ଖରାଦିନରେ ଘର ବଇଦ ପୋଦିନା । ଶରୀର ପାଇଁ ଭାରୀ ଉପକାରୀ

239

କନକ ବ୍ୟୁରୋ: ଗରମ ଦିନରେ ଲୋକମାନେ ଅଧିକ ମାତ୍ରାରେ ପୋଦିନା ଖାଆନ୍ତି । ପୋଦିନା ପତ୍ରରେ ଚଟଣି ଓ ଜୁସ୍ ଆଦି ପ୍ରସ୍ତୁତ କରାଯାଏ । ଗରମ ଦାଉରୁ ରକ୍ଷା କରେ ଏହି ପୋଦିନା । କେବଳ ଏତିିିକି ନୁହେଁ ନିୟମିତ ପୋଦିନା ପତ୍ର ଖାଇବା ଦ୍ୱାରା କେତେକ ଗମ୍ଭୀର ରୋଗ ଆରୋଗ୍ୟ ହୁଏ । ଏହି ପତ୍ରକୁ ଉଭୟ ଶୁଖିଲା ଓ ସତେଜ ଅବସ୍ଥାରେ ବ୍ୟବହାର କରିହେବ । ନିୟମିତ ପୋଦିନା ଖାଇବା ଦ୍ୱାରା କି କି ଲାଭ ମିଳେ ଆସନ୍ତୁ ଜାଣିବା ।
ପୋଦିନାରେ ଥାଏ ଭିଟାମିନ୍ ସି, ଏ ଓ ବି କମ୍ଲେକ୍ସ । ଏହାସହ ଏଥିରୁ ଯଥେଷ୍ଟ ପରିମାଣରେ ଆଇରନ , ପୋଟାସିୟମ ଓ ମାଙ୍ଗାନିଜ ପରି ତତ୍ତ୍ୱ ମଧ୍ୟ ମିଳିଥାଏ । ଯାହା ଶରୀର ପାଇଁ ବେଶ ଲାଭଦାୟକ ।
ଖରା ଦିନେ ପୋଦିନା ପେଟକୁ ଥଣ୍ଡା ରଖିଥାଏ । ଏହାକୁ ନିୟମିତ ସେବନ କରିବା ଦ୍ୱାରା ପେଟରେ ଗ୍ୟାସ , ପେଟ ବ୍ୟଥା, ଓ ଛାତିରେ ଜ୍ୱଳ ପରି ସମସ୍ୟା ଦୂର ହୁଏ ।
ପୋଦିନା ପତ୍ର ସେବନ ଦ୍ୱାରା ଶ୍ୱାସ ପାୀ ସମସ୍ୟାରୁ ଉପଶମ ମିଳେ । ଏହା ବ୍ୟତୀତ ଏଥିରେ ଥିବା ମେନ୍ଥଲ ଶ୍ୱାସ ନଳୀକୁ ସଂକ୍ରମଣରୁ ରକ୍ଷା କରିବା ସହ ନିଃଶ୍ୱାସ – ପ୍ରଶ୍ୱାସ ପ୍ରକ୍ରିୟାକୁ ସହଜ କରିଥାଏ । ମୁଣ୍ଡ ବିନ୍ଧା ହେଲେ ମଧ୍ୟ ପୋଦିନା ପତ୍ରର ତେଲ ବେଶ ଲାଭଦାୟୀ ।
ଏହାସହ ଥାଇରଏଡ୍ ସମସ୍ୟା ପାଇଁ ପୋତିନା ପତ୍ର ବେଶ ଉପକାରୀ । ପ୍ରତିଦିନ ଖାଲି ପେଟରେ ୨ ଚାମଚ ପୋଦିନା ପତ୍ରର ରସକୁ ସେବନ କଲେ ଥାଇରଏଡ ସମସ୍ୟା ଲାଘବ ହୋଇଥାଏ ।

ମାସିକ ଧର୍ମ ସମୟରେ ହେଉଥିବା ପେଟ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ପୋଦିନା ପତ୍ର ରସ । ଏହି ସମୟରେ ପେଟରେ ଯନ୍ତ୍ରଣା ହୁଏ ଓ ମାସପେଶୀ ଟାଇଟ୍ ହୋଇଯାଏ । ଏହି କାରଣୁ ମହିଳାମାନେ ଗମ୍ଭୀର ଯନ୍ତ୍ରଣାର ସମ୍ମୁଖୀନ ହୁଅନ୍ତି । ଏଥିରୁ କିଛି ମାତ୍ରାରେ ଯନ୍ତ୍ରଣାକୁ କମ୍ କରେ ପୋଦିନା । ଏହା ବ୍ୟତୀତ ଚର୍ମ ପାଇଁ ମଧ୍ୟ ପୋଦିନା ଲାଭକାରୀ ।