ମଳା ସୀତାରମଣ – ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ
    • ଏସ ଜୟଶଙ୍କର – ବୈଦେଶିକ ବ୍ୟାପାର ମନ୍ତ୍ରୀ
    • ମନୋହର ଲାଲ୍ ଖଟ୍ଟର – ଗୃହ ଓ ନଗର ଉନ୍ନୟନ ଏବଂ ଶକ୍ତି ମନ୍ତ୍ରୀ
    • ଏଚଡି କୁମାରସ୍ୱାମୀ – ଭାରି ଉଦ୍ୟୋଗ ଏବଂ ଇସ୍ପାତ ମନ୍ତ୍ରୀ
    • ପିୟୁଷ ଗୋଏଲ – ଶିଳ୍ପ ଏବଂ ବାଣିଜ୍ୟ ମନ୍ତ୍ରୀ
    • ଧର୍ମେନ୍ଦ୍ର ପ୍ରଧାନ – ଶିକ୍ଷା ମନ୍ତ୍ରୀ
    • ଜିତନ୍ ରାମ ମାଞ୍ଝୀ – ଏମଏସଏମଇ ମନ୍ତ୍ରୀ
    • ଲଲନ୍ ସିଂହ – ପଞ୍ଚାୟତିରାଜ ମନ୍ତ୍ରୀ ଏବଂ ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ
    • ସର୍ବାନନ୍ଦ ସୋନୱାଲ – ବନ୍ଦର, ଜଳପଥ ଏବଂ ଜାହାଜ ଚଳାଚଳ ମନ୍ତ୍ରୀ
    • ବୀରେନ୍ଦ୍ର କୁମାର – ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ
    • କେ ରାମମୋହନ ନାଇଡୁ – ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ
    • ପ୍ରହଲ୍ଲାଦ ଯୋଶୀ – ଖାଦ୍ୟ ଯୋଗାଣ ଓ ଖାଉଟି ବ୍ୟାପାର ମନ୍ତ୍ରୀ
    • ଜୁଏଲ୍ ଓରାମ – ଆଦିବାସୀ ବ୍ୟାପାର ମନ୍ତ୍ରୀ
    • ଗିରିରାଜ ସିଂ – ବୟନ ଶିଳ୍ପ ମନ୍ତ୍ରୀ
    • ଅଶ୍ୱିନୀ ବୈଷ୍ଣବ – ରେଳ ମନ୍ତ୍ରୀ, ସୂଚନା ଓ ପ୍ରସାରଣ ବିଭାଗ ମନ୍ତ୍ରୀ, ଇଲେକ୍ଟୋନିକ୍ସ ଏବଂ ଆଇଟି ମନ୍ତ୍ରୀ
    • ଜ୍ୟୋତିରାଦିତ୍ୟ ସିନ୍ଧିଆ – ଯୋଗାଯୋଗ ଏବଂ ଉତ୍ତର-ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ
    • ଭୁପେନ୍ଦ୍ର ଯାଦବ – ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ
    • ଗଜେନ୍ଦ୍ର ସିଂ ଶେଖାୱତ୍ – ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ
    • ଅନ୍ନପୂର୍ଣ୍ଣା ଦେବୀ – ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରୀ
    • କିରଣ ରିଜିଜୁ – ସଂସଦୀୟ ବ୍ୟାପାର ଏବଂ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ
    • ହରଦୀପ ସିଂହ ପୁରୀ – ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍
    • ମନସୁଖ ମାଣ୍ଡଭ୍ୟ – ଶ୍ରମ, ନିଯୁକ୍ତି ବିଭାଗ ମନ୍ତ୍ରୀ ଏବଂ କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗ ମନ୍ତ୍ରୀ
    • ଜି କିଷାନ ରେଡ୍ଡୀ –ଖଣି ଓ କୋଇଲା ମନ୍ତ୍ରୀ
    • ଚିରାଗ ପାସୱାନ୍ – ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ
    • ସିଆର୍ ପାଟିଲ – ଜଳଶକ୍ତି ମନ୍ତ୍ରୀ