ଆପଣାନ୍ତୁ ଏସବୁ ଘରୋଇ ଟିପ୍ସ । ପାଆନ୍ତୁ ସୁସ୍ଥ , ଘନ କେଶ ।

243

କନକ ବ୍ୟୁରୋ: ଅକାଳରେ କେଶ ଝଡିବା, ପାଚିବା ଆଜିକାଲି ସାଧାରଣ ସମସ୍ୟାରେ ପରିଣତ ହୋଇଗଲାଣି । ହେଲେ କିଛି ଘରୋଇ ଟିପ୍ସ ଆପଣଙ୍କୁ ଏସବୁ ସମସ୍ୟାରୁ ମୁକ୍ତି ଦେଇପାରିବ ।

() ୧ ଚାମଚ କଳା ଜିରା ଗୁଣ୍ଡ, ୧ ଚାମଚ ମେଥି ଗୁଣ୍ଡକୁ ଲୁହା କଡେଇରେ ନେଇ ଭଲରେ ମିଶାଇ ଦିଅନ୍ତୁ । ସେଥିରେ ଅଧ ଚାମଚ ସୋରିଷ ତେଲ ଓ ଦହି ମିଶାଇବେ । ଭଲରେ ସବୁ ମିଶାଇବା ପରେ ଗୋଟିଏ ରାତି ପାଇଁ ଏହାକୁ ସେହି କଡେଇରେ ରଖନ୍ତୁ । ପରଦିନ ସକାଳେ ଏହାକୁ କେଶ ମୂଳରେ ଲଗାନ୍ତୁ । କେଶ ଶୁଖିବା ପରେ ନଖ ଉଷୁମ ପାଣିରେ ବା ସାମାନ୍ୟ ପାଣିରେ ଧୋଇଦିଅନ୍ତୁ । କାରଣ ଲୁହା କଡେଇର ତତ୍ତ୍ୱ କେଶ ମୂଳକୁ ଶକ୍ତ କରିବା ସହ ଅକାଳରେ କେଶ ପାଚିବା ସମସ୍ୟାକୁ ଦୂରେଇ ଦିଏ ।

() ପାଚିଲା କଦଳୀରେ ଅଳ୍ପ ମହୁ ଓ ଖିର ମିଶାଇ ଭଲରେ ଗ୍ରାଇଣ୍ଡିଙ୍ଗ କରିଦିଅନ୍ତୁ । ଏହି ପ୍ୟାକକୁ କେଶ ମୂଳରେ ଲଗାଇ ୨୦ରୁ ୨୫ ମିନିଟ ରଖିବା ପରେ ଶାମ୍ପୁ କରିଦିଅନ୍ତୁ । ଏହା ଦ୍ୱାରା କେଶ ମୂଳ ଶକ୍ତ ହୋଇ ଝଡିବା ବନ୍ଦ ହୁଏ ।

() ପିଆଜ ରସରେ ମେଥି ଗୁଣ୍ଡ ୨ ଚାମଚ ମିଶାନ୍ତୁ । ସେଥିରେ ଅଳ୍ପ ପରିମାଣର କ୍ୟାରିଅର ଅଏଲ( ଯେଉଁ ତେଲ ଅପଣ ସବୁବେଳେ ବ୍ୟବହାର କରନ୍ତି) ମିଶାନ୍ତୁ । ଏହି ପ୍ୟାକକୁ କେଶ ମୂଳରେ ଲଗାଇ ଅଧଘଣ୍ଟା ଯାଏଁ ଛାଡି ଦିଅନ୍ତୁ । ଏହାପରେ କେଶକୁ ସ୍ୟାମ୍ପୁ କରିଦିଅନ୍ତୁ ।