ଅତ୍ୟଧିକ ଧୂମପାନ କରୁଥିବା ବ୍ୟକ୍ତି ଘରୋଇ ଉପଚାର ମାଧ୍ୟମରେ ଫୁସଫୁସକୁ ରଖନ୍ତୁ ସଫା । ନଚେତ୍ କମ୍ ବୟସରେ ହିଁ ଚାଲିଯାଇପାରେ ଜୀବନ

723

ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥାନ ଅନୁସାରେ, ପ୍ରାୟ ୫୦ ଲକ୍ଷ ଲୋକ ବର୍ଷକୁ ସିଗାରେଟ୍ ଟାଣି ଓ ତମାଖୁ ସେବନ କରି ପ୍ରାଣ ହରାଇଥା’ନ୍ତି। ଯଦି ଆପଣ ହିସାବ କରିବେ ତା’ହେଲେ ପ୍ରତି ୬ ସେକେଣ୍ଡରେ ଜଣେ ବ୍ୟକ୍ତି ତମାଖୁ ଦ୍ୱାରା ପ୍ରାଣ ହରାଇଥା’ନ୍ତି, ଯଦି ତମାଖୁ ବନ୍ଦ କରାଯାଇ ଥାଆନ୍ତା ତା’ହେଲେ ଏମାନେ ବଞ୍ଚି ଥାଆନ୍ତେ। ସିଗାରେଟ୍ ସ୍ମୋକିଙ୍ଗ୍ ମଣିଷର ଫୁସଫୁସକୁ ଖରାପ କରିଥାଏ, ଯଦି କେହି ୫ ବର୍ଷରୁ ଊର୍ଦ୍ଧ୍ୱ ସିଗାରେଟ ଟାଣୁଛି ତା’ହେଲେ ସେ ବ୍ରୋନ୍କାଇଟିସ୍ ଓ କାଶ ସମସ୍ୟାରେ ପଡ଼ିବାର ଅଧିକ ସମ୍ଭାବନା ରହିଥାଏ। ତେବେ କିଛି ଘରୋଇ ଉପଚାର ମାଧ୍ୟମରେ ବି ଆପଣ ଫୁସଫୁସକୁ ସଫା ରଖିବା ପାଇଁ ଚେଷ୍ଟା କରିପାରିବେ । ତେବେ କେମିତି ରଖିବେ ଫୁସଫୁସର ଯତ୍ନ ଆସନ୍ତୁ ଜାଣିବା

ପାନୀୟ ତିଆରି କରିବା ପାଇଁ କେଉଁ ସବୁ ସମାଗ୍ରୀ ଦରକାର: ସାମଗ୍ରୀ ଓ ପରିମାଣ
ପିଆଜ କଟା – ୪୦୦ ଗ୍ରାମ୍
ହଳଦୀଗୁଣ୍ଡ – ୨ ଚା ଚାମଚ
ବ୍ରାଉନ୍ ସୁଗାର୍ – ୪୦୦ ଗ୍ରାମ୍
ଅଦା – ଛୋଟ ଖଣ୍ଡେ ଅଦା

କେମିତି ତିଆରି କରିବେ ପାନୀୟ :

• ଏକ ବଡ଼ ବାସନରେ ପାଣି ନିଅନ୍ତୁ
• ବ୍ରାଉନ୍ ରଙ୍ଗର ଚିନି ମିଶାଇ ଏହାକୁ ଗରମ କରନ୍ତୁ
• ଏହା ପରେ ଅଦା ଓ କଟା ପିଆଜକୁ ମିଶାନ୍ତୁ
• ବର୍ତ୍ତମାନ କୋରା ହୋଇଥିବା ଅଦା ଓ ହଳଦୀକୁ ମିଶାନ୍ତୁ
• ସବୁ ଜିନିଷ ମିଶାଇ ସାରିବା ପରେ ଫୁଟୁଥିବା ପାନୀୟର ତାପମାତ୍ରାକୁ କମ୍ କରନ୍ତୁ
• ଫୁଟି ସାରିବା ପରେ ଥଣ୍ଡା କରନ୍ତୁ ଓ ଫ୍ରିଜରେ ରଖି ଦିଅନ୍ତୁ
କେମିତି କରିବେ ବ୍ୟବହାର : ସକାଳେ ଜଳଖିଆ ଖାଇବା ପୂର୍ବରୁ ଓ ରାତ୍ର ଭୋଜନର ୨ ଘଣ୍ଟା ପରେ ଖାଆନ୍ତୁ।
ଭଲ ପରିଣାମ ପାଇଁ ଏହା ସହ ଅନ୍ୟ ପ୍ରୟାସ ମଧ୍ୟ କରିପାରିବେ – ଗରମ ପାଣିରେ ଗାଧାନ୍ତୁ କିନ୍ତୁ ୨୦ ମିନିଟରୁ ଉର୍ଦ୍ଧ୍ୱ ସମୟ ଗାଧନ୍ତୁ ନାହିଁ। ଏମିତି କରିବା ଦ୍ୱାରା ଫୁସଫୁସକୁ ଶ୍ୱାସ ନେବାରେ ସହାୟତା କରିବ।