କୌଣସି ପାର୍ଟି ହେଉ ଅବା ଫଙ୍କସନ୍ । ପ୍ରତ୍ୟେକ ଝିଅଙ୍କର ଇଚ୍ଛା ଥାଏ କି କେମିତି ସେ ଅନ୍ୟମାନଙ୍କ ଠାରୁ ଅଲଗା ଲାଗିବେ ଆଉ ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବେ । ତେଣୁ ଝିଅମାନେ ସର୍ବଦା ପାର୍ଲରକୁ ଯାଇଥା’ନ୍ତି । ହେଲେ ହଜାର ହଜାର ଟଙ୍କା ଖର୍ଚ୍ଚ କରିଲା ପରେ ବି ସେମାନେ ସେମାନଙ୍କର ମନପସନ୍ଦର ସୁନ୍ଦରତା ପାଇପାରି ନଥାନ୍ତି ।
ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଘରୋଇ ଉପଚାର ବିଷୟରେ ଜଣାଇବୁ, ଯାହାକୁ ଆପଣ ପ୍ରୟୋଗ କରି ଖୁବ୍ କମ ସମୟ ମଧ୍ୟରେ ଚେହେରାରେ ଚମକ ଆଣିପାରିବେ । ଏଥିପାଇଁ ଆପଣଙ୍କୁ ଆଦୌ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ ।
ଆବଶ୍ୟକୀୟ ସାମଗ୍ରୀ :
୧- ଆଳୁ
୨- ଗୋଲାପ ଜଳ
୩- ମହୁ
୪- ଲେମ୍ବୁ
ପ୍ରଣାଳୀ :
ଯଦି କମ୍ ସମୟ ମଧ୍ୟରେ ଆପଣଙ୍କ ଚେହେରାରେ ଚମକ୍ ଆଣିବାକୁ ଚାହୁଁ ଥାଆନ୍ତି ତେବେ ଆପଣଙ୍କୁ ଏଇ ଉପାୟ ପ୍ରୟୋଗ କରିବାକୁ ହେବ । ଚେହେରାରେ ଚମକ୍ ଆଣିବା ପାଇଁ ଆଳୁ ହେଉଛି ସବୁଠୁ ଉପକାରୀ। ତେବେ ଏଥିପାଇଁ ସର୍ବପ୍ରଥମେ ଆପଣଙ୍କୁ ଆଳୁକୁ ଆଣି ତା’ଉପରୁ ଚୋପାକୁ ଛଡ଼ାନ୍ତୁ । ଏହାପରେ ସେହି ଆଳୁକୁ ଛୋଟ ଛୋଟ ଖଣ୍ଡ କରି ଗ୍ରାଇଣ୍ଡରରେ ବାଟନ୍ତୁ । ଏହା ପରେ ବଟା ଆଳୁ ସହିତ ଗୋଲାପ ଜଳ ମିଶାଇ ଏକ ପେଷ୍ଟ୍ ପ୍ରସ୍ତୁତ କରନ୍ତୁ ।
ଯଦି ଆପଣଙ୍କ ତ୍ୱାଚା ତେଲିଆ ହୋଇଥାଏ, ତେବେ ସେଥିରେ ଲେମ୍ବୁ ରସ ପକାନ୍ତୁ । ଆଉ ଯଦି ଆପଣଙ୍କର ତ୍ୱାଚାଶୁଷ୍କ ହୋଇଥାଏ ତେବେ ସେଥିରେ ମହୁ ମିଶାନ୍ତୁ । ଯଦି ଆପଣଙ୍କ ତ୍ୱଚା ତେଲିଆ କିମ୍ବା ଶୁଷ୍କ ନହୋଇ ସାଧାରଣ ଥାଏ, ତେବେ ଆପଣ ସେଥିରେ କିଛି ମାତ୍ରାରେ ମହୁ ଏବଂ ଲେମ୍ବୁ ରସକୁ ମିଶାନ୍ତୁ । ଏହାପରେ ଆପଣ ଏହି ପେଷ୍ଟକୁ ନିଜର ଚେହେରାରେ ଲଗାଇ ଦେଇ ୧୫ ମିନିଟ୍ ରଖିବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏହାପରେ ଆପଣ ନିଜେ ହିଁ ଅନୁଭବ କରି ଜାଣି ପାରିବେ ଯେ କିଭଳି ଭାବରେ ପୂର୍ବ ଅପେକ୍ଷା ଆପଣଙ୍କ ଚେହେରାରେ ଅଧିକ ଚମକ ଆସିଯାଇଛି ।