ଥାଇରଏଡ୍‌ ସମସ୍ୟାକୁ ନେଇ ଚିନ୍ତିତ କି ? ଜାଣନ୍ତୁ କିଛି ଘରୋଇ ଉପାୟ ବିଷୟରେ

334

କନକ ବ୍ୟୁରୋ : ଥାଇରଏଡ ବା ଗଳଗ୍ରନ୍ଥି ଏକ ହର୍ମୋନାଲ ରୋଗ । ଗଳାର ଉଭୟ ପାର୍ଶ୍ୱରେ ପ୍ରଜାପତି ଆକୃତିର ଥାଇରଏଡ ଗ୍ରନ୍ଥି ଅଛି । ଏଥିରୁ ଟି-୩-୪ଟି ହର୍ମୋନ ନିର୍ଗତ ହୁଏ । ଯାହା ଶରୀରର ଅନେକ କାର୍ଯ୍ୟକୁ ନିୟନ୍ତ୍ରଣ କରିଥାଏ । କିନ୍ତୁ, ଯେତେବେଳେ ଏହି ହରର୍ମୋନ ବ୍ୟାଘାତ ହୁଏ , ସେତେବେଳେ ଥାଇରଏଡ ସମସ୍ୟା ଆରମ୍ଭ ହୁଏ ।

ଆଜିକାଲି ଥାଇରଏଡ ସମସ୍ୟା ଅଧିକାଂଶ ଲୋକଙ୍କଠାରେ ଦେଖିବାକୁ ମିଳୁଛି । ବିଶେଷ କରି ପୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ୫ଗୁଣ ଅଧିକ ଏହି ରୋଗ ଦେଖିବାକୁ ମିଳିଥାଏ । ଥାଇରଏଡ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଉଭୟ ପୁରୁଷ ଓ ମହିଳା ଔଷଧ ସେବନ କରୁଛନ୍ତି । କିନ୍ତୁ କିଛି ଘରୋଇ ଉପଚାର ମାଧ୍ୟମରେ ଥାଇରଏଡକୁ ନିୟନ୍ତ୍ରଣ କରାଯାଇପାରେ । ଜାଣନ୍ତୁ ସେଗୁଡିକ କ’ଣ ?
ଘରୋଇ ଉପଚାର :
ଅଦା – ଆୟୁର୍ବେଦବିତଙ୍କ ମତରେ ଅଦାରେ ପୋଟାସିୟମ ଓ ମ୍ୟାଗ୍ନେସିୟମ ପରି ଖଣିଜ ପଦାର୍ଥ ଭରି ରହିଛି , ଯାହା ପ୍ରବାହକୁ ମୁକାବିଲା କରିବାରେ ସାହାର୍ଯ୍ୟ କରିଥାଏ । ଥାଇରଏଡକୁ ନିୟନ୍ତ୍ରଣ କରିବା ଲାଗି ଅଦା ଚା’ ପି ପାରିବେ । ଏଥି ସହିତ ଅଦା ରସକୁ ଏକ ଚାମଚରେ କାଢି ଏଥିରେ ଅଳ୍ପ ମହୁ ମିଶାଇ ସେବନ କରିପାରିବେ ।

ବାଦାମ – ବାଦାମରେ ପ୍ରୋଟିନ୍, ଫାଇବର, ମିନେରାଲ, ସେମେନିୟମ୍ ରହିଛି । ଯାହାକି ଥାଇରଏଡ୍ ଲାଗି ଖୁବ୍ ଫଳପ୍ରଦ । ଏଥି ସହିତ ମ୍ୟାଗ୍ନେସିୟମ ମଧ୍ୟ ପ୍ରଚୁର ମାତ୍ରାରେ ରହିଛି, ଯାହା ଥାଇରଏଡ୍ ଗ୍ରନ୍ଥିକୁ ଠିକ୍ ଭାବରେ କାମ କରିବାରେ ସହାୟ କରିଥାଏ ।

କ୍ଷୀର – କ୍ଷୀର, ପନିର ଓ ଦହିରେ ଆୟୋଡିନ୍ ମାତ୍ରା ଅଧିକ ରହିଛି, ଏହା ଥାଇରଏଡକୁ ନିୟନ୍ତ୍ରଣ କରିବାରେ ସହାୟତା ପ୍ରଦାନ କରିଥାଏ । ଏହି କାରଣରୁ ଡାଏଟରେ ଆବଶ୍ୟକ ମୁତାବକ କ୍ଷୀର ଓ କ୍ଷୀରରେ ପ୍ରସ୍ତୁତ ପଦାର୍ଥ ସାମିଲ କରିପାରିବେ ।

ସେଓ ସିରକା – ସେଓ ସିରକା ହରମୋନ୍ ସନ୍ତୁଳନ ରକ୍ଷା କରିବାରେ ସହାୟତା କରିଥାଏ । ଏହା ଶରୀରର ବାତାବରଣକୁ କ୍ଷାରୀୟ କରିବାରେ ସାହାଯ୍ୟ କରିବା ସହ ମେଟାବଲିଜମକୁ ବଢାଇଥାଏ । ପ୍ରତିଦିନ ସେଓ ସିରକାକୁ ମହୁ ପାଣିରେ ମିଶାଇ ସକାଳୁ ଖାଲି ପେଟରେ ଦୁଇ ଚାମଚ ପିଇଲେ ଥାଇରଏଡ୍ କଣ୍ଟ୍ରୋଲ ହୋଇଥାଏ ।

ନଡିଆ ତେଲ – ନଡିଆ ତେଲରେ ଫ୍ୟାଟ୍ ଏସିଡ୍ ରହିଛି । ଯାହା ଥାଇରଏଡ ଗ୍ରନ୍ଥିର କାର୍ଯ୍ୟରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ନଡିଆ ତେଲରେ ମେଟାବଲିଜମ୍ ବୃଦ୍ଧି ପାଇଥାଏ ଏବଂ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ।